ଭୁବନେଶ୍ବର: ହୁସିଆର ! ସହରରେ ବୁଲୁଛନ୍ତି ମୋବାଇଲ ଚୋର । ଯଦି ଆପଣ ଦାମୀ ଫୋନକୁ କମ୍ ଦାମରେ ବିନା କିଛି ପ୍ରମାଣପତ୍ରରେ କିଣୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ମିଳୁଛି ଚୋରା ମୋବାଇଲ । ସହିଦ ନଗର ଥାନା ଅଞ୍ଚଳରୁ 15ଟି ସ୍ମାର୍ଟଫୋନ ସହିତ କବି ନାୟକ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ପାଖରେ ଏତେ ସଂଖ୍ୟରେ ମୋବାଇଲ କେଉଁଠୁ ଆସିଲା ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ACP ଗୌତମ କିଶାନ ବିସ୍ତୃତ ସୂଚନା ଦେଇଛନ୍ତି ।
କମିଶନରେଟ ପୋଲିସ ଅଭିଯୁକ୍ତକୁ ଗିରଫ କରି ତା' ପାଖକୁ ଏତେ ମୋବାଇଲ ଫୋନ କେଉଁଠୁ ଆସିଲା ଏବଂ ଏହା କ'ଣ କରାଯିବ ପଚାରିବାରୁ ସେ ଏହି ଫୋନଗୁଡ଼ିକୁ ଚୋରି କରିଥିବା ସ୍ବୀକାର କରିଥିଲା । ତେବେ ବାଟରୁ ମୋବାଇଲ ଛିନତାଇ କରିବା ହେଉ ଅବା ଘରୁ ମୋବାଇଲ ଚୋରି ଏବଂ ପକେଟମାର କରି ମୋବାଇଲ ଚୋରି କରିଥାନ୍ତି । ପରେ ଚୋରି ହୋଇଥିବା ମୋବାଇଲ କିଛି ଟେକ୍ନିସିଆନଙ୍କ ପାଖରେ ଅନଲକ କରାଯାଉଛି । ପରେ ସେହି ମୋବାଇଲକୁ ପୁରା ପଲିସି କରି ନୂଆ ଭଳି ତାର ଫେକ ବିଲ୍ ତିଆରି କରି ତାକୁ ପୁଣି ବିକ୍ରି ପାଇଁ ଉପଯୋଗୀ କରାଯାଉଛି । ତେବେ କିଛି ଏହାକୁ ସିଧାସଳଖ ଅନଲାଇନରେ ବିକ୍ରି କରୁଛନ୍ତି ନଚେତ ସିଧା କିଛି ନିର୍ଦ୍ଧିଷ୍ଟ ଚୋରା ଦୋକାନୀଙ୍କୁ ବିକ୍ରି କରିବା ପରେ ସେମାନେ ତାକୁ ଭଲ ଦାମରେ ବିକ୍ରି କରି କିଛି ମୁନାଫା ପାଉଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ... ମୋବାଇଲ ଚୋରି ଆକାଉଣ୍ଟ ଖାଲି, ରାଜଧାନୀରୁ ଧରାପଡିଲେ ତିନପାହାଡି ଗ୍ୟାଙ୍ଗ୍
ଏଭଳି ଢଙ୍ଗରେ ଚୋରା ମୋବାଇଲର ନେଟୱର୍କ ବଢିବାରେ ଲାଗିଛି । ତେବେ ଚୋରି ମୋବାଇଲକୁ ତୁରନ୍ତ ଟ୍ରାକ କରିବା ପାଇଁ ପୋଲିସର ଟ୍ରାକିଂ ୟୁନିଟ ରହିଛି। ଚୋରି ହେବାର କିଛି ସମୟ ଭିତରେ ମୋବାଇଲ IEMI ଟ୍ରାକ କରାଯାଏ । ଯାହାକୁ ଆଧାର କରି ପୋଲିସ ସଫଳ ହୋଇଥାଏ । ତେବେ ଚୋରି ମୋବାଇଲ କେବଳ ପୋଲିସ ପାଇଁ ନୁହେଁ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ପାଇଁ ମଧ୍ୟ ଚିନ୍ତା ବିଷୟ ହୋଇଛି । ଏନେଇ ଦୂରସଞ୍ଚାର ବିଭାଗ ୨୦୧୭ରୁ Central Equipment Identity Register (CEIR) ଏ ଦିଗରେ କାମ କରିଆସୁଛି । ଯାହାକି International Mobile Equipment Identity (IMEI) ଉପରେ ତଥ୍ୟ ସଂଗ୍ରହ କରାଯାଉଛି । ଏହିଭଳି ଚୋରି ମୋବାଇଲର ତଥ୍ୟ ପାଇଁ ଏକ ଓ୍ବେବସାଇଟ ୩୦ଡିସେମ୍ବର ୨୦୧୯ରେ ଲଞ୍ଚ କରିଥିଲେ ତତ୍କାଳିନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ଇଟିଭି ଭାରତ, ଭୁବନେଶ୍ବର