ETV Bharat / state

ଚେତିଲେ ମୋହନ ସରକାର, ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ଦେଲେ କଡା ନିର୍ଦ୍ଦେଶ - Remaining Rituals of Rath Yatra

author img

By ETV Bharat Odisha Team

Published : Jul 13, 2024, 10:49 PM IST

Remaining Rituals of Rath Yatra 2024: କାଲିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ । ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ପ୍ରୟାସ । ଅଧିକ ପଢ଼ନ୍ତୁ

Remaining Rituals of Rath Yatra 2024
Remaining Rituals of Rath Yatra 2024 (ETV Bharat Odisha)

ଭୁବନେଶ୍ବର: ବାହୁଡ଼ା ଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ । ଆଡ଼ପ ପହଣ୍ଡି ଅଘଟଣ ପରେ ପଶିଲା ଚେତା । କାଲି ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ଶୃଙ୍ଖଳିତ ହେବ, ତାହା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା 15 ତାରିଖ (ସୋମବାର) ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ତେବେ ଏହା ପୂର୍ବରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ଯେପରି ରଥରେ ପଡ଼ିଗଲେ, ତାହା ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ପୃଥ୍ବୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କାଲି ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାଲି ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୀଳାଦ୍ରୀ ବିଜେ ସରିବା ପର୍ଯ୍ୟନ୍ତ ପୁରୀରେ ସକ୍ରିୟ ଭାବେ ଉପସ୍ଥିତ ରହି ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏବଂ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର କୌଣସି ଅସୁବିଧା ନହେବ, ସେନେଇ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉ, ଦେଶର ଅନ୍ୟତମ ବଡ଼ ଆଧ୍ୟାତ୍ମିକ ଯାତ୍ରା ହେଉଛି ଶ୍ରୀକ୍ଷେତ୍ରର ରଥଯାତ୍ରା । ଏହି ଭବ୍ୟ ନବଦିନାତ୍ମକ ଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଥାଆନ୍ତି । ହେଲେ ରଥରୁ ଆଡ଼ପ ମଣ୍ଡକୁ ପହଣ୍ଡି ବେଳେ ଚାରମାଳ ଉପରେ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ ଠାକୁର ଶ୍ରୀବଳଭଦ୍ର । ଏହି ଘଟଣାରେ ଏକାଧିକ ସେବାୟତ ଆହତ ମଧ୍ୟ ହେଲେ । ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟରୁ ପ୍ରମୁଖ ନୀତି ପହଣ୍ଡିରେ ଏପରି ଅଘଟଣ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ଶକ୍ତି ଆଘାତ ଦେଇଛି । ଏହା ସହ ସୃଷ୍ଟି ହୋଇଛି ବିଭିନ୍ନ ପ୍ରଶ୍ନ । ଅନଭିଜ୍ଞ ସେବାୟତଙ୍କ ଅଯଥା ଗହଳି କାରଣରୁ ଏପରି ହୋଇଥିବା ଅନେକ ମତ ପ୍ରକାଶ କରୁଛନ୍ତି । ହେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଭଗବାନଙ୍କ ଲୀଳା ବୋଲି କହିଥିଲେ । ଯାହାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଥିଲା । ତେବେ ବାହୁଡ଼ା ଯାତ୍ରା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ସମେତ ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହି ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ ।

ଏହା ମଧ୍ଯ ପଢ଼ନ୍ତୁ...ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ରଥରେ ମୋବାଇଲ ମନା, ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ - Arabinda Padhee on Pahandi Mishap

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.