ETV Bharat / state

ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା

ଧାନ ସଂଗ୍ରହ ବ୍ୟବସ୍ଥାରେ ଅନିୟମିତତା ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ । ଧାନ ସଂଗ୍ରହ ବ୍ୟବସ୍ଥାର ସୁପରିଚାଳନା ପାଇଁ ମନ୍ତ୍ରୀ ନେବେ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ।

author img

By ETV Bharat Odisha Team

Published : 16 hours ago

Paddy Procurement
Paddy Procurement (ETV Bharat Odisha)

ଭୁବନେଶ୍ବର: ଧାନ ସଂଗ୍ରହ ବ୍ୟବସ୍ଥାର ସୁପରିଚାଳନା ପାଇଁ ବଡ଼ ପଦକ୍ଷେପ ନେଲେ ମୋହନ ସରକାର । ଖରିଫ ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବା ଲାଗି ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ଏଥିପାଇଁ ମନ୍ତ୍ରୀମାନେ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ । କ୍ଷୁଦ୍ର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଉପରେ ପ୍ରାଥମିକତା ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ ସଂଗ୍ରହ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଧାନ ସଂଗ୍ରହରେ ଅନିୟମିତତା ଓ ଦୁର୍ନୀତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଉଛନ୍ତି । ସେହିପରି ପଡୋଶୀ ରାଜ୍ୟରୁ ଧାନ ଆସିବାକୁ ରୋକିବା ପାଇଁ ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

ସ୍ୱଚ୍ଛତା ଲାଗି ଜିଲ୍ଲା ଜଗିବେ ମନ୍ତ୍ରୀ :
ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଧାନ ସଂଗ୍ରହକୁ ସୁ-ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ସମ୍ପୂର୍ଣ୍ଣ ଭାବେ ବନ୍ଦ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯାଉଛି । ସେଥିପାଇଁ ଚାଷୀଙ୍କ ଭିତରେ ବିପୁଳ ଉତ୍ସାହ ରହିଛି । ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା 2ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେମାନେ ସରକାରଙ୍କ ପାଇଁ One-Point-Contact ଭାବେ କାର୍ଯ୍ୟ କରିବେ । ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀଙ୍କ କଥା ଶୁଣି ତା’ର ପ୍ରତିକାର କରିବେ । ଫଳରେ ଜନସାଧାରଣ ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ।"

Paddy Procurement (ETV Bharat Odisha)
ଆବଶ୍ୟକ ସ୍ଥଳେ ବଢିବ ଟୋକେନ ଅବଧି :ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୮୩.୧୬ % ହେଉଛନ୍ତି କ୍ଷୁଦ୍ର ଚାଷୀ । କ୍ଷୁଦ୍ର ଚାଷୀ ସୁବିଧାରେ ଧାନ ବିକ୍ରିକୁ ସୁନିଶ୍ଚିତ କରିବା ଦାୟିତ୍ୱ ନେବେ ଜିଲ୍ଲାପାଳ । ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀଙ୍କୁ ମିଳିବ ପ୍ରାଥମିକତା । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଟୋକେନ ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇ ପାରୁନାହାନ୍ତି । ସେମାନଙ୍କୁ ସଚେତନ କରିବା ସହିତ ଟୋକେନ ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Paddy Procurement
Paddy Procurement (ETV Bharat Odisha)

କଟନୀ-ଛଟନୀ ବନ୍ଦ ପାଇଁ ମଣ୍ଡିକୁ ଚାଷୀ ଆଣିବେ FAQ ମାନର ଧାନ :
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଧାନର କଟନୀ-ଛଟନୀ ବନ୍ଦ କରିବା ପାଇଁ ଚାଷୀମାନେ କେବଳ FAQ ମାନର ଧାନ ମଣ୍ଡିକୁ ଆଣିବେ । ସେଥିପାଇଁ ବ୍ୟାପକ ସଚେତନତା ଅଭିଯାନ ଆବଶ୍ୟକ । ବିଶେଷକରି ଚାଷୀମାନଙ୍କ ହ୍ବାଟସ ଆପ୍ (WHATSAPP GROUP)ରେ ସେମାନଙ୍କୁ ବାରମ୍ବାର ଏ ସମ୍ପର୍କରେ ସୂଚନା ଦିଆଯିବ । FAQ ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯିବ ।" ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Paddy Procurement
Paddy Procurement (ETV Bharat Odisha)

CCTV ଜଗିବ ସୀମାବର୍ତ୍ତୀ ରାସ୍ତା :

ମଣ୍ଡି ପରିଚାଳନା ପାଇଁ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ । ପ୍ରତ୍ୟେକ 4, 5 ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ । ଏହା ସହିତ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ମନିଟରିଂ କରାଯିବ । Quality Coucil Of India ର ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରାଯିବ । ଓଡିଶାରେ ଧାନ ମୂଲ୍ୟ ବୃଦ୍ଧି ପାଇଥିବାରୁ ବାହାର ରାଜ୍ୟରୁ ଓଡିଶାକୁ ଧାନ ଆସିବାର ସମ୍ଭାବନା ବୃଦ୍ଧି ପାଇଛି । ତେଣୁ ଜିଲ୍ଲାପାଳ ସୀମାବର୍ତ୍ତୀ ଅଞ୍ଚଳରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନିୟୋଜନ ପାଇଁ ବ୍ୟବସ୍ଥା ହୋଇଛି । CCTV କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡୁଥିବା ମୁଖ୍ୟରାସ୍ତା ଗୁଡିକର ୨୪ ଘଣ୍ଟିଆ ମନିଟରିଂ କରାଯିବ ।

ଧାନର ପରୀକ୍ଷା ନୀରିକ୍ଷା ପ୍ରମାଣପତ୍ର ପାଇଁ ସୁପରଭାଇଜର :
ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ ବୃହତ୍ତ ମଣ୍ଡିରେ Automatic Grain Analyserର ବ୍ୟବସ୍ଥା କରାଯାଇଛି । ଛୋଟ ମଣ୍ଡିରେ Manual Grain Analyserର ବ୍ୟବସ୍ଥା ମଧ୍ୟ କରାଯିବ । ଧାନର ପରୀକ୍ଷା ନିରୀକ୍ଷା ପ୍ରମାଣପତ୍ର ଦିଆଯିବ । ଏଥିପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । Quality Analyst ଓ Quality Supervisor ନିୟୋଜିତ ହେବେ ।

Paddy Procurement
Paddy Procurement (ETV Bharat Odisha)

୮୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ଟାର୍ଗେଟ:
ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ । ମଣ୍ଡିରେ ଚାଷୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି । ଧାନର ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଆନାଲାଇଜର ମେସିନ ମଣ୍ଡିରେ ଲଗାଯାଇଛି । ଆଗରୁ ଦୁଇଥର ଧାନର କ୍ୱାଲିଟି ଟେଷ୍ଟ ହେଉଥିଲା । ଏଥର ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ। ଯାହାଦ୍ବାରା କଟନୀ ଛଟନୀ ହେବ ନାହିଁ । ଗତ ବର୍ଷ ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ ସରକାର । ଏଥର ୮୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର ।"

ଏହା ବି ପଢନ୍ତୁ...ସୋହେଲାରୁ ରବି-ଖରିଫ ଧାନ କିଣା, କ୍ବିଣ୍ଟାଲ ୩୧୦୦, MSP ଉପରେ ବୋନସ - Paddy Procurement

ଏହା ମଧ୍ୟ ପଢନ୍ତୁ-ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତେଜିଲା ଚାଷୀ ଆନ୍ଦୋଳନ, ୧୨ ଘଣ୍ଟିଆ ବନ୍ଦ ସଫଳ

ଏହା ମଧ୍ୟ ପଢନ୍ତୁ-ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL

ଏହା ମଧ୍ୟ ପଢନ୍ତୁ-ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏବଂ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ, ସମବାୟ, ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ଅନ୍ୟ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଭିସି ଜରିଆରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.