ETV Bharat / state

ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତ - Pran Pratishtha news

CM Naveen patnaik Witnessed Pran Pratishtha on TV: ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍‌ କରି କହିଲେ ମୁଁ ଆନନ୍ଦିତ। ଭି.କେ ପାଣ୍ଡିଆନ ମଧ୍ୟ ଦେଖିଲେ ସିଧାପ୍ରସାରଣ। ଅଧିକ ପଢନ୍ତୁ

CM Naveଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତen patnaik
CM Naveen patnaikଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତ
author img

By ETV Bharat Odisha Team

Published : Jan 22, 2024, 3:57 PM IST

ଭୁବନେଶ୍ବର: ରାମ ଜନ୍ମଭୂମି ଅଯୋଧ୍ୟାରେ ଆଜି ପ୍ରଭୁ ଶ୍ରୀରାମଙ୍କ ବହୁପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ଦେଶ ଓ ବିଦେଶରୁ ପ୍ରାୟ 7 ହଜାର ନିମନ୍ତ୍ରିତ ଅତିଥି ଏହି ଭବ୍ୟ ସମାରୋହରେ ସାମିଲ ହୋଇଛନ୍ତି । ତେବେ ଦେଶବ୍ୟାପୀ କୋଟି କୋଟି ଶ୍ରଦ୍ଧାଳୁ ଦୂରଦର୍ଶନ ମାଧ୍ୟମରେ ଏହି ଭବ୍ୟ କ୍ଷଣର ସାକ୍ଷୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭୁବନେଶ୍ବରସ୍ଥିତ ବାସଭବନ ନବୀନ ନିବାସରେ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଛନ୍ତି । ତାଙ୍କ ସହ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ତଥା 5ଟି ଅଧ୍ୟକ୍ଷ ପାଣ୍ଡିଆନ ମଧ୍ୟ ସାମିଲ ଥିଲେ । ନବୀନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦେଖିବା ବେଳେ ବେଶ ଭକ୍ତିର ସହ ଯୋଡ଼ହସ୍ତରେ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମଧ୍ୟ ଟ୍ବିଟ କରିଛନ୍ତି । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସେ ବେଶ ଆନନ୍ଦିତ ବୋଲି ଲେଖିଛନ୍ତି ନବୀନ ।

ରାମ ମନ୍ଦିର ପ୍ରତିଷ୍ଠାର ମାତ୍ର 5 ଦିନ ପୂର୍ବରୁ (17 ତାରିଖ)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ପୁରୀରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିଥିଲେ । 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶେଷ ହୋଇଥିବା ଏହି ବହୁଚର୍ଚ୍ଚିତ ପ୍ରକଳ୍ପର 5ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏଥିରେ ପ୍ରାୟ 7ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- 500 ବର୍ଷ ପ୍ରତୀକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ନୀତି ଶେଷ ହୋଇଛି । 40 ମିନିଟ ଧରି ପ୍ରାଣ ପ୍ରତିଷ୍ଠା ବିଧି ଚାଲିଥିବା ବେଳେ ମାତ୍ର ମାତ୍ର 84 ସେକେଣ୍ଡ ମଧ୍ୟରେ ମୁଖ୍ୟ ନୀତି ସମାପିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ । ୧୨.୧୫ ମିନିଟରୁ ୧୨.୪୫ ମିନିଟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପରେ ପ୍ରଥମେ ସାଧୁସନ୍ଥମାନେ ଦର୍ଶନ କରିବା ପରେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି । ସଂଧ୍ୟା ଆଳତି ହେବା ପର୍ଯ୍ୟନ୍ତ ଅତିଥିମାନେ ଗର୍ଭଗୃହରେ ଦର୍ଶନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.