ETV Bharat / state

ଡେରିରେ ଆସିଲା କଂଗ୍ରେସ ତାଲିକା, ନିରାଶ ହେଲେ ହାତକୁ ଟାଣ କରିଥିବା ଅନେକ ନେତା ! - Cangress Candidate List

author img

By ETV Bharat Odisha Team

Published : Apr 3, 2024, 2:21 PM IST

Cangress Candidate List: କଂଗ୍ରେସ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଅନେକ ନୂଆ ପୁରୁଣା ଚେହେରା ଦେଖିବାକୁ ମିଳିଛି । ହେଲେ ହାତକୁ ଟାଣ କରିଥିବା ଅନେକଙ୍କ ପରିବାର ଏଥିରେ ସାମିଲ ନାହାନ୍ତି । ଅଧିକ ପଢନ୍ତୁ

Cangress Candidate List:
Cangress Candidate List:
Cangress Candidate List:

ଭୁବନେଶ୍ୱର: କଂଗ୍ରେସ ଘୋଷଣା କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । 8 ଲୋକସଭା ସହିତ 47 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏଥିସହ 2ଟି ଆସନ ସହଯୋଗୀ ଦଳକୁ ଛାଡିଛି । ଏହି ପ୍ରାର୍ଥୀ ତାଲିକାରେ ଉଭୟ ନୂଆ ଓ ପୁରୁଣା ଚେହେରା ସହ ମହିଳାମାନଙ୍କ ନାଁ ମଧ୍ୟ ସାମିଲ ଅଛି । ତେବେ ଲୋକସଭା କ୍ଷେତ୍ରରେ ଦଳ କେଉଁ ଆସନ ପାଇଁ କାହାକୁ ଭରସା କରିଛି ନଜର ପକାନ୍ତୁ ।

ଆସନ୍ତୁ ନଜର ପକାଇବା ଲୋକସଭା କ୍ଷେତ୍ରରେ କାହାକୁ ଭରଷା କରିଛି ଦଳ:

  • ବରଗଡ଼: ସଞ୍ଜୟ ଭୋଇ, ପୁରୁଣା ମୁହଁ । 2009 ରେ କଂଗ୍ରେସ ଟିକେଟରୁ ସାଂସଦ ଭାବରେ ବିଜୟୀ ହୋଇଥିଲେ ସଞ୍ଜୟ ଭୋଇ । କିନ୍ତୁ 2019ରେ ପ୍ରଦୀପ ଦେବତା ଏଠାରୁ ପାଇଥିଲେ ଟିକେଟ ।
  • ସୁନ୍ଦରଗଡ଼: ଜନାର୍ଦ୍ଧନ ଦେହୁରୀ, ନୂଆ ମୁହଁ । 2019ରେ ଜର୍ଜ ତିର୍କୀ ଏଠାରେ ନିର୍ବାଚନ ଲଢିଥିବା ବେଳେ ଚଳିତ ନିର୍ବାଚନରେ ଜନାର୍ଦ୍ଧନଙ୍କ ଉପରେ ଦଳ ଭରସା କରିଛି ।
  • ବଲାଙ୍ଗୀର: ମନୋଜ ମିଶ୍ର, ନୂଆ ମୁହଁ । 2019ରେ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର ଟିକେଟ ପାଇଥିଲେ ।
  • କଳାହାଣ୍ଡି: ଦ୍ରୌପଦୀ ମାଝୀ, ନୂଆ ମୁହଁ । 2019ରେ ଭକ୍ତ ଦାସ ପାଇଥିଲେ ଟିକେଟ ।
  • ନବରଙ୍ଗପୁର: ଭୁଜବଳ ମାଝୀ, ନୂଆ ମୁହଁ । 2019 ରେ ପ୍ରଦୀପ ମାଝୀ ଟିକେଟ ପାଇଥିଲେ । ପ୍ରଦୀପ ଏବେ ବିଜେଡିର ଲୋକସଭା ପ୍ରାର୍ଥୀ ଅଟନ୍ତି ।
  • କନ୍ଧମାଳ: ଅମିର ଚାନ୍ଦ ନାୟକ, ନୂଆ ମୁହଁ । 2019ରେ ମନୋଜ ଆଚାର୍ଯ୍ୟ ପାଇଥିଲେ ଟିକେଟ ।
  • ବ୍ରହ୍ମପୁର: ରଶ୍ମିରଞ୍ଜନ ପଟ୍ଟନାୟକ, ନୂଆ ମୁହଁ । 2019ରେ ଭି. ଚନ୍ଦ୍ର ଶେଖର ନାଇଡୁ ପାଇଥିଲେ ଟିକେଟ ।
  • କୋରାପୁଟ: ସପ୍ତଗିରି ଉଲାକା, ପୁରୁଣା ମୁହଁ । 2019 ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସପ୍ତଗିରି ଉଲାକା । ଦଳ ତାଙ୍କୁ ଏଥର ରିପିଟ୍ କରିଛି ।

ବିଜେଡି ଓ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଳମ୍ବରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥର ଦେଖିବାକୁ ମିଳିବନି ଶାସକ ଦଳକୁ ଅକଳରେ ପକାଉଥିବା ନରସିଂହଙ୍କୁ । ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ନରସିଂହଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଏହାମଧ୍ୟ ପଢନ୍ତୁ.. ଟିକେଟ୍‌ ଘୋଷଣା ପରେ ଉତ୍ସାହିତ ପ୍ରାର୍ଥୀ: କର୍ମୀଙ୍କ ସେଲିବ୍ରେସନ, ସରକାର ଗଢିବାକୁ ଦୃଢୋକ୍ତି - Congress Candidates Reaction

କଳାହାଣ୍ଡିରରେ ବାପ ପୁଅ ଓ ନବରଙ୍ଗପୁରରେ ବାପ ଝିଅ ପ୍ରାର୍ଥୀ ହୋଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ନର୍ଲା ବିଧାନସଭାରୁ ଲଢ଼ିବେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାଶ ଓ କଳାହାଣ୍ଡି ବିଧାନସଭା ଆସନରୁ ଲଢିବେ ତାଙ୍କ ପୁଅ ସାଗର ଦାଶ । ସେହିପରି ନବରଙ୍ଗପୁର ଲୋକସଭା ଆସନରେ ଭୁଜବଳ ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଥିବା ବେଳେ ତାଙ୍କ ଝିଅ ଡାକ୍ତର ଲିପିକା ମାଝୀଙ୍କୁ ଡାବୁଗାଁ ପାଇଁ ବିଧାନସଭା ପ୍ରାର୍ଥୀ କରିଛି ଦଳ । ବିଧାନସଭା ଆସନ ପାଇଁ ୩୪ଟି ନୂଆ ମୁହଁ ଥିବା ବେଳେ ୧୩ ଜଣ ପ୍ରାର୍ଥୀଙ୍କୁ ରିପିଟ କରିଛି ଦଳ ।ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 5 ଜଣ ମହିଳାଙ୍କୁ ଟିକେଟ ଦେଇଥିବା ବେଳେ ଯୁବ ଓ ନୂଆ ମୁହଁକୁ ପ୍ରାଧାନ୍ୟ ଦିଆଯାଇଛି ।

ଦକ୍ଷିଣ ଓଡିଶାରେ ଆଦିବାସୀ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗଙ୍କୁ ନିରାଶ କରିଛି ଦଳ । କିଛିଦିନ ପୂର୍ବରୁ ଗମାଙ୍ଗ ପରିବାର କଂଗ୍ରେସରେ ସାମିଲ ହୋଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଆଦିବାସୀ ସାମୁଖ୍ୟର ଅଧ୍ୟକ୍ଷ ଜୟରାମ ପାଙ୍ଗୀଙ୍କୁ ମଧ୍ୟ ଦଳ ଟିକେଟ ଦେଇନାହିଁ । ଉଭୟ ପରିବାରକୁ ନିରାଶ କରିଛି AICC । ସେପଟେ ଓଡ଼ିଶାର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ପରିବାରରୁ ମଧ୍ୟ କାହାକୁ ଟିକେଟ ମିଳିଲାନାହିଁ । ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.