ETV Bharat / state

No DJ Music: ଏଣିକି ପୂଜାରେ ଶୁଭିବନି ଡିଜେ, ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ - Bans DJ Music During Puja

author img

By ETV Bharat Odisha Team

Published : Sep 1, 2024, 10:42 PM IST

Bans DJ Music During Puja: ଦୁର୍ଗାପୂଜା ଭସାଣିରେ ଡିଜେ ବାରଣ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

No DJ Music
No DJ Music (ETV Bharat Odisha)

କଟକ: ଏଥର ପୂଜାରେ ଶୁଭିବନି ଡିଜେ ସାଉଣ୍ଡ୍‌ । ପୂଜା ହେଉ ଅବା ଭସାଣୀ ସବୁଠି ଡିଜେ ବନ୍ଦ । ଗଣେଶ ପୂଜା ବା ଦୁର୍ଗାପୂଜା, ସବୁଠି ମଦମୁକ୍ତ ଭସାଣି ସାଙ୍ଗକୁ ଡିଜେ ମୁକ୍ତ ରୋଷଣୀ ହେବ । ଭସାଣି ଶୋଭାଯାତ୍ରାରେ କେବଳ ୬ଟି ବକ୍ସ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ବାରଣ କରାଯାଇଛି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ପାଇଁ ଅନୁମତି । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।

No DJ Music (ETV Bharat Odisha)

ଫିକା ପଡିବ ପୂଜା ଭସାଣି !

କଟକ ଦୁର୍ଗାପୂଜା କି ଗଣେଶ ପୂଜା ଭସାଣୀରେ ବାଜିବ ନାହିଁ ଡିଜେ । ଏନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଛି । ଗଣେଷ ପୂଜାକୁ ଡିଜେ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ବିଭିନ୍ନ ପୂଜା କମିଟି । ଭସାଣୀ ସମୟରେ ଡିଜେ ବ୍ୟବହାର ନ କରିବା ପାଇଁ ପୂଜା କମିଟି ଗୁଡିକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଥିଲା । ପୋଲିସର ଏହି ନିବେଦନକୁ ଗ୍ରହଣ କରିଥିବାରୁ ପୂଜା କମିଟି ଗୁଡ଼ିକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର । ତେବେ ଭସାଣୀ ସମୟରେ ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ପୂଜା କମିଟିମାନେ ଅତି ବେଶିରେ ୬ ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ, ସେହି ସାଉଣ୍ଡ ବକ୍ସରୁ ୬୫ ଡିସିବିଲ ମଧ୍ୟରେ ସୀମିତ ରଖିବେ ଓ ପୂଜା ସମୟରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଯିବ ନାହିଁ । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ଏଥିରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଡିଜେ ବାରଣ:

ଗତବର୍ଷ ଠାରୁ ଡିଜେ ମୁକ୍ତ ଭସାଣି ଓ ନିଶା ମୁକ୍ତ ରୋଷଣୀ ନେଇ ଏକ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । କିନ୍ତୁ ଗତବର୍ଷ ଏହି ଅଭିଯାନ ବିଶେଷ ଫଳପର୍ଦ ହୋଇ ନ ଥିଲା । ମାତ୍ର ଚଳିତ ବର୍ଷ ଭସାଣିକୁ ଶୃଙ୍ଖଳିତ କରିବା ପାଇଁ ପୂଜାରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ କରିବାରେ ସଫଳ ହେବ ପୋଲିସ । ଆଜି (ରବିବାର) ଅନୁଷ୍ଠିତ ହୋଇ ଥିବା ପୂଜା ପ୍ରସ୍ତୁତି ବୈଠକରେ ଭସାଣି ସମୟରେ ଡିଜେ ଓ ନିଶାକୁ ବାରଣ କରିବା ସହ ପଲିଥିନ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇ ଥିବା କହିଛନ୍ତି ପୂଜା କମିଟିର କର୍ମକର୍ତ୍ତା ।

ନମାନିଲେ କାର୍ଯ୍ୟାନୁଷ୍ଟାନ:

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ପୂଜାରେ ଡିଜେକୁ ଅନୁମତି ଦିଆଯିବ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ୬ ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ । ଜବରଦସ୍ତ ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଯଦି କେହି ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ସୋମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବୁ । ଏନେଇ ଆଜି ଶାନ୍ତି କମିଟିରେ ଭଲ ଭାବରେ ଆଲୋଚନା ହୋଇଛି ।"

ଡିଜେ ମୁକ୍ତ ଭଷାଣି ପାଇଁ ଗୀତ ମାଧ୍ୟମରେ ସଚେତନତା:

ଆସିଲାଣି ପାର୍ବଣ ଋତୁ । ଚାରିଆଡେ ଜମିବ ପୂଜାର ମାହୋଲ । ଗଣେଶ ପୂଜା ପରେ ପରେ ଦୁର୍ଗାପୂଜାରେ କମ୍ପିବ ସିଲଭର ସିଟି କଟକ । ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିହେବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ରେକର୍ଡ ହୋଇଛି । ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ କମ୍ପୋଜିସନ, ଏସପି କୃଷ୍ଣଚନ୍ଦ୍ର ସେଠୀଙ୍କ ଲେଖା ଓ ଗାୟିକା ଦୀପ୍ତିରେଖା ଗାଇଛନ୍ତି । ଯାହା ଆଜି ରିଲିଜ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା - ganesh puja preparation meeting

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.