ETV Bharat / state

ଓଡ଼ିଶା ଆକାଶରେ ଧୂମକେତୁ, ଏହିଦିନ ଠାରୁ ଖାଲି ଆଖିରେ ଦେଖାଯିବ - Comet C 2023 A3

author img

By ETV Bharat Odisha Team

Published : 2 hours ago

Comet Over Odisha Sky: ଓଡ଼ିଶା ଆକାଶରେ ଦେଖିବାକୁ ମିଳିଛି ଧୂମକେତୁ । ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏହି ଦିନଠାରୁ ଖାଲି ଆଖିରେ ଦେଖାଯିବ । ଅଧିକ ପଢନ୍ତୁ

Comet C 2023 A3 Tsuchinshan
Comet C 2023 A3 Tsuchinshan (@RakeshKumarRoul)

ଭୁବନେଶ୍ବର: ଓଡ଼ିଶା ଆକାଶରେ ଦୃଶ୍ୟମାନ ହେଲା ଧୂମକେତୁ । ଆଜି (ଅକ୍ଟୋବର ୧ ତାରିଖ, ମଙ୍ଗଳବାର) ଭୋର ସମୟରେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପ ସମୟ ପାଇଁ ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁ 'ସି/୨୦୨୩ ଏ-୩' (Comet C/2023 A3 Tsuchinshan-ATLAS) ଆକାଶରେ ଦେଖିବାକୁ ମିଳିଛି । ଧୂମକେତୁକୁ ସାଧାରଣ ଦୂରବେକ୍ଷଣ ଓ ବାଇନାକୁଲାରରେ ଦେଖିବାକୁ ମିଳିବ । ଏହାର ଫଟୋ ମଧ୍ୟ ନିଆଯାଇଛି । ଫଟୋ ଜର୍ଣ୍ଣାଲିଷ୍ଟ ରାକେଶ କୁମାର ରାଉଳ ଏହି ଧୂମକେତୁର ଏକ ଫଟୋ ନେଇଛନ୍ତି । ଖୋର୍ଦ୍ଧା-ନୟାଗଡ଼ ରାସ୍ତାରୁ ଧୂମକେତୁର ଏହି ଫଟୋ ଉତ୍ତୋଳନ କରାଯାଇଛି।

ସି/୨୦୨୩ ଏ-୩' ଧୂମକେତୁ:

ସି/୨୦୨୩ ଏ-୩' ଧୂମକେତୁଟି ଅକ୍ଟୋବର ମାସ ୧୫ରୁ ୨୦ ତାରିଖ ଖାଲି ଆଖିକୁ ଦେଖାଯିବର ସମ୍ଭାବନା ରହିଛି । ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲି କିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି । ଅକ୍ଟୋବର ମାସ ୧୬ ତାରିଖରେ ପ୍ରାୟ ୬ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ । ୧୫ ତାରିଖ ସନ୍ଧ୍ୟା ୬ଟା ୧୫ ସମୟରେ ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ । ପରେ ଧିରେ ଧିରେ ତଳଆଡ଼କୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପୃଥିବୀ ନିକଟକୁ ଆସିବ ନୂଆ ଅତିଥି; ଆଜିଠୁ ଆକାଶରେ ଦିଶିବ 2ଟି ଜହ୍ନ, କଣ ଏହି Mini Moon ଜାଣନ୍ତୁ - Earth To get a second mini moon

ଏହା ମଧ୍ୟ ପଢ଼ନ୍ତୁ...ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ? - The Moonless Earth

ଏହା ମଧ୍ୟ ପଢ଼ନ୍ତୁ...ମହାକାଶରେ 'ଆଷ୍ଟରଏଡ' ଠାବ କଲେ ୧୧ ବର୍ଷୀୟ ହାଇଦ୍ରାବାଦୀ ଛାତ୍ରୀ, ନାସା କଲା ପ୍ରଶଂସା

ଏହି ଦିନରେ ଖାଲି ଆଖିରେ ଦେଖାଯିବ:

ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍ ସନ୍ଧ୍ୟା ୬ଟା୧୫ ରେ ପୂର୍ବଦିନ ଠାରୁ ପ୍ରାୟ ୪ ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୭ ମିନିଟ୍ ଅଧିକ ସମୟ ନେବ । ଏହିପରି ଦିନ ପରେ ଦିନ ଧିରେ ଧିରେ ଏହା ଉପରରୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ ଡିଗ୍ରୀ ଉପରେ ପହଞ୍ଚିବ । ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ବଳତା କମି କମି ୨୦ ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ‘ସି/୨୦୨୩ ଏ-୩' ଧୂମକେତୁଟି ପୁଣି ଥରେ ୮୦ ହଜାର ବର୍ଷ ପରେ ପାଖକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.