ETV Bharat / state

ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, 11ରେ କେନ୍ଦୁପତ୍ର କର୍ମଚାରୀ ସଂଘର ସମାବେଶରେ ଦେବେ ଯୋଗ

CM Naveen Pattnaik On Sambalpur Visit: ଆସନ୍ତା 11 ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 8, 2024, 10:28 PM IST

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ସାଧାରଣ ନିର୍ବାଚନକୁ କମ୍ ଦିନ ବାକି ଥିବାରୁ ବଢିଲାଣି ରାଜନୈତିକ ଉଷ୍ମତା । ଗତ 15 ଦିନ ଭିତରେ ସମ୍ବଲପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଥର ଆସିସାରିଛନ୍ତି । ଆସନ୍ତା 11 ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ଗତ ଜାନୁଆରୀ 27ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସମଲେଇ ପ୍ରକଳ୍ପ ଲୋକାର୍ପଣ କରିଥିଲେ । ଫେବୃଆରୀ 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଇଆଇଏମ ଉଦଘାଟନ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏବେ ପୁଣି ଆସନ୍ତା 11 ତାରିଖରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରମାଲକୁ ଆସିବେ ମୁଖ୍ୟମନ୍ତ୍ରୀ । ସେଠାରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହିଭଳି ଭାବରେ 16 ଦିନର ଅବଧି ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ସମ୍ବଲପୁର ଗସ୍ତ ହେବ ବୋଲି ଜଣାପଡ଼ିଛି ।

ମୁଖ୍ୟତଃ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁରକୁ ଜାତୀୟ ସ୍ତରର ପ୍ରମୁଖ ବିଜେପି ନେତାଙ୍କ ନିୟମିତ ଭାବେ ଘନ ଘନ ଗସ୍ତ ହେଉଛି । ଜିଲ୍ଲାରେ ବିଜେପି ପାଇଁ ଏକ ମାହୋଲ ତିଆରି ହେଉଥିବାବେଳେ ଏହାକୁ ଚେକ୍ ଦେବପାଇଁ ମୁଖ୍ୟମନ୍ତ୍ରୀଙ୍କ ବାରମ୍ଭାର ସମ୍ବଲପୁର ଗସ୍ତ ବିଜେଡିର ଏକ ରଣନୀତି ବୋଲି ମତ ପ୍ରକାଶ ପାଇଛି । କେନ୍ଦୁପତ୍ର କର୍ମଚାରୀ ସଂଘ ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ବିଜେଡିର ସଂଗଠନ ପାଇଁ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ସମ୍ବଲପୁର ଗସ୍ତରେ ରାଜ୍ୟ ସରକାରଙ୍କ ବିପକ୍ଷରେ ପଦେ ବି କହିଲେନି ମୋଦି: କଂଗ୍ରେସ

ଅନ୍ୟପଟେ ଓଡି଼ଶା କେନ୍ଦୁପତ୍ର ଶ୍ରମିକ ଉନ୍ନୟନ ବୋର୍ଡର ଉପଦେଷ୍ଟା ସଂଜିତ ମହାନ୍ତି ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ଆଶାୟୀ ପ୍ରାର୍ଥୀ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଯୁବନେତା ସଂଜିତ ମହାନ୍ତିଙ୍କୁ ଏଥର ବିଜେଡି ଟିକେଟ ମିଳିବାର ସଂକେତ ମଧ୍ୟ ଦିଆଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ଇଂ ରୋହିତ ପୂଜାରୀ ରେଢ଼ାଖୋଲ ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନ ପାଇଁ ସେ ସମ୍ବଲପୁର ମୁହାଁ ହୋଇଛନ୍ତି । ତେଣୁ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଟିକେଟ୍ ଆଶାୟୀ ଦୌଡରେ ପ୍ରସନ୍ନ ଆଚାର୍ଯ୍ୟ, ଯୁବ ବିଜେଡି ନେତା ତଥା ଓଡିଶା କେନ୍ଦୁପତ୍ର ଶ୍ରମିକ ଉନ୍ନୟନ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଓ ରେଢ଼ାଖୋଲର ଜଣେ ସ୍ଥାନୀୟ ଚେହେରା ଆଶାୟୀ ପ୍ରାର୍ଥୀ ଭାବରେ ଅଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.