ETV Bharat / state

ଅକ୍ଷୟ ତୃତୀୟାରେ ମୋଦିଙ୍କ ରୋଡ଼ ସୋ', ରାମ ମନ୍ଦିରଠୁ ବାଣୀବିହାର ରାସ୍ତା ହେବ ସିଲ୍‌ - PM Modi Road Show in Bhubaneswar

PM Modi Road Show in Bhubaneswar: ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ରାମ ମନ୍ଦିରଠାରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ରୋଡ଼ ସୋ' । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 8, 2024, 10:06 PM IST

PM Modi Road Show in Bhubaneswar
PM Modi Road Show in Bhubaneswar (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' । ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ରାମ ମନ୍ଦିରଠାରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ରୋଡ଼ ସୋ' । ଏଥିପାଇଁ ନୋ-ଭେଇକିଲ୍‌ ଜୋନ୍‌ ଭାବେ ସିଲ୍‌ ହେବ ରାମ ମନ୍ଦିର ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ ।

ଏନେଇ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି, "୧୦ ତାରିଖ ଦିନ ରାମମନ୍ଦିର ଠାରୁ ଆରମ୍ଭ ହୋଇ ବାଣୀବିହାର‌ ପର୍ଯନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ରହିବ । ଏଥିପାଇଁ ବ୍ଲୁ ବୁକ୍‌ ସୁରକ୍ଷା ଅନୁସାରେ ପ୍ରସ୍ତୁତି ଜାରି ରହିଛି । ଏଥିରେ ଉଭୟ ରୋଡକୁ ସିଲ୍‌ କରାଯିବ । ବମ୍‌ ସ୍କ୍ବାର୍ଡ ସହ ଡଗ୍‌ ସ୍କ୍ବାର୍ଡ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ଯାଞ୍ଚ ହେବ । ସୁ-ଉଚ୍ଚ କୋଠା ଗୁଡ଼ିକରେ ପୋଲିସ ମୁତୟନ ରହିବେ । ବାଇନାକୁଲର ସହ ୱାକିଟକି ଓ ବନ୍ଧୁକଧାରୀ ମୁତୟନ ରହିବେ । ନୋ-ଫ୍ଲାଇଂ ଜୋନ୍‌ ଭାବେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପ୍ରାଧାନ୍ୟ ଦିଆଯିବ । ୫ ଜଣ ଡିସିପିଙ୍କ ନେତୃତ୍ବରେ ୧୦ ଜଣ ଅତିରିକ୍ତ ଡିସିପି, ୨୧ ଜଣ ଏସିପି, ୪୧ ଜଣ ଇନିସ୍ପେକ୍ଟର, ୧୮୦ ଜଣ ଅଫିସରଙ୍କ ସହ ମୋଟ ୫୫ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯିବ । ୩‌ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ଫୋର୍ସ ମୁତୟନ ରହିବେ । ଯିଏ ସ୍ପେଶାଲ ଟାକ୍ଟିକାଲ ୟୁନିଟ ବିଶେଷ କରି ଆତଙ୍କୀ ବା ସନ୍ଦିଗ୍ଧ ମୁକାବିଲା କରିବାରେ ପାରଙ୍ଗମ ।"

ଏନେଇ ବ୍ଲୁ ବୁକ୍‌ ଅନୁସାରେ ଆଗୁଆ ଚେକିଂ ଆରମ୍ଭ ହୋଇଯାଇଛି । ହୋଟେଲ ଗୁଡ଼ିକରେ ପୋଲିସ ପହଞ୍ଚି ରହୁଥିବା ଲୋକଙ୍କ ତଥ୍ୟ ଯାଞ୍ଚ କରାଯାଇଛି । ନୋ ଫ୍ଲାଇଂ ଜୋନ୍‌ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହେଉଛି । ଏଥିପାଇଁ ବିଶେଷ କରି ରାମ ମନ୍ଦିରଠାରୁ ବାଣୀବିହାର ପର୍ଯନ୍ତ ନୋ ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଆକାଶ ମାର୍ଗରେ ସେହି ସମୟରେ ଉଡ଼ି ପାରିବନି ଡ୍ରୋନ୍‌, ଗ୍ୟାସ୍‌ ବେଲୁନ, କୌଣସି ଆଡଭର୍ଟାଇଜ୍‌ କାଇଟ୍‌ ବା ଆକାଶଦୀପ ଭଳି ଜିନିଷ । ଏପରିକି ବିମାନ ଚଳାଚଳ ମଧ୍ୟ ସେହି ସମୟରେ ହେବ ନାହିଁ । ରାସ୍ତାକୁ ସିଲ୍‌ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...୧୦ରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ', ୨ ଲକ୍ଷ ଲୋକ ହେବେ ସାମିଲ - PM Modi Road Show in Bhubaneswar

ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ' ପାଇଁ ବିଶେଷ ଭାବେ ଟ୍ରାଫିକକୁ ଗୁରୁତ୍ବ ଦିଆଯାଇଛି । ଯେହେତୁ ସେହିଦିନ ଅକ୍ଷୟ ତୃତୀୟା ରହିଛି, ମାର୍କେଟ ଗହଳି ଥାଏ । ଅନେକ ଲୋକ ସେହି ସମୟରେ ସୁନା ଜିନିଷ କିଣାକିଣି ପାଇଁ ଗହଣା ଦୋକାନ ଆସିଥାନ୍ତି । ଏପରିକି ମାର୍କେଟ ଓ ମଲ୍‌ ସେହି ଅଞ୍ଚଳରେ ଥିବାରୁ ସେହି ସମୟରେ ବିଶେଷ କରି ସନ୍ଧ୍ୟାରେ ଲୋକଙ୍କ ଯାତାୟତ ରହିଥାଏ । ତେଣୁ ମୋଦିଙ୍କ ରୋଡ଼ ସୋ' ପାଇଁ ସେହିଦିନ ସନ୍ଧ୍ୟାରୁ ରାମ ମନ୍ଦିରଠାରୁ ବାଣୀବିହାର ରାସ୍ତାର ଉଭୟ ପାର୍ଶ୍ବ ସିଲ୍‌ କରାଯିବ । ସନ୍ଧ୍ୟାରେ ସେହି ରାସ୍ତା ଦେଇ କୌଣସି ଗାଡି ଚଳାଚଳ ହୋଇପାରିବ ନାହିଁ ।

ଉଚ୍ଚ କୋଠାରୁ ନଜର ରଖାଯିବ, ରାସ୍ତାର ଦୁଇ ପାର୍ଶ୍ଵରେ ଥିବା କୋଠା ଓ ଗଛ ଗୁଡିକ ପୋଲିସର କଡ଼ା ନଜରରେ ରହିବ । ଏନେଇ ମାର୍କେଟ କମ୍ପ୍ଲେକ୍ସ ଗୁଡିକ ସହ ମଧ୍ୟ ପୋଲିସ ଆଲୋଚନା କରି ସେହି ସମୟରେ ଦୋକାନ ବଜାର କିପରି ବନ୍ଦ ରହିବ, ସେନେଇ ଆଲୋଚନା କରିବେ । ସେହି ଅଞ୍ଚଳର ସମସ୍ତ ଅଫିସକୁ ସମୟ ପୂର୍ବରୁ ବନ୍ଦ କରିବାକୁ କୁହାଯାଇଛି । ଏନେଇ ସୁ-ଉଚ୍ଚ କୋଠା ଉପରେ ବନ୍ଧୁକଧାରୀ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ରହିବେ । ଯେଉଁମାନେ ୱାକିଟକି ଜରିଆରେ ଯୋଗାଯୋଗରେ ଥିବେ, ବାଇନାକୁଲାର ଜରିଆରେ ପୁରା ଜନସମାଗନ ଉପରେ ନଜର ରଖିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.