ETV Bharat / state

ବିଭିନ୍ନ ବିଭାଗରେ ନିଯୁକ୍ତ ପାଇଲେ ୧୨୯୪ ଅଧିକାରୀ, ଦିଗଦର୍ଶନ ଦେଲେ ନବୀନ - Government Staff Recruitment

Government Staff Recruitment: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୯୪ ଅଧିକାରୀ ନିଯୁକ୍ତି ପାଇଲେ । ଆଜି ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ସହ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାଜଧାନୀରେ ଆୟୋଜିତ ନିଯୁକ୍ତି ପର୍ବ
ରାଜଧାନୀରେ ଆୟୋଜିତ ନିଯୁକ୍ତି ପର୍ବ
author img

By ETV Bharat Odisha Team

Published : Mar 9, 2024, 7:13 PM IST

ରାଜଧାନୀରେ ଆୟୋଜିତ ନିଯୁକ୍ତି ପର୍ବ

ଭୁବନେଶ୍ବର: ରାଜଧାନୀର ଲୋକସେବା ଭବନରେ ଆଜି ଆୟୋଜନ ହୋଇଛି ସରକାରୀ ଅଧିକାରୀଙ୍କ ନିଯୁକ୍ତି ପର୍ବ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୯୪ ଜଣ ନିଯୁକ୍ତ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତି । ତେବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, ‘‘ସରକାରୀ ବ୍ୟବସ୍ଥାରେ ମୁଖ୍ୟ ହେଉଛନ୍ତି ଜନସାଧାରଣ । ସେମାନଙ୍କ କାର୍ଯ୍ୟକୁ ସରକାର ପ୍ରାଥମିକତା ଦିଅନ୍ତି । ରୂପାନ୍ତରଣ ଜରିଆରେ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ।’’ ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ତେବେ ମୋଟ 1294 ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ନବ ନିଯୁକ୍ତଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସର୍ବାଧିକ ୭୨୫ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ମିଳିଛି । ଏହା ଛଡା ଅର୍ଥ, ଗ୍ରାମ୍ୟ ଉନ୍ନୟନ, କ୍ରୀଡ଼ା ଓ ଯୁବସେବା, ଇସ୍ପାତ ଓ ଖଣି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଚ୍ଚ ଶିକ୍ଷା, ଗୃହ ବିଭାଗରେ ନିଯୁକ୍ତି ଦିଆଯାଇଛି । ଅର୍ଥ ବିଭାଗରେ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ଅଛନ୍ତି ।

ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ସେଥିରେ ୧୧୬ ଜଣ କନିଷ୍ଠ ସହାୟକ, ୫ ଜଣ କନିଷ୍ଠ କିରାଣୀ ଏବଂ ୮ ଜଣ କନିଷ୍ଠ ଷ୍ଟେନୋଗ୍ରାଫର ଅଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୬୦ ଜଣ କୃତି କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ଷ୍ଟିଲ ଏବଂ ମାଇନ୍ସ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଗୃହ ବିଭାଗରେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତଙ୍କୁ ସରକାରୀ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି । ତେବେ ସରକାରୀ ବ୍ୟବସ୍ଥାରେ ଫାଙ୍କା ଥିବା ପଦ ପୂରଣ କରିବା ଲାଗି ପ୍ରକ୍ରିୟାକୁ ଜୋରଦାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ବଢ଼ିଲା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି, ଉପକୃତ ହେବେ 59509

ଗତ କିଛି ବର୍ଷ ହେବ ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରକ୍ରିୟା ଜାରୀ ରଖିଛନ୍ତି । ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ‘‘କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ । ପ୍ରତ୍ୟେକ ପଦର ନିଜସ୍ଵ ଗୁରୁତ୍ୱ ଓ ଗାରିମା ରହିଛି । ଆମ କାମ ପାଇଁ ଓଡିଶାର ଜନସାଧାରଣ ଦରମା ଦେଉଛନ୍ତି । ଆମକୁ ତାଙ୍କୁ ସେବା ଯୋଗାଇବାକୁ ପଡିବ । ମୁଁ ସାଢ଼େ ୪ କୋଟି ଓଡିଶାର ଲୋକଙ୍କୁ ମୋର ପରିବାର ଭାବେ ।’’ ନୂଆ ଓଡିଶା ଗଠନ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦିଗଦର୍ଶନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.