ETV Bharat / state

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଦକ୍ଷିଣ କଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ

author img

By ETV Bharat Odisha Team

Published : Jan 23, 2024, 8:40 PM IST

Updated : Jan 23, 2024, 8:51 PM IST

CM Naveen Puri visit: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଥମ ପୁରୀ ଗସ୍ତ । ମହାପ୍ରଭୁଙ୍କୁ ଦର୍ଶନ ପରେ ପରିଦର୍ଶନ କଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଓ ଜଗନ୍ନାଥ ବଲ୍ଲଭ କେନ୍ଦ୍ର । ଅଧିକ ପଢନ୍ତୁ

CM Naveen Puri visit
CM Naveen Puri visit
ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଦକ୍ଷିଣ କଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟ ପ୍ରଦକ୍ଷିଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରି ବେଶ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି । ଏଥିସହ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ନିକଟକୁ ଆସି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଆଜି ଅପରାହ୍ନ 5ଟାରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ଵାଗତ କରିଥଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରଵେଶ କରିଥିଲେ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ବେଶ ଭାବବିହ୍ଵଳ ହୋଇପଡ଼ିଥିଲେ । ସେଠାର ଥିବା ସେବାୟତଙ୍କ ସହ ବିଭିନ୍ନ ଭଲ ମନ୍ଦ ବୁଝିଥିଲେ ।

ଏହା ବି ପଢନ୍ତୁ- ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ତୁରନ୍ତ ସେବାୟତଙ୍କ ସମସ୍ୟା ସମାଧାନ ପାଇଁ 5ଟି ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି । ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପ୍ରଦକ୍ଷିଣ ପାଇଁ ପ୍ରଶସ୍ତ ରାସ୍ତା, ସୁନ୍ଦର ଫୁଲ ବଗିଚା, ମଠ ଓ ମନ୍ଦିରର ପୁନରୁଦ୍ଧାର ସହ ଆକର୍ଷଣୀୟ କଳିଙ୍ଗ କଳା ସ୍ଥାପତ୍ୟ ଦେଖିବାର ସୁଯୋଗ ରହିଛି ପରିକ୍ରମା ମାର୍ଗରେ । ଭକ୍ତଟିଏ ଆସିଲେ ଶ୍ରୀମନ୍ଦିର ଚାରିପାଖରେ ଯେକୌଣସି ସ୍ଥାନରେ ବସି ମହାପ୍ରଭୁଙ୍କ ନୀଳଚକ୍ର ଦର୍ଶନ ସହ ପତିତପାବନ ଧ୍ବଜା ପରିବର୍ତ୍ତନର ଦିବ୍ୟ ମୁହୂର୍ତ୍ତକୁ ଦେଖି ପାରିବେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପରିଦର୍ଶନ କରିଥିଲେ । ସେଠାରେ ଦୁଇଟି ସ୍ଥାନରେ ପ୍ରଦର୍ଶିତ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ରଥଯାତ୍ରାର ଦୃଶ୍ୟ ସମେତ ପରିକ୍ରମା ମଡେଲ୍ ବୁଲି ଦେଖିଥିଲେ । ମହାପ୍ରଭୁଙ୍କ ୨୫ଟି ଦୁର୍ଲଭ ବେଶ, ରଥଚକ, ଶ୍ରୀଜୀଉ ବ୍ୟବହାର କରୁଥିବା ବସ୍ତ୍ର, ବାସନ, କୁଡୁଆ, ଫୁଲମାଳ ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ଏଭଳି ନିଆରା ପ୍ରଦର୍ଶନୀକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଖୁସି ପ୍ରକଟ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ଗତ ଶନିବାର ପ୍ରତ୍ୟୁଷରେ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସପତ୍ନୀକ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା ମାର୍ଗରେ ୯ ଥର ପ୍ରଦକ୍ଷଣ କରିଥିଲେ । ତେବେ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିବାକୁ 5ଟି ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jan 23, 2024, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.