ETV Bharat / state

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ; ବିଭିନ୍ନ ପ୍ରକାର ପକ୍ଷୀ ବିଷୟରେ ଜାଣିବେ ପକ୍ଷୀପ୍ରେମୀ - ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

4th National Chilika Birds Festival: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ତିନିଦିନିଆ ଉତ୍ସବରେ ଦେଶର ବଛା ବଛା ୫୨ ଜଣ ପକ୍ଷୀପ୍ରେମୀ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ; ବିଭିନ୍ନ ପ୍ରକାର ପକ୍ଷୀ ବିଷୟରେ ଜାଣିବେ ପକ୍ଷୀପ୍ରେମୀ

author img

By ETV Bharat Odisha Team

Published : Jan 27, 2024, 10:37 PM IST

ଭୁବନେଶ୍ବର : ଏସିଆର ସର୍ବବୃହତ ଲୁଣା ହ୍ରଦ ଭାବେ ଚିଲିକା ହ୍ରଦ ପରିଚିତ । ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ଚିଲିକା ହେଉଛି ବିଚରଣସ୍ଥଳୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ମହୋତ୍ସବ ପକ୍ଷୀପ୍ରେମୀଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

ଚିଲିକା ବିହଙ୍ଗ ଉତ୍ସବ ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା । ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ବାଳ, ଧୃତିମାନ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି । ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁଗ୍ଧକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଏଥିରେ ଫଟୋଗ୍ରାଫରଙ୍କର କେବଳ କଳାକୃତି ନୁହେଁ, ବରଂ ଚିଲିକାର ଜୈବବିବିଧତାକୁ ନିଖୁଣ ଭାବେ ସ୍ଥାନିତ କରାଯାଇଛି ।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଛନ୍ତି ଯେ, ରାଜ୍ୟର ଅର୍ଦ୍ରଭୂମିର ସୁରକ୍ଷା ଓ ପକ୍ଷୀ ସଂରକ୍ଷଣ ଦିଗରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଏହି ଉତ୍ସବ ତା’ର ଏକ ସଫଳତାର ନିଦର୍ଶନ ବହନ କରୁଛି । ଚଳିତ ବର୍ଷ ପକ୍ଷୀ ଗଣନା ଅନୁଯାୟୀ ୧୮୭ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୩୭ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଛନ୍ତି ଯେ, ଚିଲିକାର ମଙ୍ଗଳାଯୋଡ଼ି ହେଉଛି ଗୋଷ୍ଠୀଭିତ୍ତିକ ଜୈବବିବିଧତାର ସୁରକ୍ଷା ଓ ପକ୍ଷୀମାନଙ୍କୁ ଦେଖିବାର ଏକ ଉତ୍କୃଷ୍ଟ ସ୍ଥାନ । ଚିଲିକାରେ ଥିବା ଅବରୋଧକୁ ହଟାଯାଇ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ .... ଚିଲିକା ଓ ଭିତରକନିକାରେ ଡଲଫିନ୍ ଗଣନା

ଚଳିତ ବର୍ଷ ଏହି ଅଭିଯାନରେ ଡଙ୍ଗାଚାଳକମାନଙ୍କୁ ସାମିଲ କରାଯାଇ ଜୈବବିବିଧତାର ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଇଛି । ଏଥି ସହ ସମାନ୍ତରାଳ ଭାବେ ନନ୍ଦନକାନନ, ଏକାମ୍ର ଆଦି ଅଞ୍ଚଳରେ ବିହଙ୍ଗ ଉତ୍ସବ ମଧ୍ୟ ପାଳନ କରାଯାଉଛି ।ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ସୁରେଶ କୁମାର, ପ୍ରସିଦ୍ଧ ଲେଖକ ଓ ପକ୍ଷୀପ୍ରେମୀ ପଞ୍ଚମୀ ମନୁ ଉକିଲ ପ୍ରମୁଖ ଯୋଗଦେଇ ଚିଲିକାର ଜୈବ ବିବିଧତା, ବୈଜ୍ଞାନିକ ଗବେଷଣା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପକ୍ଷୀ ପର୍ଯ୍ୟଟନ ଅନୁଭୂତି ନିଆରା ବୋଲି ମତବ୍ୟକ୍ତ କରିଛନ୍ତି ।

ଏହି ଉତ୍ସବ ଅବସରରେ ଆସନ୍ତା ଦୁଇଦିନ ଅଂଶଗ୍ରହଣକାରୀ ଓ ପ୍ରତିନିଧି ମଣ୍ଡଳୀ ମଙ୍ଗଳାଯୋଡ଼ି ଓ ନଳବଣରେ ପକ୍ଷୀ-ପର୍ଯ୍ୟଟନରେ ଅଂଶଗ୍ରହଣ କରିବେ । ଆଜିର ଉଦଘାଟନୀ ଉତ୍ସବରେ ଦ ଷ୍ଟେଟ ଅଫ ଇଣ୍ଡିଆଜ ବାର୍ଡ ପୋଷ୍ଟର ଓ ଭିଡ଼ିଓ ଉନ୍ମୋଚିତ ହୋଇଛି । ଏଥିରେ ଭାରତରେ ଦେଖାଯାଉଥିବା ବିଭିନ୍ନ ପକ୍ଷୀମାନଙ୍କ ସଂପର୍କରେ ଏଥିରେ ଉଲ୍ଲେଖ ରହିଛି । ପ୍ରାୟ ୧୩ ହଜାର ପକ୍ଷୀପ୍ରେମୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ଏହି ତିନିଦିନିଆ ଉତ୍ସବରେ ଦେଶର ବଛା ବଛା ୫୨ ଜଣ ପକ୍ଷୀପ୍ରେମୀ ଭାଗ ନେଇଥିଲେ । ଏଥି ସହ ବିଭିନ୍ନ କର୍ମଶାଳା ଏବଂ ପକ୍ଷୀ ବିଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.