ETV Bharat / state

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ! 15 ଦିନରେ ମାରିଦେବା ନେଇ ଲାଗିଲା ପୋଷ୍ଟର

author img

By ETV Bharat Odisha Team

Published : Feb 19, 2024, 11:31 AM IST

Updated : Feb 19, 2024, 9:10 PM IST

Santosh Singh Saluja Gets Death Threat: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । 15 ଦିନ ମଧ୍ୟରେ ହତ୍ୟା କରାଯିବାର ଧମକ ଭରା ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବାକୁ ମିଳିଛି । ସେପଟେ ବିଧାୟକଙ୍କ ପରିବାର ଏନେଇ ଥାନାର ଦ୍ବାରସ୍ଥ ହୋଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Saluja Gets Death Threat
Saluja Gets Death Threat
Saluja Gets Death Threat

ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । 15 ଦିନ ମଧ୍ୟରେ ହତ୍ୟା କରାଯିବା ନେଇ ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକଙ୍କୁ 15 ଦିନ ମଧ୍ୟରେ ହତ୍ୟା କରାଯିବାର ଧମକ ଭରା ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୋଲିସ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ।

ସୂଚନା ଅନୁସାରେ, ଆଜି (ସୋମବାର) ସକାଳେ କଣ୍ଟାବାଞ୍ଜି ସହର ବାଳିକା ହାଇସ୍କୁଲ ବାହାରେ ଥିବା ଦୋକାନ ସମ୍ମୁଖରେ ଏବଂ ପେଟ୍ରୋଲ ପମ୍ପ ନିକଟରେ ଏଭଳି ପୋଷ୍ଟର ଲାଗିଛି । ଧଳା ରଙ୍ଗର ପୋଷ୍ଟରରେ ଲାଲ ଅକ୍ଷରରେ 'କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି' ବୋଲି ଲେଖା ରହିଛି । ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି । ସେପଟେ ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବାବେଳେ କଣ୍ଟାବାଞ୍ଜି ପୋଲିସ ଏଯାବତ୍ 2ଟି ବ୍ୟାନର ଜବତ କରିଛି ।

ଏହା ବି ପଢନ୍ତୁ...ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ସାମାଜିକ ସଂଗଠନର ନିନ୍ଦା, ସୁରକ୍ଷା ଆଇନ ପ୍ରଣୟନ ଦାବି
ସୂଚନା ଅନୁସାରେ, ସନ୍ତୋଷ ସିଂ ସାଲୁଜାଙ୍କୁ 2014 ମସିହାରେ ଜମିଜମା ମାମଲାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କର ଦୁଇ ଗୋଡ଼ ଦୁର୍ବୃତ୍ତ ହାଣି ଦେଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ମଧ୍ୟ ରାଜନୈତିକ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା । ଏପରିକି ତାଙ୍କ ଭାଇଙ୍କ ନାଁରେ ମଧ୍ୟ ଅପହରଣ ଭଳି ଅଭିଯୋଗ, ତାଙ୍କ ପୁଅଙ୍କ ନାଁରେ ମଧ୍ୟ ଜଣେ ସିନେମା ହଲ୍ ମାଲିକଙ୍କୁ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ପୁଣି ତାଙ୍କୁ କିଏ ଓ କାହିଁକି ଏପରି ହତ୍ୟା ଧମକ ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଏହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ବୋମାରେ ଉଡାଇବାକୁ ଧମକ, ଗିରଫ ହେଲା ଅଭିଯୁକ୍ତ

ଏନେଇ କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି, "ଆଜି କଣ୍ଟାବାଞ୍ଜି ସହରସ୍ଥିତ ବାଳିକା ବିଦ୍ୟାଳୟ ଓ ଗୋରୁ ବଜାରରେ କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଦିଆଯାଇ ଦୁଇଟି ପୋଷ୍ଟର ଲାଗିଥିଲା । ପୋଷ୍ଟରରେ ଜଣେ ଅଜଣା ଯୁବକର ଫଟୋ ମଧ୍ୟ ଅଛି । କିଏ ଓ କାହିଁକି ଏ ପୋଷ୍ଟର ଲଗାଇଛି ସେନେଇ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ଆରମ୍ଭ ହୋଇଛି । ଯେଉଁଥିରେ ବିଧାୟକଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି । ସହରର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ବିଧାୟକଙ୍କ ରାଜନୈତିକ ଶତ୍ରୁତା, ପାରିବାରିକ ଶତ୍ରୁତା ଓ ବ୍ୟବସାୟୀକ ଶତ୍ରୁତା କାରଣରୁ ହତ୍ୟା ଧମକ ନା ଆଉ କିଛି କାରଣ ରହିଛି, ଏସବୁ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଏଥିରେ କିଛି ମାଓ ଲିଙ୍କ ମଧ୍ୟ ଥାଇପାରେ । ତାର ମଧ୍ୟ ତଦନ୍ତ ଚାଲିଛି । ବିଧାୟକଙ୍କ ପରିବାର କିଛି ସୂଚନା କିମ୍ବା ଅଭିଯୋଗ ଦେଲେ ତାର ମଧ୍ୟ ତଦନ୍ତ ହେବ । ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ।" ସେହିପରି ବିଧାୟକ କିମ୍ବା ତାଙ୍କ ପରିବାରକୁ ଆବଶ୍ୟକସ୍ଥଳେ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଧାୟକଙ୍କ ପରିବାର ଏହି ଘଟଣାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଲିଖିତ ଅଭିଯୋଗ କରି ଦୋଷୀକୁ ଶୀଘ୍ର ଗିରଫ ସହ ସୁରକ୍ଷା ଦାବି କରିଛନ୍ତି ବିଧାୟକଙ୍କ ଭାଇ ବାରୀୟମ୍ ସିଂହ ସାଲୁଜା । ସେ କହିଛନ୍ତି, "ସନ୍ତୋଷ ସିଂହ ସାଲୁଜା ଜଣେ ଭଲ ଜନନେତା ଅଟନ୍ତି । ସେ ଅନେକ ଥର ବିଧାୟକ ହେବା ସହ ବିରୋଧି ଦଳ ନେତା ଭାବରେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ଲୋକଙ୍କ ପାଇଁ ସେ ସବୁବେଳେ ଲଢେଇ କରିଛନ୍ତି । ଏଭଳି ସମୟରେ ତାଙ୍କୁ ହତ୍ୟା ଧମକ ମିଳିବାକୁ ନେଇ ସମସ୍ତେ ଭୟଭୀତ । କଣ୍ଟାବାଞ୍ଜି ଲୋକେ ମଧ୍ୟ ଭୟରେ ଦୋକାନ ବଜାର ଖୋଲୁନାହାନ୍ତି । ଆମ ପରିବାର ମଧ୍ୟ ଏଥିରେ ଭାୟଭୀତ ।" ତେଣୁ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରିବା ସହ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସେ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 19, 2024, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.