ETV Bharat / state

୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! - New CM to enter Official quarters

author img

By ETV Bharat Odisha Team

Published : Jun 13, 2024, 1:26 PM IST

CM Mohan Majhi to enter CM Official quarters: ସରକାରୀ ବାସଭବନରେ ଗତ 24 ବର୍ଷ ଧରି ପଡିନି ମୁଖ୍ୟମନ୍ତ୍ରୀଙ୍କ ପାଦ । ଏବେ ପାଓ୍ବାର କରିଡର ନୂଆ ପାଓ୍ବର ହାଉସ ହେବକି ଏହି ସରକାରୀ ବଙ୍ଗଳା । ନା ଅନ୍ୟତ୍ର ରହିବାକୁ ପସନ୍ଦ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ । ଅଧିକ ପଢନ୍ତୁ

ଅପେକ୍ଷା କରିଛି ସରକାରୀ ବାସଭବନ, ୨୪ ବର୍ଷ ଧରି ପଡ଼ିନି ମୁଖ୍ୟମନ୍ତ୍ରୀଙ୍କ ପାଦ
ଅପେକ୍ଷା କରିଛି ସରକାରୀ ବାସଭବନ, ୨୪ ବର୍ଷ ଧରି ପଡ଼ିନି ମୁଖ୍ୟମନ୍ତ୍ରୀଙ୍କ ପାଦ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ମୋହନ ଚରଣ ମାଝୀ । ଦାୟିତ୍ବ ନେବା ପରେ ଆରମ୍ଭ କରିଛନ୍ତି ସରକାରୀ କାର୍ଯ୍ୟ । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚାହିଁ ରହିଛି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ । ଗତ 24ବର୍ଷ ହେଲା ଏହି ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡନି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରୋଡ୍ରମ ଫିଲ୍ଡ ଏରିଆରେ ଥିବା ନିଜ ବ୍ୟକ୍ତିଗତ ବାସଭବନ ‘ନବୀନ ନିବାସ’ରେ ପୁରା କାର୍ଯ୍ୟକାଳ ରହିଥିଲେ । ସରକାରୀ ବାସଭବନକୁ ଅଭିଯୋଗ ପ୍ରକୋଷ୍ଠ ଭାବେ ବ୍ୟବହାର କରାଯାଇ ଆସୁଥିଲା । ଏବେ ସରକାର ପରିବର୍ତ୍ତନ ପରେ ଏହି ସରକାରୀ ବାସଭବନ ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା ସହ ରାଜ୍ୟ ଶାସନର ପାଓ୍ବାର ପଏଣ୍ଟ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! (ETV Bharat Odisha)

ରାଜଭବନ ଛକରୁ ଏଜି ଛକ ଯିବା ରାସ୍ତାରେ ପଡେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ । ଯେଉଁଠି ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭାବେ ବେଶ ପରିଚିତ । ଏନେଇ ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏବେ ନୂଆ ଠିକଣା ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ । କାରଣ ପାଓ୍ବାର କରିଡ଼ରରେ ଏକଦା କେନ୍ଦ୍ରବିନ୍ଦୁ ଥିଲା ଏହି ସ୍ଥାନ । ଯେଉଁଠି ରହୁଥିଲେ ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ‌ । ରାଜ୍ୟ ରାଜନୀତି ତଥା ରାଜ୍ୟ ପାଓ୍ବାର କରିଡରର ଏକଦା କେନ୍ଦ୍ରବିନ୍ଦୁ ଥିବା ଏହି ସ୍ଥାନରେ ଦିନେ ଲାଗୁଥିଲା ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ଭିଡ । ପୋଲିସର କଡ଼ା ସୁରକ୍ଷା ବଳୟରେ ଏକଦା ରହୁଥିଲା ଏହି ବଙ୍ଗଳା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ତଥା ଅନ୍ତର୍ଜାତୀୟ ସ୍ତରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥି ମଧ୍ୟ ଏଠାକୁ ଆସୁଥିଲେ ।

ଏହା ବି ପଢନ୍ତୁ- ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ

ଏନେଇ ବରିଷ୍ଠ ସମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ରୁ ୧୯୮୦ରେ ପ୍ରଥମଥର ନିର୍ବାଚିତ ହୋଇ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ସେଠାରେ ରହୁଥିଲେ‌ । ଏପରିକି 7 ଡିସେମ୍ବର 1989 ପର୍ଯ୍ୟନ୍ତ ସେ ସେଠାରେ ରହୁଥିଲେ । ପରେ ପୁଣି ଦ୍ବିତୀୟ ଥର ପାଇଁ ବେଗୁନିଆରୁ ନିର୍ବାଚିତ ହୋଇ ଆସିବା ପରେ ଜେବି ପଟ୍ଟନାୟକ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ସେଠାରେ ହିଁ ରହିଥିଲେ । ସମୁଦାୟ କାର୍ଯ୍ୟକାଳ ୧୨ ବର୍ଷ ୫୨୦ ଦିନ ସେ ଏଠାରେ କାଟିଥିଲେ ।

ଏହା ବି ପଢନ୍ତୁ- ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ

ଏବେ ଏହି ବାସଭବନ ଅପେକ୍ଷା କରିଛି ନୂତନ ମୁଖ୍ୟମନ୍ତ୍ରୀଙ୍କୁ । କାରଣ ବିଗତ ୨୪ବର୍ଷ ଧରି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନି । ଏହି ନିବାସ ଏବେ ଯେପରି ସରକାରୀ ଆବାସ ଭାବେ ଇତିହାସ ହୋଇ ରହିନଯାଉ, ପୁଣି ଥରେ ଶାସନର ପ୍ରାଣକେନ୍ଦ୍ରର ପରିଚୟ ପାଉ । ହେଲେ ମୁଖ୍ୟମନ୍ତ୍ରୀ ମୋହମ ମାଝୀ ଏହାକୁ ବ୍ୟବହାର କରିବେ କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.