ETV Bharat / state

ମନ୍ତ୍ରୀଙ୍କୁ ମିଳିଲେ ଲୋକ ସମ୍ପର୍କ ଅଧିକାରୀ; ବଦଳିଲା ସରକାର, ବଦଳିନି PROଙ୍କ ମାନସିକତା ଓ ଆଭିମୁଖ୍ୟ ! - PRO FOR NEW MINISTERS

author img

By ETV Bharat Odisha Team

Published : Jun 27, 2024, 7:51 AM IST

Public Relations Officer: ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛନ୍ତି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ । ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ 18 ଜଣଙ୍କୁ ଦାୟିତ୍ୱ ମିଳିଛି । ଅଧିକ ପଢ଼ନ୍ତୁ

Public Relations Officer
Public Relations Officer (ETV Bharat Odisha)

ଭୁବନେଶ୍ବର: ଦାୟିତ୍ୱ ନେବାର 10 ଦିନ ପରେ ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛନ୍ତି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ ବା PRO । ରାଜ୍ୟ ସରକାରଙ୍କ ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ 18 ଜଣଙ୍କୁ ଦାୟିତ୍ୱ ମିଳିଛି । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ ନିଜ ନିଜ ବିଭାଗରେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ପୂର୍ବ ସରକାର ସମୟରେ ଲୋକ ସମ୍ପର୍କ ଅଧିକାରୀଙ୍କର ଥିବା ଆଭିମୁଖ୍ୟ ନୂଆ ସରକାରରର ବଦଳିନଥିବା ଦେଖିବାକୁ ମିଳୁଛି ।

ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ବିଜ୍ଞପ୍ତି ଅନୁସାରେ, ତାପସ କୁମାର ସାହା (ଓଏସଡି)ଙ୍କୁ ମତ୍ସ୍ୟ ଏବଂ ପଶୁ ସମ୍ପଦ ଉନ୍ନୟନ, ଏମଏସଏମଇ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ ଲୋକ ସମ୍ପର୍କ ଅଧିକାରୀ ରହିବେ । ତନୁଜା ମହାନ୍ତିଙ୍କୁ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ମିଳିଛି । ବିଭୁତି ଭୂଷଣ ନାୟକ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଓଡିଶା ବିଧାନସଭାର ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ସରୋଜ କୁମାର ଶତପଥୀ କୃଷି ଏବଂ କୃଷକ ସଶକ୍ତିକରଣ ଏବଂ ଶକ୍ତି ଦାୟିତ୍ୱ ତୁଲାଇବେ । ସେ ପୂର୍ବ ପରି ଜୟଦେବ ଭବନର ମ୍ୟାନେଜର ଭାବେ କାର୍ଯ୍ୟ ମଧ୍ୟ କରିବେ ।

ସେହିପରି ଯୁବ ଲୋକ ସମ୍ପର୍କ ଅଧିକାରୀ ରୋଜାଲିନ ସାହୁଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ବିଭାଗୀୟ ଉପ-ନିର୍ଦ୍ଦେଶକ ଥିବା ସୁରଜିତ ମିଶ୍ରଙ୍କୁ ସମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ୱ ମିଳିଛି । ଭୁବନେଶ୍ୱର ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଭାବେ ଦାଇତ୍ୱରେ ଥିବା ଜିତେନ୍ଦ୍ରୀୟ ଜେନାଙ୍କୁ ମଧ୍ୟ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ବୈଷୟିକ ଓ ସୂଚନା ଏବଂ ଲୋକ ସଂପର୍କ ବିଭାଗ ଦାୟିତ୍ୱରେ ସେ ରହିବେ । ମାନସ ରଞ୍ଜନ ଖୁଣ୍ଟିଆ(ଓଏସଡି)ଙ୍କୁ ଗୃହ, ଜଙ୍ଗଲ ଏବଂ ପରିବେଶ ଓ ଶ୍ରମ ଏବଂ ଇଏସଆଇ ବିଭାଗର ଦାୟିତ୍ୱ ମିଳିଛି ।

ଅନ୍ୟଜଣେ ଯୁବ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସଂଗୀତା ମହାରଣାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସୂର୍ଯ୍ୟ ନରାୟଣ ମିଶ୍ରଙ୍କ ହାତରେ ରହିଛି ବାଣିଜ୍ୟ ଏବଂ ପରିବହନ, ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗ ଦାୟିତ୍ୱ । ସଚ୍ଚିଦାନନ୍ଦ ବେହେରା(ଓଏସଡି) ଜଳ ସମ୍ପଦ ଏବଂ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ତୁଲାଇବେ । ସୌରଭ ପ୍ରଧାନଙ୍କୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦାୟିତ୍ୱ ନ୍ୟସ୍ତ ହୋଇଛି । ସୁଜିତ ରଞ୍ଜନ ସ୍ବାଇଁଙ୍କୁ ଆଇନ, ପୁର୍ତ୍ତ ଏବଂ ଅବକାରୀ ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରମୋଦିନି ଟେଟେଙ୍କୁ ସମବାୟ, ହସ୍ତତନ୍ତ, ଟେକ୍ସଟାଇଲ ଏବଂ ହସ୍ତଶିଳ୍ପ ବିଭାଗର ଲୋକ ସମ୍ପର୍କ ଅଧିକାରୀ ହୋଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ଓ ଗତ ସାଧାରଣ ନିର୍ବାଚନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବିନାୟକ ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ମିଳିଛି । ବିନାୟକ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଲୋକ ସଂପର୍କ ଅଧିକାରୀ ଦାୟିତ୍ୱରେ ରହିବେ । ପୁଷ୍ପାଞ୍ଜଳି ପାଇକରାୟଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଦାୟିତ୍ୱ ମିଳିଛି । ବିଭାଗୀୟ ଉପନିର୍ଦ୍ଦେଶିକା ଦୀପ୍ତିମୟୀ ମହାପାତ୍ରଙ୍କୁ ଅର୍ଥ, ସୂଚନା ଅଧିକାରୀ ମୁଖ୍ୟାଳୟ ଓ ଓଡିଶା ମାନବାଧିକାର କମିଶନ ଦାୟିତ୍ୱ ମିଳିଛି । ସେହିପରି ପଠାଣି ରାଉତଙ୍କୁ ସାଧାରଣ ପ୍ରଶାସନ, ଯୋଜନା ଏବଂ ସଂଯୋଜନା ବିଭାଗ ଦାୟିତ୍ୱ ମିଳିଛି । ସେ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ ।

ବିଭାଗକୁ ମିଳୁନାହାନ୍ତି ଯୋଗ୍ୟ ଲୋକସମ୍ପର୍କ ଅଧିକାରୀ :-

ମନ୍ତ୍ରୀଙ୍କ ବିଭାଗ ବଣ୍ଟାର 10 ଦିନ ପରେ ଆବଣ୍ଟିତ ହୋଇଛନ୍ତି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ ବା PRO । 18 ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଓଏସଡି ବା ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି । ସରକାରୀ ଭାବେ ଏହି ଲୋକ ସମ୍ପର୍କ ଅଧିକାରୀ ଅବସର ନେଇ ସାରିଛନ୍ତି । ପୂର୍ବ ସରକାର ଏହି ଲୋକ ସମ୍ପର୍କ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ବା ଥଇଥାନ କରିଥିଲେ । ସେମାନଙ୍କୁ ଏବେ ବିଭାଗ ଦାୟିତ୍ୱ ମିଳିଛି । ଏହା ଅର୍ଥ ହେଉଛି ବିଭାଗରେ ଯୋଗ୍ୟ ଲୋକ ସମ୍ପର୍କ ଅଧିକାରୀ ନାହାନ୍ତି । କିମ୍ବା ସେମାନଙ୍କୁ ଦାୟିତ୍ୱ ଦେଇ ବିଶ୍ୱାସ କରାଯାଇନପାରେ ବୋଲି ବିଭାଗ ଜଣାଇବାକୁ ଚାହୁଁଥାଇପାରନ୍ତି ।

ବଦଳିଲା ସରକାର କିନ୍ତୁ ବଦଳିନି PROଙ୍କ ମାନସିକତା ଓ ଆଭିମୁଖ୍ୟ ! :-

ଜନସାଧାରଣଙ୍କ ପାଖରେ ସୂଚନା ତ୍ୱରିତ ବେଗରେ ପହଁଚାଇବାକୁ ନୂଆ ସରକାର ଓ ମୁଖ୍ୟମନ୍ତ୍ରୀ କହୁଛନ୍ତି । ନୂଆ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ବିପରୀତ ଦିଗରେ ଯେ ଲୋକ ସମ୍ପର୍କ ଅଧିକାରୀ ଯାଉଛନ୍ତି, ତାହା ସେମାନଙ୍କ କାର୍ଯ୍ୟରୁ ପ୍ରମାଣିତ ହେଉଛି । ବୁଧବାର ପୂର୍ବାହ୍ନରେ ସାଢେ 11ରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ପାଳିତ ହୋଇଛି । ସମାଜରେ ସଂସ୍କାର ଆଣିବା ଏବଂ ପରିବାରେ ଶାନ୍ତି ଆଣିବାକୁ ହେଲେ ନିଶାନିଶା କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମର ସୂଚନା ବିଭାଗର ଲୋକ ସମ୍ପର୍କ ଅଧିକାରୀ ସନ୍ଧ୍ୟା ସାଢ଼େ 5ରେ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଘ୍ରିଆ ସମାଜ; ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ, ପୂରଣ କରିବେ ମୋହନ

ସେହିପରି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ କାର୍ଯ୍ୟ ସମୀକ୍ଷା ବିଭାଗୀୟ ମନ୍ତ୍ରୀ ଅପରାହ୍ନରେ କରିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମ ବାବଦରେ ସୂଚନା ଗଣମାଧ୍ୟମକୁ ସନ୍ଧ୍ୟା ସାଢ଼େ 7ରେ ପ୍ରଦାନ କରାଯାଇଛି । କେବଳ ଏହି ଦୁଇ ଜଣ ଲୋକ ସମ୍ପର୍କ ଅଧିକାରୀ ନୁହନ୍ତି ଏମିତି ଅନେକ ଅଛନ୍ତି ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଖବର ନିଜ ମର୍ଜ୍ଜିରେ ଗଣମାଧ୍ୟମରେ ଦେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ବହୁ ବରିଷ୍ଠ ସାମ୍ବାଦିକ କହିଛନ୍ତି ଯେ, ବଦଳିଲା ସରକାର କିନ୍ତୁ ବଦଳିନି PROଙ୍କ ମାନସିକତା ଓ ଆଭିମୁଖ୍ୟ ! ଏ ନେଇ ନୂଆ ସରକାର ଓ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଜର ଦେବେ ବୋଲି ଦାବି ହେଉଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.