ETV Bharat / state

‘ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପନ୍ନ କରିଛି’ - CM MOHAN TARGET CONGRESS

author img

By ETV Bharat Odisha Team

Published : Aug 25, 2024, 10:03 AM IST

CM Mohan Majhi target congress: ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପଦରେ ପକାଇଛି କହି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭିଡିଓ ବାର୍ତ୍ତାରେ ପଚାରିଲେ 10 ରୁ ଅଧିକ ପ୍ରଶ୍ନ । ପାଲଟା ବର୍ଷିଲା କଂଗ୍ରେସ । କହିଲା, ଟେଲି ପ୍ରମ୍ପଟର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ସମ୍ଭାଳନ୍ତୁ । ଅଧିକ ପଢନ୍ତୁ

‘ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପନ୍ନ କରିଛି’
‘ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପନ୍ନ କରିଛି’ (ETV Bharat Odisha)

ଭୁବନେଶ୍ବର: କଂଗ୍ରେସକୁ ଏକାଧିକ ପ୍ରଶ୍ନ କରି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ମେଣ୍ଟ କରି କଂଗ୍ରେସ ଦେଶରେ ସୁରକ୍ଷା ଓ ଦେଶବାସୀଙ୍କ ସ୍ବାର୍ଥକୁ ବିପଦରେ ପକାଇଛି ବୋଲି କହି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କଂଗ୍ରେସକୁ 10ଟି ପ୍ରଶ୍ନ ମଧ୍ୟ କରି କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଛନ୍ତି । । ସମସ୍ତ ପ୍ରଶ୍ନ ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରିବା ସମ୍ପର୍କରେ ରହିଛି ।

  • ଭିଡିଓ ବାର୍ତ୍ତାରେ କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ:-

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଏକ ଭିଡିଓ ବାର୍ତ୍ତା ଜାରି କରି କଂଗ୍ରେସ ଉପରେ ବର୍ଷିଛନ୍ତି । କହିଛନ୍ତି,‘‘କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏନାହିଁ କଂଗ୍ରେସ ଦଳ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ତ୍ବ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି କଂଗ୍ରେସ ଦଳ । ଏପରିକି ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଏକତାକୁ ବିପଦରେ ପକାଇଛି । ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ମେଣ୍ଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ୍ ।’’

  • ଧାରା 370 ପ୍ରସଙ୍ଗରେ କଣ କଂଗ୍ରେସର ଆଭିମୁଖ୍ୟ :-

‘ଏକ ଦେଶ ମେ ଦୋ ନିଶାନ’ ଜାମ୍ମୁ ଓ କାଶ୍ମୀରରେ ପୃଥକ ପତାକା ପାଇଁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ପୁଣି ଥରେ ଧାରା-୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି? ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ ସମର୍ଥନ କରୁଛି କି ? ଜାମ୍ମୁ ଓ କାଶ୍ମୀରବାସୀଙ୍କ ସହ କଥାବାର୍ତ୍ତା ହୋଇ ଶାନ୍ତି ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତୃ ପାକିସ୍ଥାନ ସହ କଥାବାର୍ତା କରି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି ? ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଦଳ ଏବଂ ତାଙ୍କ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି ।

କଂଗ୍ରେସ କହିଲେ ଟେଲି-ପ୍ରମ୍ପଟର ମୁଖ୍ୟମନ୍ତ୍ରୀ:-

ଅନ୍ୟପଟେ କଂଗ୍ରେସ କ୍ୟାମ୍ପରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା କଟାକ୍ଷ କରାଯାଇଛି । କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଟେଲି-ପ୍ରମ୍ପଟର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ମୁଖପାତ୍ର କଂଗ୍ରେସ ବିଶ୍ୱରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି,‘‘ଆମ ରାଜ୍ୟର ଟେଲି-ପ୍ରମ୍ପଟର ମୁଖ୍ୟମନ୍ତ୍ରୀଙ୍କ ପାଖେ ନିଜ ରାଜ୍ୟ ଚଳାଇବାକୁ ସମୟ ନାହିଁ, ନିଜ ରାଜ୍ୟର ଶାସନ ଚଳାଇବାକୁ ଦିଲ୍ଲୀଠୁ ନିର୍ଦ୍ଦେଶ ପାଇବାକୁ ଅପେକ୍ଷା କରନ୍ତି, କିନ୍ତୁ ତାଙ୍କ ପାଖେ କାଶ୍ମୀର ଓ କଂଗ୍ରେସ ଦଳ ବିଷୟରେ ଆଲୋଚନା କରିବାକୁ ସମୟ ଅଛି ।’’

  • ନିଜ ରାଜ୍ୟ କଥା ଚିନ୍ତା କରୁନ୍ତୁ ମୁଖ୍ୟମନ୍ତ୍ରୀ :-

କଂଗ୍ରେସ କହିଛି କେଉଁ ଦଳ ବାଜପେୟୀଙ୍କ ସରକାର ରେ ନେସନାଲ କନେଫରେନ୍ସ ସହ ଗଠବନ୍ଧନ କରିଥିଲା ? କେଉଁ ଦଳ ପିଡ଼ିପି ସହ ଗଠବନ୍ଧନ କରିଥିଲା ? କେଉଁ ଦଳର ନେତା ପାକିସ୍ତାନ ଯାଇ ବନ୍ଧୁତ୍ୱ ବସ୍ ଆରମ୍ଭ କରିଥିଲେ, ଯାହାର ଫଳ କାରଗିଲ ଯୁଦ୍ଧ ଥିଲା ? କେଉଁ ଦଳର ନେତା ପାକିସ୍ତାନ ବିନା ନିମନ୍ତ୍ରଣରେ ଯାଇ ବିରିୟାନୀ ଖାଇଥିଲେ ?ସେ ନେଇ ବିଜେପି ସ୍ପଷ୍ଟ କରୁ । ଦଳ ଆହୁରି ମଧ୍ୟ କହିଛି,
ସତ୍ୟ କଥା ହେଲା, ଯେବେ କଂଗ୍ରେସ ପାର୍ଟି ରାଜ୍ୟର ମୌଳିକ ସମସ୍ୟାକୁ ଲୋକଲୋଚନକୁ ଆଣୁଛି, ଦରଦାମ ବୃଦ୍ଧି, ବେକାରୀ ଓ ଦାଦନ ସମସ୍ୟା ଉପରେ ପ୍ରଶ୍ନ କରୁଛି, ବିଧାନସଭାରେ ସରଂକ୍ଷଣ ଉପରେ ପ୍ରଶ୍ନ କରୁଛି, ସେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ କାଶ୍ମୀର କଥା କହି ରାଜ୍ୟର ଜନତାଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ! ମୋହନ ବାବୁ, ପ୍ରଥମେ ଆପଣ ରାଜ୍ୟର ହତାଶ କୃଷକ, ଶ୍ରମିକ, ଗରିବ ମଧ୍ୟବିତ୍ତଙ୍କ ଦୁଃଖ, ଉପରେ କୁହନ୍ତୁ, ରାଜ୍ୟବାସୀଙ୍କ ସମସ୍ୟା ସମାଧାନ କରନ୍ତୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.