ETV Bharat / state

ଦରମା ଟଙ୍କା ପାଇଁ ମାଲିକକୁ ମର୍ଡର, ହରିଣ ଡେଡ୍‌ବଡି କହି ଲୁଚାଇଥିଲା ପ୍ରମାଣ - Nabaghana murder case - NABAGHANA MURDER CASE

Nabaghana Murder Case: ଦରମା ଟଙ୍କା ପାଇଁ ଲଜରେ ମାଲିକକୁ ବୀଭତ୍ସ ହତ୍ୟା । ରାଜଧାନୀରରୁ ନିଖୋଜ ବ୍ୟବସାୟୀ ନବଘନ ପାଟଶାଣୀଙ୍କ ମୃତଦେହ ଉଦ୍ଧାର ପରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

NABAGHANA MURDER CASE
NABAGHANA MURDER CASE (ETV Bharat Odisha)
author img

By ETV Bharat Odisha Team

Published : Aug 7, 2024, 10:32 AM IST

ଭୁବନେଶ୍ବର: ରାଜଧାନୀର ବହୁଚର୍ଚ୍ଚିତ ବ୍ୟବସାୟୀ ନବଘନ ପାଟ୍ଟଶାଣୀଙ୍କ ହତ୍ୟାକାଣ୍ଡ ଉପରୁ ଉଠିଛି ପରଦା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ନବଘନଙ୍କ ସୁପରଭାଇଜର ଓ ଆଉ ଜଣେ ତା'ର ସହଯୋଗୀ ଡ୍ରାଇଭର । ଗତ ୩୦ ଜୁଲାଇରେ ଖଣ୍ଡଗିରି ଛକରେ ରାସ୍ତାରୋକ ଓ ନବଘନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ଶେଷରେ ମାଟିତଳେ ଲୁଚି ରହିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଗତ ୧୯ ଜୁଲାଇରୁ ନିଖୋଜ ଥିବା ନବଘନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ କାମ ବୁଝାସୁଝା କରୁଥିବା ସୁପରଭାଇଜର ବଣ୍ଟି ହିଁ ଥିଲା ମୁଖ୍ୟ ଖଳନାୟକ ।ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

NABAGHANA MURDER CASE (ETV Bharat Odisha)

ବ୍ୟବସାୟୀ ନବଘନ ହତ୍ୟାକାଣ୍ଡର ପୁରା ଘଠଣା: ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି,"ଭରତପୁର ଥାନାରେ ଅଭିଯୋଗ ହୋଇଥିବା ନବଘନ ପାଟ୍ଟଶାଣୀ ହତ୍ୟାକାଣ୍ଡ ଘଟଣାରେ ଭରତପୁର ସ୍ପେଶାଲ ସ୍କ୍ୱାର୍ଡ ମିଶି ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓରଫ ମୁଜାଫାର କୁମ୍ଭାରକୁ ଗିରଫ କରିଛି । ଏହି ଘଟଣାରେ ସହାୟତା କରିଥିବା ଡ୍ରାଇଭର ବିଜୟ ନାୟକକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ବଣ୍ଟି ଯେ କି ନବଘନଙ୍କ ବ୍ୟବସାୟ ସମ୍ଭାଳୁଥିଲା ସେ ପ୍ରତି ମାସରେ ବଣ୍ଟିଙ୍କୁ ପଇସା ଦେବାକୁ କହିଥିଲେ କିନ୍ତୁ ଦେଇନଥିଲେ । କିଛି ଦିନ ଆଗରୁ ବଣ୍ଟିଙ୍କୁ ଗାଳି ଗୁଲଜ ସହ ମାଡ଼ ମାରିଥିଲେ । ପ୍ରତିଶୋଧର ନିଆଁରେ ଜଳୁଥିଲା ଅଭିଯୁକ୍ତ ବଣ୍ଟି । ଏହାପରେ ହୋଟେଲରେ ମିଳିମିଶି ଖିଆପିଆ ପରେ ନବଘନଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ।''

କେମିତି କରିଥିଲା ହତ୍ୟା ?

ଗତ ୧୯ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ନବଘନ ଆସିଥିଲେ ଶ୍ରୀସାଇ ଲଜ୍‌କୁ । ନବଘନ ଘାଟିକିଆରେ ଯେଉଁ ଲଜ ଭଡ଼ା ଦେଉଥିଲେ ସେଠି ରହୁଥିଲା ବଣ୍ଟି । ପୂର୍ବ ଯୋଜନା ମୁତାବକ ନବଘନକୁ ଲଜକୁ ଡକାଇଥିଲା । ସେଠାରେ ଉଭୟ ମିଶି ଖାଇଥିଲେ । ଏହାପରେ ମଦ ବୋତଲରେ ନବଘନଙ୍କ ମୁଣ୍ଡକୁ ଆକ୍ରମଣ କରି ଛୁରୀରେ ବେକକୁ କାଟି ହତ୍ୟା କରିଥିଲା ଅଭିଯୁକ୍ତ ବଣ୍ଟି । ଏହାପରେ ରାତି ପ୍ରାୟ ୧୦ଟା ସମୟରେ ମୃତଦେହକୁ ବାହାରେ ଫିଙ୍ଗି ଦେଇଥିଲା ।

ହତ୍ୟା କରି ମୃତଦେହ ସହ ୧୦ଘଣ୍ଟା ରହିଥିଲା ଅଭିଯୁକ୍ତ: ହତ୍ୟା ପରେ ଘର ଭିତର ରକ୍ତରେ ଭିଜିଥିଲା‌ । ବଣ୍ଟି ଘରେ ପୋଛା ମାରି ପୁରା ସଫା କରିଦେଇଥିଲା । ସକାଳ ୧୧ଟାରୁ ହତ୍ୟା କରିବା ପରେ ରାତ୍ରି ପ୍ରାୟ ୯ଟା ବେଳକୁ ମୃତଦେହକୁ ବାହାରେ ଫିଙ୍ଗିବା ପାଇଁ ଯୋଜନା କରିଥିଲା । ପ୍ରାୟ ୧୦ଘଣ୍ଟା ଧରି ମୃତଦେହ ସହ ସେ ରହିଥିଲା । ଏପରିକି ହତ୍ୟା କରି ମଧ୍ୟ ବିଚଳିତ ନ ହୋଇ ସେ ହତ୍ୟାକୁ ଲୁଚାଇବା ପାଇଁ ଭରପୁର‌ ପ୍ରୟାସ କରିଥିଲା ।

ମୃତଦେହକୁ ହରିଣ କହି ଲୁଚାଇଥିଲା: ପ୍ରଥମେ ବାଙ୍କବିହାରୀ ପାତ୍ର ନାମକ ଜଣେ ଡ୍ରାଇଭରକୁ ଡାକି ହରିଣ ମୃତଦେହ କହି ବାହାରେ ଫିଙ୍ଗିବା ପାଇଁ ସହଯୋଗ କରିବାକୁ କହିଥିଲା । ହେଲେ ଏଥିରେ ବାଙ୍କ ରାଜି ହୋଇନଥିଲା । ପରେ ବଣ୍ଟିର କଥା ମୁତାବକ ଲଜ ବାହାରେ‌ ନବଘନ ରଖିଥିବା ଗାଡିକୁ ନେଇ ଚନ୍ଦ୍ରଶେଖରପୁରରେ ସୁବ୍ରତକୁ ଦେବାକୁ କହିଥିଲା । ଦ୍ୱିତୀୟ ଡ୍ରାଇଭର ବିଜୟ ନାୟକକୁ ଟଙ୍କାର ଲୋଭ ଦେଖାଇ ଜରିରେ ବନ୍ଧା ହୋଇଥିବା ହରିଣକୁ ନେଇ କି ଫିଙ୍ଗିବାକୁ କହିଥିଲା । ହେଲେ ଅତ୍ୟଧିକ ଓଜନ ହେବାରୁ ସେ ସନ୍ଦେହ କରିବାରୁ ତାକୁ କହିଥିଲା ହରିଣ ନୁହେଁ ମୃତଦେହ ବୋଲି । ତାକୁ ଅଧିକ ଟଙ୍କାର ଲୋଭ ଦେଇଥିଲା । ପରେ ଲଜର କେୟାର ଟେକରକୁ ଖାଇବା ଆଣିବା ଆଳରେ ବାହାରକୁ ପଠାଇ ସେହି ସମୟରେ ଇନୋଭା ଗାଡିରେ ଲଦି ଗୋବିନ୍ଦପୁର ଅଭିମୁଖେ ଯାଇଥିଲେ ଦୁଇ ଜଣ । ମୃତଦେହ ଫୋପାଡି ଆସିବା ପରେ ପାହାଳ ହଂସପାଳ ପାଖରେ ରକ୍ତଭିଜା‌ ଛୁରୀ ଓ ବଣ୍ଟି ପିନ୍ଧିଥିବା କପଡାକୁ ସେଠାରେ ଫୋପାଡ଼ି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....6 ବର୍ଷ ଝିଅ ଆଗରେ ପତ୍ନୀକୁ ୩୩ ଥର ଛୁରୀ ଭୁସି ହତ୍ୟା, ପତ୍ନୀହନ୍ତାକୁ ଏହି ଦଣ୍ଡ ଦେଲେ କୋର୍ଟ - Husband Awarded Death Sentence

ଘଟଣାକ୍ରମ କେମିତି ପୋଲିସକୁ ଆସିଲା: ନବଘନ ଗତ ୧୯ ତାରିଖରୁ ନିଖୋଜ‌ ପରେ ୨୦ ତାରିଖରେ ପରିବାର ଲୋକ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମଧ୍ୟ ଖୋଜାଖୋଜି କରିଥିଲା ହେଲେ କୌଣସି ପତ୍ତା ପାଇନଥିଲା । ସେହି ସମୟରେ ସୁବ୍ରତ ଠାରୁ ନବଘନ ଗାଡି ଧରାପଡ଼ିବା ପରେ ପୋଲିସ ଆଗରେ ବଣ୍ଟି ଦେଇଥିବା ସେ କହିଥିଲା । ସେବେଠୁ ବଣ୍ଟି ଓ ନବଘନ ଏକାଠି ଥିବା ପୋଲିସ ସନ୍ଦେହ କରିଥିଲା । ସେପଟେ କଟକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ମୃତଦେହ ଜବତ ହୋଇଥିଲା । ହେଲେ ପୋଲିସ ତାର ପରିଚୟ ନ ପାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାଟିତଳେ ପୋତି ଦେଇଥିଲା । ଯେତେବେଳେ ନବଘନର ଗାଡି ଭୁବନେଶ୍ୱରରୁ ଧରାପଡ଼ିଲା ସେତେବେଳେ ଘର ଲୋକେ ନବଘନଙ୍କ କିଛି ଅସୁବିଧା ହୋଇଥିବା ନେଇ ପୋଲିସକୁ ଜଣାଇଥିଲେ । ପରେ କଟକ ଗୋବିନ୍ଦପୁରରେ ମୃତଦେହ ସହ ଘଟଣାର ତାଳ‌ ଖାଉଥିବା ଜାଣି ମୃତଦେହକୁ ମାଟିତଳୁ ଉଦ୍ଧାର କରାଯାଇଥିଲା । ଏଥିରେ ବଣ୍ଟି ସମ୍ପୃକ୍ତ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ତାକୁ ଛତିଆରୁ ଧରିଥିଲା ପୋଲିସ । ବଣ୍ଟିର ଘର କନ୍ଧମାଳ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.