ETV Bharat / state

କାକଟପୁର ବିଜେଡିରେ କନ୍ଦଳ, ଫାଇଦା ଉଠାଇବା ଲକ୍ଷ୍ୟରେ କଂଗ୍ରେସ - Kakatpur Assembly constituency - KAKATPUR ASSEMBLY CONSTITUENCY

Kakatpur Assembly constituency: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କାକଟପୁରରେ ବଢୁଛି ବିଜେଡିର କନ୍ଦଳ । ଏହାର ଲାଭ ଉଠାଇବା ଲକ୍ଷ୍ୟ ରଖିଛି କଂଗ୍ରେସ । ଅଧିକ ପଢନ୍ତୁ

Kakatpur Assembly constituency
Kakatpur Assembly constituency
author img

By ETV Bharat Odisha Team

Published : May 2, 2024, 1:10 PM IST

Kakatpur Assembly constituency

ନିମାପଡା: ରାଜ୍ୟ ରାଜନୀତି ଚର୍ଚ୍ଚାରେ ରହିଥିବା ବେଳେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଜେଡିର ଦଳୀୟ କନ୍ଦଳ ଭିତରେ ଫାଇଦା ଉଠାଇବ କି କଂଗ୍ରେସ? ନିର୍ବାଚନୀ ବୈତରଣୀ ପାର ହେବା ସହିତ କଂଗ୍ରେସ ପ୍ରତି ସମର୍ଥନ ରହିବ ବୋଲି ଆଶା ରଖିଛି କଂଗ୍ରେସ ।

କାକଟପୁର ପାଇଁ ବିଜେଡିରେ ଦୁଇ ନେତା ଆଶାୟୀ ଥିଲାବେ ବେଳେ ଦଳ ତୁଷାରକାନ୍ତି ବେହେରାଙ୍କୁ ପୁଣି ଟିକଟ ଦେଇଛି । ଏହାପରେ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଦଳ ଛାଡିଛନ୍ତି । ସେପଟେ ଟିକଟ ଲୋଭରେ ଦୁଇ ଦୁଇ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟ ହୋଇଥିବା ବିଶ୍ବଭୂଷଣ ଦାସ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଜେପି ତାଙ୍କୁ ଭରସା ନ କରି ଟିକେଟ ଦେଇ ନଥିଲା ତେଣୁ ବିଶ୍ବଭୂଷଣ ଦାସ ପୁଣି କଂଗ୍ରେସ ଦଳକୁ ଫେରିଥିଲେ ।

୨୦୦୦ ମସିହା ଠାରୁ କ୍ରମାଗତ ଭାବେ ଏଠାରେ ବିଜେଡି ବିଜୟ ଲାଭ କରି ଆସୁଛି । ୨୦୦୯ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି କ୍ରମାଗତ ଭାବେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରି ଆସିଛି । ୨୦୦୯ ମସିହାରେ ରବି ମଲ୍ଲିକ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ୭୪୧୧୪ ଖଣ୍ଡ ଭୋଟ ପାଇଁ ବିଧାୟକ ହୋଇଥିଲା ବେଳେ କଂଗ୍ରେସରୁ ବିଶ୍ବଭୂଷଣ ଦାସ ପ୍ରାର୍ଥୀ ହୋଇ ୫୮୮୯୩ ଖଣ୍ଡ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୧୪ ମସିହାରେ ବିଶ୍ବଭୂଷଣଙ୍କୁ ଦଳ ଟିକେଟ ନ ଦେଇ ରବୀନ୍ଦ୍ର କୁମାର ସେଠୀଙ୍କୁ ଦଳ ଟିକେଟ ଦେଇ ଥିଲେ ଏବଂ ସେ ୪୮୯୩୩ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ସୁରେନ୍ଦ୍ର ସେଠୀ ବିଜେଡିରୁ ଟିକେ ପାଇ ୮୯୯୬୩ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ତୁଷାରକାନ୍ତି ବେହେରାଙ୍କୁ ମିଳିଥିଲା ଦଳୀୟ ଟିକେଟ । ୨୦୧୯ ସାଧାରଣ ନିର୍ବାଚନରେ ଯଦିଓ ତତ୍କାଳୀନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଦଳୀୟ ଟିକେଟ ମିଳି ଥିଲା କିନ୍ତୁ ଟିକେଟ ମିଳିବାର ୪ ଦିନ ପରେ ତାଙ୍କ ଠାରୁ ଦଳୀୟ ଟିକେଟ ଫେରାଇ ନିଆଯାଇ ତୁଷାରକାନ୍ତି ବେହେରାଙ୍କୁ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମୈଦାନରେ ତୁଷାରକାନ୍ତି, ଟିକଟ ପାଇବା ପରେ କଲେ ଶକ୍ତି ପ୍ରଦର୍ଶନ - TusharKanti Behera Road Show

୨୦୧୯ ମସିହାରେ ତୁଷାରକାନ୍ତି ବେହେରା ୯୧୮୯୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲାବେଳେ କଂଗ୍ରେସର ବିଶ୍ବଭୂଷଣ ଦାସ ୪୬୨୦୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜୟ ବରଣ କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ସାଧାରଣ କଂଗ୍ରେସ ଦଳ ବିଶ୍ବଭୂଷଣଙ୍କୁ ଭରସା କରି ଟିକେଟ ଦେଇଛି । ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ଯରେ ଲାଗିରହିଥିବା କନ୍ଦଳର ଫାଇଦା ଏଥର କଂଗ୍ରେସ ଉଠାଇବ ବୋଲି ବେଶ୍ ଆଶାବାଦୀ ଅଛନ୍ତି ବିଶ୍ବଭୂଷଣ ।

ସେପଟେ କାକଟପୁର ରାଜନୈତିକ ଉଷ୍ମତାର ଫାଇଦା ଲକ୍ଷ୍ୟରେ କଂଗ୍ରେସ, ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ପ୍ରତି ସମର୍ଥନଙ୍କ ଅସନ୍ତୋଷ ବଢୁଥିବାରୁ କାକଟପୁରରେ ଭୋଟରଙ୍କ ସମର୍ଥନ ରହିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ । ୨୦୧୯ ସାଧାରଣ ନିର୍ବାଚନରେ ୨ୟ ସ୍ଥାନରେ ଥିବା କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଏହି ଗଡ଼କୁ ଦଖଲ କରିବାର ସ୍ଵପ୍ନ ଦେଖୁଛି । କଂଗ୍ରେସ ପ୍ରାର୍ଥୀ ବିଶ୍ଵ ଭୂଷଣ ଦାସ ପୁଣିଥରେ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇ ଆଶା ରଖିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ନିର୍ବାଚନୀ ବୈତରଣୀ କଂଗ୍ରେସ ପାର ହେବେ ଓ କଂଗ୍ରେସ ପ୍ରତି ସମର୍ଥନ ରହିବ ବୋଲି ଆଶା ରଖିଛି କଂଗ୍ରେସ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.