ETV Bharat / state

ଭୁବନେଶ୍ୱରର ଏକ ସ୍ପା’ ସେଣ୍ଟରୁ ଯୁବତି ଉଦ୍ଧାର, ଅନୈତିକ କାମ କରାଉଥିଲେ ସ୍ପା ମାଲିକ

ସ୍ପାରେ ଚାଲୁଥିଲା ଅନୈତିକ କାରବାର । ସ୍ପା ସେଣ୍ଟରରେ ରେଡ କଲା କମିଶନରେଟ ପୋଲିସ । ଜଣେ ଯୁବତୀ ଉଦ୍ଧାର ।

author img

By ETV Bharat Odisha Team

Published : 2 hours ago

WOMAN RESCUED FROM SPA
WOMAN RESCUED FROM SPA (ETV Bharat Odisha)

ଭୁବନେଶ୍ବର: ସ୍ପାରେ ଚାଲିଥିଲା କି ସେକ୍ସ ରାକେଟ୍ ? ରାଜଧାନୀର ଏକ ସ୍ପା ସେଣ୍ଟରରୁ ଜଣେ ଯୁବତୀ ଉଦ୍ଧାର । ରୋଜଗାର ଦେବା ବାହାନରେ ଯୁବତୀଙ୍କୁ କରୁଥିଲେ କି ଅନୈତିକ କାର୍ଯ୍ୟରେ ବ୍ୟବହାର । ଭୁବନେଶ୍ବର ରବି ଟକିଜ ଡାଇମଣ୍ଡ ସ୍ପାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ରାଜ ପଟ୍ଟନାୟକ ଓ ପ୍ରତିଭାରାଣୀ ରାଉତ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ବଡଗଡ ପୋଲିସ ।

ଅଭିଯୋଗକାରିଣୀ ସୂଚନା ମୁତାବକ, ସେ ଦୀପା ଏବଂ ଖୁସି ନାମକ ଦୁଇଜଣ ଯୁବତୀଙ୍କୁ ଯୋଗାଯୋଗ କରି ଭୁବନେଶ୍ୱର ଆସିଥିଲେ ।ତେବେ ରବି ଟକିଜ ଡାଇମଣ୍ଡ ସ୍ପାରେ ରିସେପ୍ସନରେ କାମ କରିବା ସହ ମାସକୁ ୧୦ହଜାର ଟଙ୍କା ଦରମା ଦେବାକୁ କୁହାଯାଇଥିଲା ।ହେଲେ ପରବର୍ତ୍ତୀ ମସୟରେ ତାଙ୍କୁ ଅନୈତିକ କାର୍ଯ୍ୟ କରିବା ପାଇଁ ବଧ୍ୟ କରାଯାଇଥିଲା ।ଏପରି କଲେ ଆଗକୁ ବଢିବା ସହ ଅଧିକ ଟଙ୍କାର ପ୍ରଲୋଭୋନ ଦିଆଯାଇଥିଲା । ହେଲେ ସେ କୌଶଳ କ୍ରମେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ତାଙ୍କ ଭାଇର ସାଙ୍ଗ ପହଞ୍ଚି ପୋଲିସ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ ।

ସ୍ପାରେ ଚାଲୁଛି କ'ଣ?
ସ୍ପା ସର୍ଭିସ ଆଳରେ ଚାଲୁଛି କି ସେକ୍ସ ରାକେଟ । ଭୁବନେଶ୍ୱର ରବି ଟକିଜ ଛକରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀର ସ୍ପାରେ କିଭଳି ଚାଲିଛି କାରବାର ସେନେଇ ଉଠିଛି ପ୍ରଶ୍ନ ? ସ୍ପା ସର୍ଭିସ ଆଳରେ ଯୁବତୀ ମାନଙ୍କୁ ନେଇ ଏପରି ଖରାପ କାମରେ ନିୟୋଜିତ କରାଯାଉଛି କି ? ନିରିହ ଓ ଗରିବ ଯୁବତୀ ମାନଙ୍କୁ ଆଣି ଏପରି ନିୟୋଜିତ କରାଯାଉଛି କି ? ରାଜଧାନୀରେ ଅନେକ ସ୍ପା ସେଣ୍ଟର ଛୁତୁ ଫୁଟିଲା ଭଳି ଖୋଲିଛି ।

ପୁର୍ବରୁ ଧରାପଡ଼ିଥିଲା ସେକ୍ସ ରାକେଟ୍ :
ଗତ ବର୍ଷ ଡିସେମ୍ବର ୧ ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳରୁ ସତ୍ୟନଗରରେ ଧରାପଡ଼ିଥିଲା ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ । ଯେଉଁଠି ଶିବାଜୀ ଓ୍ବେଲସ ନାମକ ସ୍ପା ସେଣ୍ଟରରେ ବିହାର ଓ ଝାରଖଣ୍ଡରୁ ଯୁବତୀ ଆଣି ସେକ୍ସ ରାକେଟ ଚଳାଇଥିଲେ ଦଲାଲ । ଅର୍ଥାତ୍ ବାହାରେ ସ୍ପା ସେଣ୍ଟର ଓ ଭିତରେ ସେକ୍ସ ରାକେଟ ।

ଏହା ମଧ୍ୟ ପଢନ୍ତୁ .... ସ୍ପା ସେଣ୍ଟରରେ ଚାଲିଥିଲା ସେକ୍ସ ରାକେଟ୍‌, 44 ରୂପଜିବୀ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ .... ଜଗତସିଂହପୁର ସେକ୍ସ ରାକେଟ ଠାବ, 4 ଗିରଫ

ସ୍ପା ଚଳାଇବାକୁ କ'ଣ ରହିଛି ନିୟମ ?

ଅନୈତିକ କାରବାର ବା ଦେହ ବ୍ୟବସାୟକୁ କୋୖଣସି ପ୍ରକାର ପ୍ରଶୟ ନ ଦିଆଯିବା ଭଳି ସଚେତନତା ବାର୍ତ୍ତା ରହିବ । ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ବିନା ତାଲା ଯୁକ୍ତ ଅଲଗା ଅଲଗା ପୃଥକ ଚାମ୍ବର ରହିବ । ମହିଳା ଓ ପୁରୁଷ ଟୟଲେଟ ବାଧ୍ୟତାମୁଳକ । ସ୍ପା ସେଣ୍ଟର ପରିସର ସିସିଟିଭି ସର୍ଭିଲାନସ ରହିବା ଆବଶ୍ୟକ । ପୋଲିସର ଭେରିଫିକେସନ ନିତ୍ୟାନ୍ତ ଜରୁରୀ । ସ୍ପା ସେଣ୍ଟରକୁ ଆସୁଥିବା ଗ୍ରାହାକଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ତଥ୍ୟ ରେଜିଷ୍ଟରରେ ଉପଲବ୍ଧ ରହିବ‌ ।କାମ କରୁଥିବା କର୍ମଚାରୀଙ୍କର ପରିଚୟ ପତ୍ର ଓ ତଥ୍ୟ ସମ୍ପୂର୍ଣ୍ଣ ଭାବେ ବଜାୟ ରଖିବେ । ୧୦ରୁ ଉର୍ଦ୍ଧ୍ବ କର୍ମଚାରୀ କାମ କରୁଥିବା ସ୍ପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.