ETV Bharat / state

ଚଣ୍ଡିଖୋଲରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନବୀନ, ଦେଶକୁ ଆର୍ଥିକ ଶକ୍ତିକେନ୍ଦ୍ର କରାଉଛନ୍ତି ପ୍ରଧାନମନ୍ତ୍ରୀ

Naveen Praises Modi: ଚଣ୍ଡିଖୋଲ ସଭାରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Naveen Praises Modi
Naveen Praises Modi
author img

By ETV Bharat Odisha Team

Published : Mar 5, 2024, 5:17 PM IST

Naveen Praises Modi

ଭୁବନେଶ୍ବର: ଆଜି ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି କହିଲେ ନବୀନ । ଦେଶକୁ ନୂଆ ଦିଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଦେଶକୁ ଆର୍ଥିକ ପାୱର ହାଉସ କରାଉଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ପ୍ରଶଂସାରେ ପୋତି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଆଜି ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁ ଜଣେ ଦୃରଦୃଷ୍ଟି ସମ୍ପର୍ଣ୍ଣ ନେତା ଥିଲେ । ଦେଶ ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି । ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି । 1990 ମସିହାରେ କଳିଙ୍ଗ ନଗରକୁ ଶିଳ୍ପ ହବ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇ ପାରିଛି । କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି ।"

ଖୁସିର କଥା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମ ସହିତ ଅଛନ୍ତି । ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି । ଦେଶକୁ ନୂଆ ଦିଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଆର୍ଥିକ ପାୱର ହାଉସ କରିବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଭାରତ 5ମ ଅର୍ଥନୀତି ହୋଇଛି । ଆଗାମୀ କିଛି ବର୍ଷ ମଧ୍ୟରେ ତୃତୀୟ ସ୍ଥାନକୁ ଯିବ । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାରେ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ସହିତ ଅନେକ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ ରହିଛି । Desalination ପ୍ଲାଣ୍ଟ, ଏଲପିଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ନୂଆ ଟ୍ରେନ ପରି ବିଭିନ୍ନ ପ୍ରକଳ୍ପ ରହିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ଏହା ମଧ୍ୟ ପଢନ୍ତୁ: ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, 'ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି'

ଆଜି ଓଡିଶା ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ ହବ ହେବାକୁ ଯାଉଛି । ଭିତ୍ତିଭୂମି ବିକାଶରେ ଓଡିଶାରେ ଆଜି ରୂପାନ୍ତର ଆସିଛି । ମିଶନ ଶକ୍ତି ମା' ମାନେ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି । ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଆଜି ଦେଶର ଦ୍ଵିତୀୟ ରାଜ୍ୟ ହୋଇ ପାରିଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା' ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଜୋରସୋର ଚାଲିଛି । ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ କରିବାକୁ ଅଛି । ଓଡିଶାର ବିକାଶ ପାଇଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି କହିଲେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.