ETV Bharat / state

ପଦ୍ମ ବିଜେତାଙ୍କୁ ମାସିକ 25 ହଜାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 13, 2024, 1:01 PM IST

Updated : Mar 13, 2024, 3:56 PM IST

CM Announces 25k per month to Padma Awardees: ରାଜ୍ୟର ପଦ୍ମ ସମ୍ମାନରେ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ମିଳିବ ମାସିକ 25 ହଜାର ଟଙ୍କା । ଚଳିତ ବର୍ଷ ଏପ୍ରିଲ ମାସରୁ ମିଳିବା ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

CM Announces 25k per month to Padma Awardees

ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଆ ବ୍ୟକ୍ତି ବିଶେଷଙ୍କୁ ମିଳିବ ମାସିକ 25 ହଜାର ଟଙ୍କା । ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ । ଏହି ସମ୍ମାନ ପାଇଥିବା ଓଡ଼ିଶାର କୃତୀ ସନ୍ତାନମାନଙ୍କ ସମ୍ମାନାର୍ଥେ ସେମାନଙ୍କୁ ମାସକୁ 25 ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଏହି ଅର୍ଥ ସମ୍ମାନ ରାଶି ସେମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସଠାରୁ ମିଳିବ ।

ଏହି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦେଇ କୁହାଯାଇଛି ଯେ, ପଦ୍ମ ପୁରସ୍କାର ହେଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ । ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ବାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆଉ 22 ନୂଆ NAC ଘୋଷଣା; ଭଞ୍ଜନଗର ହେଲା ମ୍ୟୁନିସିପାଲିଟି

ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ସେ କହିବା କଥା, "ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ ଆମମାନଙ୍କୁ ବେଶ ଉତ୍ସାହିତ କରୁଛି ।" ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ସାଧୁବାଦ ଦେଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାର ପ୍ରଥମ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପଟ୍ଟାୟତ ସାହୁ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତ୍ରିକ୍ରିୟା ରଖିଛନ୍ତି । ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅର୍ଥରାଶି ବିଭିନ୍ନ କାମ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ପରିବାର ଚଳାଇବାରେ ମଧ୍ୟ ଏହା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ପଟ୍ଟାୟତ ସାହୁ କୃଷି ଏବଂ ଔଷଧୀୟ ବୃକ୍ଷ ରୋପଣ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ପଟ୍ଟାୟତ ସାହୁଙ୍କ ପ୍ରଶଂସା କରିବା ସହ ପରବର୍ତ୍ତୀ ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ଦ୍ଵାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ମେୟର, କର୍ପୋରେଟର, କାଉନ୍ସିଲରଙ୍କ ଦରମା

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 13, 2024, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.