ETV Bharat / state

ବଦଳିବ ପାଗର ମୁଡ୍; ଆଗାମୀ ୫ଦିନ ରାଜ୍ୟରେ କୋହଲା ପାଗ, ଜାରି ରହିବ କାଳବୈଶାଖୀ - Heavy Rainfall For Next 5 days - HEAVY RAINFALL FOR NEXT 5 DAYS

Heavy Rainfall For Next 5 days: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମେଘୁଆ ପାଘ ରହିବା ସହ କିଛି ସ୍ଥାନରେ ବର୍ଷା ହେବ । ୯ ରୁ ୧୧ ତାରିଖ ଯାଏଁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Heavy Rainfall For Next 5 days
Heavy Rainfall For Next 5 days (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 4:45 PM IST

Heavy Rainfall For Next 5 days (ETV Bharat Odisha)

ଭୁବନେଶ୍ବର: ଅସହ୍ୟ ତାତିରୁ ରାଜ୍ୟକୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମେଘୁଆ ପାଘ ରହିବା ସହ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟେ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ୪୦ ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବ । ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ରହିଛି । ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡଘଡି ସହିତ ବର୍ଷା ହେବ ତା ସାଙ୍ଗକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଛି।

ସେହିଭଳି ଉପକୂଳ ଓଡିଶାରେ ଘଣ୍ଟା ପ୍ରତି ପବନର ବେଗ ୩୦ ରୁ ୪୦ କିଲୋମିଟର ବର୍ଷା ହେବ। ତେବେ ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଥିବା କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ରୁ ୧୧ ତାରିଖ ଯାଏଁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ସହିତ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୧ ତାରିଖରେ ମୟୂରଭଞ୍ଜ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ.... ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି - Odisha Weather

ଆସନ୍ତା କାଲି ଟୁଇନ ସିଟିରେ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଏହାସହ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଟ୍ଵିନ ସିଟିରେ ୪୦ ଡିଗ୍ରୀ ତଳେ ରହିବ ପାରଦ । ସେପଟେ ଗତକାଲି ଅପେକ୍ଷା ଆଜି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ୪୦ ଡିଗ୍ରୀ ମଧ୍ୟରେ ରାଜ୍ୟର ତାପମାତ୍ରା ରହିଥିବା ବେଳେ ବଲାଙ୍ଗୀର ଓ ନୂଆପଡାରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଥିବା ବେଳେ ମୟୁରଭଞ୍ଜର ନୱାନାରେ ସର୍ବାଧିକ ୭୪ .୦୦ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.