କଟକ: ଏଣିକି ବର୍ଷା ହେଲେ କଟକ ସହର ହେବନି ଆଉ ଜଳବନ୍ଦୀ । ସିଲଭର ସିଟିରେ ଜମିବନି ଆଣ୍ଠୁଏ ଆଣ୍ଠୁଏ ପାଣି । ରାଜ୍ୟ ସରକାର କରିଛନ୍ତି ବହୁ ପ୍ରତୀକ୍ଷିତ ବକ୍ସ ଡ୍ରେନର ହେଲା ଲୋକାର୍ପଣ । ଆଜି ୫ଟି ଉପକ୍ରମରେ ସହରାଞ୍ଚଳ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅନୁଯାୟୀ ନିର୍ମାଣ କାମ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଏହି ବଡ଼ ପ୍ରୋଜେକ୍ଟର କରିଛନ୍ତି ଶୁଭାରମ୍ଭ । ପ୍ରାୟ ୪୫୮ କୋଟି ଟଙ୍କାର ଏହି ବୃହତ ପ୍ରକଳ୍ପକୁ ଆଜି କଟକବାସୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାଜ ଅଫିସ ପଟାପୋଲଠୁ ପ୍ରଫେସର ପଡା ପର୍ଯ୍ୟନ୍ତ ଏହି ବକ୍ସ ଡ୍ରେନ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି ।
ଏହା ମଧ୍ୟ ପଢନ୍ତୁ ... ସିଏମସି କମିଶନରଙ୍କୁ ଭେଟିଲେ କଂଗ୍ରେସ କର୍ପୋରେଟର, ୧୨ଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା
ଏହି ପ୍ରକଳ୍ପ ଲୋକାର୍ପଣ ହେଲା ପରେ ବକ୍ସି ବଜାର ଠାରୁ ପ୍ରଫେସର ପଡା ଯାଏଁ ପ୍ରାୟ ୨ କିଲୋମିଟର ଏବଂ ୮ ଶହ ମିଟର ବିଶିଷ୍ଟ ଏକ ସୁନ୍ଦର ଏବଂ ପ୍ରଶସ୍ଥ ରାସ୍ତାର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ରାସ୍ତା ତଳେ ରହିଛି ସହରର ମୁଖ୍ୟ ନର୍ଦ୍ଦମା, ଯାହା ଜରିଆରେ କଟକ ସହରର ସମସ୍ତ ବର୍ଜ୍ୟଜଳ ନିସ୍କାଷିତ ହେବ ଏବଂ ଆଗକୁ କଟକବାସୀମାନେ ଆଉ ଜଳବନ୍ଦୀର ଅବସ୍ଥାକୁ ସାମ୍ନା କରିବେ ନାହିଁ ବୋଲି ୱାଟକୋ କର୍ତ୍ତୃପକ୍ଷ କହିଛନ୍ତି ।ବିଧାୟକ ସୌଭିକ ବିଶ୍ବାଳ କହିଚନ୍ତି ଯେ କଟକ ସହରର ମୁଖ୍ୟ ସମସ୍ୟା ଭାବେ ଜଳବନ୍ଦୀ ରହିଥିଲା । ଏଣିକି ସେ ଅସୁବିଧା ମଧ୍ୟ ଦୂର ହୋଇଗଲା । ସେହିପରି ଆବଦ୍ଧ ଡ୍ରେନ ଫଳରେ କଟକ ସହରରେ ମଶା ମାନଙ୍କ ପ୍ରାଦୁର୍ଭାବ କମିବ ବୋଲି କହିଛନ୍ତି ବିଧାୟକ ।
ଏ ସମ୍ପର୍କରେ ଓଡିଶା ହାଇକୋର୍ଟ ପ୍ରତ୍ୟକ୍ଷ ତଦାରଖ ମଧ୍ୟ କରୁଥିଲେ । ଏହି ପ୍ରକଳ୍ପର ଶୁଭାରମ୍ଭ ଦୀର୍ଘ ବର୍ଷ ଧରି କଟକରେ କରାଯାଇଥିଲା । ତେବେ ଏହାର ଶିଳାନ୍ୟାସ ପରେ ଏହାକୁ କିପରି ପୂର୍ଣ୍ଣଙ୍ଗ ରୂପ ମିଳିବ ସେନେଇ ସବୁ ଯୋଜନା ହାତକୁ ନେଇଥିଲେ ସିଏମସି ଓ ସିଡିଏ । ତେବେ ଏହି ବକ୍ସ ଡ୍ରେନ ହେବାଦ୍ବାରା କଟକ ଆଉ ଜଳବନ୍ଦୀ ସମସ୍ୟା ର ସମୁଖୀନ ହେବେନି ବୋଲି କହିଛନ୍ତି ସିଏମସି ମେୟର । ତେବେ ପ୍ରଫେସର ପଡା ପର୍ଯ୍ୟନ୍ତ ବକ୍ସଡ୍ରେନ ନିର୍ମାଣ କାମ ସରିବା ସହିତ ଆଜି ଲୋକାର୍ପଣ ହୋଇଯାଇଛି ,କିନ୍ତୁ ଅବଶିଷ୍ଟ ୧୯୪ ମିଟର ପାଇଁ ନିର୍ମାଣ କାମ ଚାଲିଛି , ଯାହା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଜାଇକା କର୍ତ୍ତୃପକ୍ଷ ।
ଇଟିଭି ଭାରତ, କଟକ