ETV Bharat / state

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ - WEATHER UPDATES

4 ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ସହ ଅନୁଭୂତ ହେବ ଥଣ୍ଡା । ନୂଆବର୍ଷ ସହ ପାଦ ମିଳାଇ ଫେରୁଛି ଶୀତ ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 8:25 PM IST

ଭୁବନେଶ୍ବର: କିଛିଦିନର ଅନ୍ତର୍ଧ୍ୟାନ ପରେ ନୂଆବର୍ଷ ସହ ତାଳ ମିଳାଇ ପୁଣି ଫେରୁଛି ଶୀତ । ଏଥର ଶୀତ ସହ ନୂଆବର୍ଷର ମଜା ନେବେ ରାଜ୍ୟବାସୀ । ଆସନ୍ତାମାସ (ଜାନୁଆରୀ) 4 ତାରିଖ ପର୍ଯ୍ଯନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ହ୍ରାସ ପାଇବ । ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

  • ୩ ରୁ ୫ ଡ଼ିଗ୍ରୀ ଖସିବ ପାରଦ

ପୂରା ରାଜ୍ୟରେ ଶୁଖିଲା ପାଗ ରହିବା ସହ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ହ୍ରାସ ପାଇବ । ପାଗ ଶୁଖିଲା ରହିବାରୁ ଥଣ୍ଡା ଅନୁଭୂତ ହେବ । ଏବର୍ଷ ଡିସେମ୍ବର ଆରମ୍ଭରେ ମଧ୍ୟମଧରଣ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅଦିନିଆ ବର୍ଷା ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିଥିଲା । ବର୍ଷା ଲାଗି ରହିବା ସହ ତାପମାତ୍ରା ପୁଣି ବଢିଥିଲା । ଶୀତ ଉଭାନ ହୋଇଯାଇଥିଲା ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)
  • ଏହି ସବୁ ଜିଲ୍ଲାକୁ କୁହୁଡି ଓ୍ବାର୍ଣ୍ଣିଂ:-

ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା, କନ୍ଧମାଳ ଏବଂ କଳାହାଣ୍ଡିରେ କୁହୁଡି ଦୃଶ୍ୟମାନ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଓ ସୁନ୍ଦରଗଡରେ ଘନକୁହୁଡି ଦୃଶ୍ୟମାନର ସମ୍ଭାବନା ସହ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଚଳିତବର୍ଷ ଡିସେମ୍ବର ମାସରେ ପ୍ରାୟ ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ । ହେଲେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ

ଚାନ୍ଦିଲି ପାହାଡ଼: ପଥର ଛାତିରେ ଇତିହାସ ଛାପ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ

  • 24 ଘଣ୍ଟାରେ ଫୁଲବାଣୀ ସବୁଠୁ ଥଣ୍ଡା, ସମ୍ବଲପୁର ସବୁଠୁ ଉତ୍ପତ ସ୍ଥାନ:-

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦.୮ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୩୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.