ETV Bharat / state

ହରକ ସିଂ ରାଓ୍ବତଙ୍କୁ ଓଡିଶା ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା AICC

Harak Singh Odisha Observers: ଉତ୍ତରାଖଣ୍ଡର ବରିଷ୍ଠ ନେତା ହରକ ସିଂ ରାଓତ ହେଲେ ଓଡିଶା କଂଗ୍ରେସ ନିର୍ବାଚନ ପର୍ଯ୍ୟବେକ୍ଷକ । ମଲ୍ଲିକାର୍ଜୁନ ଖଡଗେଙ୍କ ହସ୍ତାକ୍ଷରରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 10, 2024, 10:28 PM IST

ହରକ ସିଂ ରାଓ୍ବତଙ୍କୁ ଓଡିଶା କଂଗ୍ରେସ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା AICC

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବରିଷ୍ଠ କଂଗ୍ରେସ ନେତା ହରକ ସିଂ ରାୱତଙ୍କୁ ମିଳିଛି ଓଡିଶାରେ ଦଳର ନିର୍ବାଚନ ପରିଚାଳନା ଦାୟିତ୍ବ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ହରକ ସିଂ ରାୱତଙ୍କୁ ଓଡିଶାରେ ବିଧାନସଭା ନିର୍ବାଚନ ଏବଂ ସାଧାରଣ ନିର୍ବାଚନକୁ ସଂଯୋଜନା କରିବା ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦେଇଛି । ହରକ ସିଂଙ୍କ ସହ ଏହି ତାଲିକାରେ ଦଳର ଅନ୍ୟ ଦୁଇ ନେତା ମୀନାକ୍ଷୀ ନଟରାଜନ ଓ ପ୍ରଗତ ସିଂଙ୍କ ନାମ ମଧ୍ୟ ରହିଛି । ଆଜି ଏହି ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ବାରା ଗ୍ରହଣ କରାଯାଇଥିବା କଂଗ୍ରେସ ଏକ ପ୍ରେସରିଲିଜ ଜାରି କରି ସୂଚନା ଦେଇଛି ।

ଉତ୍ତରାଖଣ୍ଡ କଂଗ୍ରେସର ଏହି ବରିଷ୍ଠ ନେତା ଏକାଧିକ ଥର ବିଧାୟକ ଓ ମନ୍ତ୍ରୀ ହେବାର ଅଭିଜ୍ଞତା ରଖିଛନ୍ତି । ସେ ଅବିଭାଜିତ ଉତ୍ତର ପ୍ରଦେଶ ଓ ପରେ ଗଠିତ ହୋଇଥିବା ଉତ୍ତରାଖଣ୍ଡରେ ଏକାଧିକ ଥର ବିଧାୟକ ରହିଛନ୍ତି । ମାତ୍ର ସେ ଆର୍ଥିକ ହେରଫେର ମାମଲାରେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ (ଇଡି) ସ୍କାନରରେ ଅଛନ୍ତି । ନିକଟରେ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଥିଲା । ଏହିଥର ସେ କଂଗ୍ରେସ ଟିକେଟରୁ ହରିଦ୍ବାର ଲୋକସଭା ଆସନରୁ ଲଢିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏବେ ଦଳ କୌଣସି ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିନାହିଁ । ଏହା ପୂର୍ବରୁ ହରକ ସିଂ ରାଓ୍ବତଙ୍କୁ ସାଙ୍ଗଠନିକ ଦାୟିତ୍ବ ଭାବେ ଓଡିଶାର ନିର୍ବାଚନ ସଂଯୋଜନା ମିଳିଛି । ତେବେ ଓଡିଶାରେ କଂଗ୍ରେସର ସ୍ଥିତି ଅତି ଶୋଚନୀୟ ରହିଛି । ପ୍ରଦେଶ କଂଗ୍ରେସ କମିଟି ଓ ଅଖିଳ ଭାରତୀୟ କଂଗ୍ରେସ କମିଟି ମଧ୍ୟରେ ଯୋଗାଯୋଗ ରଖି କାମ କରିବେ ହରକ । ତେବେ ରାଜ୍ୟରେ ଟିକେଟ ବଣ୍ଟନରେ ହରକଙ୍କର ବଡ ଭୂମିକା ରହିବାକୁ ଯାଉଛି ।

ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଦୀର୍ଘ 25 ବର୍ଷ ଧରି ଶାସନରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । କଂଗ୍ରେସ ମାତ୍ର 9 ବିଧାୟକ ଓ ଜଣେ ସାଂସଦଙ୍କ ପ୍ରତିନିଧିତ୍ବ ସହ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି । ଏଥର ବିଜେପି ଓ ବିଜେଡି ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉଥିବାର ମଧ୍ୟ ଅନେକାଂଶରେ ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ଦୁଇଦଳ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ମେଣ୍ଟକୁ ମନା କଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ଯଦି ମେଣ୍ଟରେ ଉଭୟ ଦଳ ନିର୍ବାଚନ ଲଢନ୍ତି, ତେବେ କଂଗ୍ରେସର ଫଳାଫଳକୁ ଏହା ମଧ୍ୟ ପ୍ରଭାବିତ କରିବା ନେଇ ଅନୁମାନ କରାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ରରେ ମୋଦି ସରକାରର ବିଫଳତାକୁ ମୁଦ୍ଦା କରି କଂଗ୍ରେସ ନିର୍ବାଚନ ଲଢିବାକୁ ଯାଉଛି । ଦଳ ଏପର୍ଯ୍ୟନ୍ତ କୌଣସି ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.