ETV Bharat / state

ଦୁଇ ବରିଷ୍ଠ ତୀର୍ଥଯାତ୍ରୀ ନିଖୋଜ ମାମଲା, ଖୁବଶୀଘ୍ର ଘରକୁ ଫେରିବେ କହିଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Feb 13, 2024, 6:15 PM IST

Tourist missing from Tirupati: ତିରୁପତି ଭେଲୋର ଯାଇଥିବା ଦୁଇ ତୀର୍ଥଯାତ୍ରୀ ନିଖୋଜ । ତୀର୍ଥଯାତ୍ରୀ ନିଖୋଜ ହୋଇନାହାନ୍ତି ବରଂ ସେମାନେ ଫେରିବା ଟିମରେ ନଥିବା ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି । ଅଧିକ ପଢ଼ନ୍ତୁ,

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନିଖୋଜ ମାମଲା
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନିଖୋଜ ମାମଲା
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନିଖୋଜ ମାମଲା

ଖୋର୍ଦ୍ଧା: ତିରୁପତି ଭେଲୋର ଯାଇଥିବା ଦୁଇ ତୀର୍ଥଯାତ୍ରୀ ନିଖୋଜ । ଖୋର୍ଦ୍ଧା ଜିଲ୍ଲାରୁ ତିରୁପତି ତୀର୍ଥଯାତ୍ରା ପାଇଁ 215 ଜଣ ଯାତ୍ରୀ ଯାଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ମହିଳା ତୀର୍ଥଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ତୀର୍ଥଯାତ୍ରୀ ନିଖୋଜ ହୋଇନାହାନ୍ତି ବରଂ ସେମାନେ ଫେରିବା ଟିମରେ ନଥିବା ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଖୁବଶୀଘ୍ର ଦୁଇ ବରିଷ୍ଠ ମହିଳା ସୁରକ୍ଷିତ ଘରକୁ ଫେରିବେ ବୋଲି ମଧ୍ୟ କହିଛନ୍ତି ।

ନିଖୋଜ ମହିଳା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣେ ବାଲିଅନ୍ତା ବ୍ଲକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଓ ଅନ୍ୟଜଣେ ଚିଲିକା ବ୍ଲକ ଅଠରବାଟିଆ ଭେଲେରି ଗାଁର ରାଣୀ ଦେଇ ବୋଲି ଜଣାପଡିଛି । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ଦୁଇ ତୀର୍ଥଯାତ୍ରୀ ନିଖୋଜ ହୋଇନାହାନ୍ତି ବରଂ ସେମାନେ ଫେରିବା ଟିମରେ ନଥିବା ଜଣାପଡିଛି । ଏନେଇ ସ୍ଥାନୀୟ ପ୍ରଶାସନ ଓ ଏସପିଙ୍କ ସହ ଯୋଗାଯୋଗ କରାଯାଇଛି ।’’ ଖୁବଶୀଘ୍ର ଦୁଇ ବରିଷ୍ଠ ମହିଳା ସୁରକ୍ଷିତ ଘରକୁ ଫେରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ- ତିରୁପତି-ଭେଲୋରକୁ ତୀର୍ଥରେ ବାହାରିଲେ ଖୋର୍ଦ୍ଧାର ୨୦୯ ଓ ଢେଙ୍କାନାଳର 111 ତୀର୍ଥଯାତ୍ରୀ

ଗତ 7 ତାରିଖରୁ ଖୋର୍ଦ୍ଧା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ 215 ଜଣ ତୀର୍ଥଯାତ୍ରୀ ତିରୁପତି ଭେଲୋର ଯାତ୍ରାରେ ଯାଇଥିଲେ । ଭୁବନେଶ୍ୱର ଯାଇ ସେଠାରୁ ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ବରିଷ୍ଠ ନାଗରିକମାନେ କିପରି ସୁରକ୍ଷିତ ଯାତ୍ରା କରିବେ ଏବଂ ଯାତ୍ରା ସମୟରେ ସେମାନଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିଲାଗି ଯାତ୍ରୀଙ୍କ ସହ 7 ଜଣ କର୍ମଚାରୀ ଯାଇଥିଲେ । ତଥାପି ଦୁଇ ବରିଷ୍ଠ ମହିଳା ନିଖୋଜ ହୋଇଥିବା ଜଣାପଡ଼ିଛି ।

ସୂଚନା ଥାଉ କି ବରିଷ୍ଠ ନାଗରିକମାନଙ୍କୁ ବିନା ମୂଲ୍ୟରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ର ପରିଦର୍ଶନ କରାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର 10ଟି ବ୍ଳକରୁ ବରିଷ୍ଠ ନାଗରିକମାନେ ଯାତ୍ରା କରିଥିଲେ । ଏହି ଯୋଜନାରେ ରାଜ୍ୟ ସରକାର ଜଣ ପିଛା 16 ହଜାର ଆଠ ଶହ ଟଙ୍କା ଖର୍ଚ୍ଚ କରିଛନ୍ତି । ତୀର୍ଥଯାତ୍ରୀମାନେ ଆଜି ନିଜ ନିଜ ଘରୁ ଫେରୁଥିବା ଜଣାପଡିଛି । ତେବେ ନିଖୋଜ ଥିବା ଦୁଇ ମହିଳା ଯାତ୍ରୀଙ୍କୁ ଫେରାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ସେହିପରି ଗତ 2023 ନଭେମ୍ବର ମାସ 23 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ 211 ଜଣ ତୀର୍ଥଯାତ୍ରୀ ହରିଦ୍ୱାରରୁ ରୁଷିକେଶ ଯାତ୍ରା କରି ଫେରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.