ETV Bharat / state

କୋରାପୁଟକୁ ନୂଆ ପରିଚୟ ଦେବ ରଙ୍ଗୀନ ଧାନ, ଗୁଣବତ୍ତା ଆବିଷ୍କାର କଲେ ଗବେଷକ

Benifits Of Colour Paddy: ରଙ୍ଗୀନ ଧାନ କୋରାପୁଟ ଜିଲ୍ଲା ପାଇଁ ଆଣିଦେବ ନୂଆ ପରିଚୟ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୃଷ୍ଟିକର ବୋଲି ଗବେଷଣାରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

Benifits Of Colour Rice
Benifits Of Colour Rice
author img

By ETV Bharat Odisha Team

Published : Feb 18, 2024, 2:16 PM IST

Benifits Of Colour Rice

କୋରାପୁଟ: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ରଙ୍ଗୀନ ଧାନ ଜିଲ୍ଲା ପାଇଁ ଆଣିଦେବ ନୂଆ ପରିଚୟ । କଳାଚୁଡ଼ି, କାନ୍ଦୁଲକାଠି ଓ ବେଡ଼ାଧାନ ଭଳି 8ଟି ପ୍ରଜାତି ଚିହ୍ନଟ କରିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୃଷ୍ଟିକର ବୋଲି ଗବେଷଣାରୁ ଜଣାପଡ଼ିଛି । ଏଥିରେ ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ ଓ ମିନେରାଲସ ଭରପୁର ରହିଛି । ଏହାର ଗୁଣାତ୍ମକମାନ ହାଇବ୍ରିଡ ଭେରାଇଟି ଠାରୁ ଅଧିକ । ଆଦିମ ଜନଜାତି ଚାଷ କରୁଥିବା ଦେଶୀ ଧାନର ଗୁଣାତ୍ମକମାନକୁ ନେଇ ହୋଇଥିଲା ଗବେଷଣା । ଯାହାକି ଗତ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା ।

କୋରାପୁଟର ଜନଜାତିମାନେ ଚାଷକରୁଥିବା ପାରମ୍ପରିକ ଧନ ମଧ୍ୟରୁ କଳାଚୁଡ଼ି, କାନ୍ଦୁଲକାଠି ଓ ବେଡ଼ାଧାନ ଭଳି 8ଟି ଅଧିକ ପୃଷ୍ଟିକର ପ୍ରଜାତି ଚିହ୍ନଟ ହୋଇଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକ ସହାୟକ ପ୍ରଫେସର ଡ଼କ୍ଟର ଦେବବ୍ରତ ପଣ୍ଡା ଏବଂ ତାଙ୍କ ଟିମ ଏହାକୁ ଚିହ୍ନଟ କରିଛନ୍ତି । ଏହି ଦେଶୀ ଧାନରେ ଅଧିକ ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ, ମିନେରାଲସ ପ୍ରଭୃତି ରହିଥିବା ଗବେଷଣାରୁ ଜଣାପଡ଼ିଛି । ଏହାର ଗୁଣାତ୍ମକ ମାନ ହାଇବ୍ରିଡ ଭେରାଇଟି ଠାରୁ ଅଧିକ ବୋଲି କହିଛନ୍ତି ଗବେଷକ ।

ଏହି ସଫଳ ଗବେଷଣା ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ସଂରକ୍ଷଣ ବିଭାଗର ମୁଖ୍ୟ ପ୍ରଫେସର ଶରତ କୁମାର ପାଲିତା ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଅଧିକ ଧାନ ଓ ମିଲେଟର ଗବେଷଣା କରିବା ପାଇଁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି । ପ୍ରଫେସର ଡ଼କ୍ଟର ଦେବବ୍ରତ ପଣ୍ଡା କହିଛନ୍ତି, "ଏହି ଦେଶୀ ଧାନର ଗୁଣସୂତ୍ରକୁ ପରୀକ୍ଷା କରି ଆଗାମୀ ଦିନରେ ନୂତନ ଗୁଣାତ୍ମକ ଧାନର ସନ୍ଧାନ କରାଯାଇପାରିବ । ଏହି ବିରଳ ଧାନକୁ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଗଲେ ଆଦିବାସୀଙ୍କର ଆର୍ଥିକ ଉନ୍ନତି ସହିତ ଏହା କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ମିଳି ପାରିବ।"

ଏହା ବି ପଢନ୍ତୁ...ବସନ୍ତର ମଳୟ ପବନରେ ଦୋଳି ଖେଳୁଛି ପ୍ରକୃତି, କୋରାପୁଟ ସୌନ୍ଦର୍ଯ୍ୟରେ ଆନମନା କବି

ଏହି ବିରଳ ଧାନ ଚାଷ ଚାଷୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିବ ବୋଲି ମତ ପ୍ରକାଶ କରିଛନ୍ତି । କଳା ଧାନର ଚାରା, ଧାନ, ଚାଉଳ ଓ ଏପରିକି ଭାତ କଳା ରଙ୍ଗର ହୋଇଥିବା ଯୋଗୁଁ ଚାଷୀଙ୍କ ଭିତରେ କୌତୁହଳ ସୃଷ୍ଟି ହୋଇଛି । ଚାଷୀ ଶିବ ଗୋଲରି କହିଛନ୍ତି, "ଡାଏବେଟିସ ଉପରେ ନିୟନ୍ତ୍ରଣ ଓ ମାନସିକ ସ୍ୱାସ୍ଥ୍ୟରେ ବିକାଶ କରିବାରେ ଏହି ଚାଉଳ କାମରେ ଆସୁଥିବା ଯୋଗୁଁ ଏହି ଧାନର ବ୍ୟାପକ ଚାଷ କରିବା ପାଇଁ ଚାଷୀ ପ୍ରୋତ୍ସାହିତ ହେଉଛନ୍ତି । ଗତବର୍ଷ ଅଧ ଏକର ଜମିରେ କଳାଧାନ ଚାଷ କରି 10 କ୍ୱିଣ୍ଟାଲରୁ ଅଧିକ ଅମଳ କରିପାରିଛି ।" ଆହୁରି ଗବେଷଣା କରାଯିବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.