ETV Bharat / state

ରାଜ୍ୟରେ ଆଉ 22 ନୂଆ NAC ଘୋଷଣା; ଭଞ୍ଜନଗର ହେଲା ମ୍ୟୁନିସିପାଲିଟି

author img

By ETV Bharat Odisha Team

Published : Mar 13, 2024, 11:17 AM IST

Updated : Mar 13, 2024, 11:53 AM IST

CM Announces 22 New NAC: ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି ଘୋଷଣା କଲେ ରାଜ୍ୟ ସରକାର । 13ଟି ଜିଲ୍ଲାରେ 22ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ(NAC) ଗଠନ ସହ ଗଞ୍ଜାମର ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ରାଜ୍ୟରେ ମୋଟ NAC ସଂଖ୍ୟା ୧୧୩ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

CM Announces 22 New NAC
CM Announces 22 New NAC

ଭୁବନେଶ୍ବର: ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି । ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମ୍ୟୁନିସିପାଲିଟିକୁ ଉନ୍ନୀତ ହେଲା ଭଞ୍ଜନଗର ଏନ୍‌ଏସି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର 13ଟି ଜିଲ୍ଲାରେ ଏହି 22ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି । ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦଗୁଡିକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଗତ ମାସରେ ମୁଖ୍ୟମନ୍ତ୍ରୀ 35ଟି ନୂଆ ଏନ୍‌ଏସି ଘୋଷଣା କରିଥିଲେ । ଫଳରେ ବର୍ତ୍ତମାନ ଓଡ଼ିଶାରେ ମୋଟ NAC ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି ।

13 ଜିଲ୍ଲାରେ ୨୨ NAC

22 ନୂଆ ଏନ୍‌ଏସି: ରାଜ୍ୟର 13 ଜିଲ୍ଲାରେ ଏହି 22 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୂର୍ବରୁ ଏନଏସି ଥିବାବେଳେ ଏହାକୁ ମ୍ୟୁନିସିପାଲିଟିକୁ ଉନ୍ନିତ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ ନବଗଠିତ ଏନ୍‌ଏସି ତାଲିକା ଉପରେ ନଜର ପକାଇବା ...

  • ବୌଦ୍ଧ: ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି
  • ବଲାଙ୍ଗୀର: ଲୋଇସିଂହା ଓ ସିନ୍ଧେକେଲା
  • ବରଗଡ଼: ସୋହେଲା
  • ବାଲେଶ୍ବର: ବାଲିଆପାଳ ଓ ଖଇରା
  • ଭଦ୍ରକ: ଧାମରା
  • ଢେଙ୍କାନାଳ: ରାସୋଳ
  • ଜଗତସିଂହପୁର: କୁଜଙ୍ଗ
  • କଳାହାଣ୍ଡି: ନର୍ଲା ଓ ମଦନପୁର ରାମପୁର
  • ଖୋର୍ଦ୍ଧା: ବୋଲଗଡ଼
  • ନୟାଗଡ଼: ଶରଣକୁଳ
  • ପୁରୀ: ସାକ୍ଷୀଗୋପାଳ ଓ କାକଟପୁର
  • ସମ୍ବଲପୁର: ରେଙ୍ଗାଲି ଓ ବାମଣ୍ଡା
  • ସୁବର୍ଣ୍ଣପୁର: ସୁବଳୟା, ଉଲୁଣ୍ଡା ଓ ରାମପୁର

ପୂର୍ବରୁ ଘୋଷଣା ହୋଇଥିଲା ୩୫ ନୂଆ NAC

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଗତ ମାସ (ଫେବୃଆରୀ)ରେ 35 ନୂଆ ଏନ୍‌ଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । 20ଟି ଜିଲ୍ଲାରେ 35ଟି ନୂଆ ଏନ୍‌ଏସି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ସେହିପରି 4ଟି ଜିଲ୍ଲାରେ 5ଟି ଏନ୍‌ଏସିକୁ ମଧ୍ୟ ମ୍ୟୁନିସିପାଲିଟିରେ ଉନ୍ନୀତ କରିବା ପାଇଁ ଘୋଷଣା କରାଯାଇଥିଲା । ଏହାରି ମଧ୍ୟରେ ରହିଥିଲା ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ବର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ବୀରମହାରାଜପୁର, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ କୁକୁଡାଖଣ୍ଡି, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଆଦିକୁ ରାଜ୍ୟ ସରକାର NAC ଘୋଷଣା କରିଥିଲେ । ଏହାପରେ ଅନ୍ୟ ଅଞ୍ଚଳରେ ଏନ୍‌ଏସି ମାନ୍ୟତା ଦାବି ଜୋର ଧରିଥିଲା । ଏହି କ୍ରମରେ ଆଜି ଆଉ 22ଟି ନୂଆ ଏନ୍‌ଏସି ଗଠନ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 13, 2024, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.