ETV Bharat / state

ସମ୍ପ୍ରସାରିତ ହେବ ଆଚାର୍ଯ୍ୟ ହରିହର କର୍କଟ ମେଡ଼ିକାଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Extension Project Of Acharya Harihar Cancer Centre: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହେବ ବିଶ୍ବ ସ୍ତରୀୟ । 950 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ 15 ମହଲା ବିଶିଷ୍ଟ ଏକ ବିଲ୍ଡିଂ । ରାଜ୍ୟ ତଥା ରାଜ୍ୟବାହାରର କର୍କଟ ରୋଗୀ ହେବେ ଉପକୃତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 2, 2024, 10:21 PM IST

ସମ୍ପ୍ରସାରିତ ହେବ ଆଚାର୍ଯ୍ୟ ହରିହର କର୍କଟ ମେଡ଼ିକାଲ ,ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହେବ ସମ୍ପ୍ରସାରଣ । ଏନେଇ ଆଜି(ଶନିବାର ଦିନ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ 950 କୋଟି ଟଙ୍କା ବ୍ୟୟରେ 15 ମହଲା ବିଶିଷ୍ଟ ଏକ ବିଲ୍ଡିଂର ଶିଳାନ୍ୟାଶ କରିଛନ୍ତି । ଓଡିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଉଦଘାଟନ କରାଯାଇଛି । ଏହା ସହିତ ୪ଟି ମେଡିକାଲ କଲେଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ବ ସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଅବସରରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମଧ୍ୟ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାଶ କରିଛନ୍ତି ।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ମାଣ ହେବ 15 ମହଲା ବିଶିଷ୍ଟ ଏକ ବିଲ୍ଡିଂ । ଯେଉଁଠି ରହିବ ଏକ ହଜାର ବେଡ଼ । ଗୋଟିଏ ବର୍ଷ ମଧ୍ୟରେ ଏହି ନୂତନ ବିଲ୍ଡିଂର ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଯେହେତୁ ବର୍ତ୍ତମାନ ସମୟରେ କ୍ୟାନ୍ସର ଏପରି କି ରୋଗ ଯାହା ଅନେକ ଲୋକଙ୍କ ମଧ୍ୟରେ ଦେଖା ଦେଉଛି ।କ୍ୟାନ୍ସର ରୋଗର ସଠିକ ନିରାକରଣ ପାଇଁ ଏହି ବିଲ୍ଡିଂ ନିର୍ମାଣ କରାଯିବ । ଏଠାରେ କ୍ୟାନସର ଭଳି ମାରାତ୍ମକ ରୋଗକୁ ପ୍ରତିହତ କରିବା ପାଇଁ ଉନ୍ନତିମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ.....ରାଜ୍ୟରେ ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

ପୂର୍ବରୁ ଏହି ବିଭାଗରେ 500ଟି ବେଡ଼ ଥିବାବେଳେ ନୂତନ ବିଲ୍ଡିଂରେ 1000 ବେଡ଼ରେ ରହିବା ବ୍ୟବସ୍ଥା କରାଯାଇଛ । ଓଡ଼ିଶା ସମତେ ରାଜ୍ୟବାହରୁ ଆସୁଥିବା କର୍କଟ ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇ ପାରିବେ । ଯାହା କଟକ ଏବଂ ପୂର୍ବ ଭାରତ ପାଇଁ ଏକ ଗୌରବର ବିଷୟ ଏବଂ କଟକର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ବୋଲି ଚୌଦ୍ୱାର କଟକର ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ।ଏହା ସହିତ ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ବ ସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.