ETV Bharat / state

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର - ମୟୂରଭଞ୍ଜ ଦୁର୍ଘଟଣା

Mayurbhanj Road Accident: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ନୁଆଗାଁ କାର୍ଗିଲ ଛକରେ ସଡକ ଦୁର୍ଘଟଣା । ଜଣେ ମୃତ ଓ ଦୁଇ ଗୁରୁତର । ଅଧିକ ପଢ଼ନ୍ତୁ

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା
କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା
author img

By ETV Bharat Odisha Team

Published : Jan 31, 2024, 7:37 AM IST

ରାଇରଙ୍ଗପୁର: ରାଜ୍ୟରେ ଲଗାତାର ବଢ଼ିଚାଲିଛି ସଡକ ଦୁର୍ଘଟଣା । ପ୍ରାୟ ପ୍ରତିଦିନ ସଡକ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସୁଛି । ଗତକାଲି ପୁଣି ଏକ ସଡକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ନୁଆଗାଁ କାର୍ଗିଲ ଛକରେ । କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭.୦୦ ସମୟରେ ଏକ ମାରୁତି ୱାଗନ ଆର୍ କାର ଓ ଏକ ହିରୋହଣ୍ଡା ପେସନ ବାଇକ ବିପରୀତ ଦିଗରୁ ଆସୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ୨୨୦ ନଂ ଜାତୀୟ ରାଜପଥ ତିରିଂ ଥାନା ଅନ୍ତର୍ଗତ ନୁଆଗାଁ କାର୍ଗିଲ ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦ୍ରୁତ ଗତି ଯୋଗୁଁ ହୋଇଥିବା ବାଇକ ଓ କାର ଧକ୍କା ଫଳରେ ବାଇକରେ ଥିବା ତିନି ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ତିନି ଜଣ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତିରିଂ ଥାନା ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ସେପଟେ ଖବର ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତିନି ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତରରୁ ଅତି ଗୁରୁତର ଥିବା ବେଳେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ କାର ଓ ବାଇକକୁ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଟୋକୁ ଧକ୍କା ଦେଲା ଟ୍ରକ: ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ

ତେବେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ତିରିଂ ଥାନା ଗିତିଲତା ଗ୍ରାମର ରାମ ସୋରେନ ବୋଲି ଜଣାପଡିଥିବା ବେଳେ ଗୁରୁତରଙ୍କ ମଧ୍ୟରୁ ଜଣେ ତିରିଂ ଥାନା ଅନ୍ତର୍ଗତ ଗିତିଲତା ଗ୍ରାମର ଭୀମ ସୋରେନ ଓ ଅନ୍ୟ ଜଣେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ରାଜନଗର ଅଞ୍ଚଳର ଦାମୋଦର ହାଁସଦା ବୋଲି ଜଣାପଡିଛି । ସେପଟେ ରାତି ହୋଇଯାଇଥିବାରୁ ରାମ ସୋରେନଙ୍କ ମୃତଦେହ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.