ETV Bharat / state

‘ଏକତା ଦୌଡ଼’ରେ ଛାତ୍ରଛାତ୍ରୀଙ୍କ ସହ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ, ଦେଶର ଅଖଣ୍ଡତା ନିଶ୍ଚିତ କରିବାକୁ ଆହ୍ବାନ

ଲୌହପୁରୁଷ ସର୍ଦ୍ଦାର ପଟେଲ ଜୟନ୍ତୀରେ ଭୁବନେଶ୍ବରରେ ‘ଏକତା ଦୌଡ’ । ପ୍ରତିଯୋଗୀଙ୍କ ସହ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀ ଏବଂ ସଚିବ ସାମିଲ ହୋଇ ବାଣ୍ଟିଲେ ଏକତା ବାର୍ତ୍ତା ।

ଏକତା ଦୌଡରେ ଏକତାର ବାର୍ତ୍ତା ଦେଲେ, ଛାତ୍ରଛାତ୍ରୀଙ୍କ ସହ ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏକତା ଦୌଡରେ ଏକତାର ବାର୍ତ୍ତା ଦେଲେ, ଛାତ୍ରଛାତ୍ରୀଙ୍କ ସହ ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV BHARAT ODISHA)
author img

By ETV Bharat Odisha Team

Published : Oct 29, 2024, 2:48 PM IST

ଭୁବନେଶ୍ବର: ଦେଶର ଅଦ୍ବିତୀୟ ସ୍ବାଧୀନତା ସଂଗ୍ରାମୀ ତଥା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ‘ଏକତା ଦୌଡ’ ଆୟୋଜିତ ହୋଇଛି । ଏଥିରେ ଏକତାର ବାର୍ତ୍ତା ନେଇ ଛାତ୍ରଛାତ୍ରୀଙ୍କ ସହ ଦୌଡରେ ଅଂଶଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳିଙ୍ଗ ଷ୍ଟାଡିୟମରୁ ମଧୁସୁଦନ ନଗର ଯାଏ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଦୌଡ଼ିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଦୌଡରେ ଅଂଶଗ୍ରହଣ କରିଥିଲେ । ପଟେଲଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳିଙ୍ଗ ଷ୍ଟାଡିୟମରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ 'ଏକତା ଦୌଡ' (Run for Unity) କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଉପସ୍ଥିତ ପ୍ରତିଯୋଗୀଙ୍କୁ ଫିଟନେସର ମନ୍ତ୍ର ଦେଇଛନ୍ତି ।

  • କଳିଙ୍ଗ ଷ୍ଟାଡିୟମରେ ଏକତା ଦୌଡ:-

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏକତା ଦୌଡ଼ କାର୍ଯ୍ୟକ୍ରମରେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ । କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ମଧୁସୂଦନ ନଗର ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଥିଲା । ପୂରା ଦୌଡରେ ୨ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ସମେତ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଦୌଡିଥିଲେ ।

ଏକତା ଦୌଡରେ ଏକତାର ବାର୍ତ୍ତା ଦେଲେ, ଛାତ୍ରଛାତ୍ରୀଙ୍କ ସହ ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV BHARAT ODISHA)
  • ପ୍ରତିଯୋଗୀଙ୍କ ସହ ଦୌଡିଲେ ମନ୍ତ୍ରୀ ଓ ସଚିବ

ପ୍ରଥମେ କଳିଙ୍ଗ ଷ୍ଟାଡିୟମରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ‘ଅଖଣ୍ଡ ଭାରତ’ ଗଠନ ପାଇଁ ଶପଥ ନେଇଥିଲେ ଦୌଡରେ ସାମିଲ ହେବାକୁ ଥିବା ବିଭାଗୀୟ ମନ୍ତ୍ରୀ ,ସଚିବ ଏବଂ ସମସ୍ତ ଅଂଶୀଦାର । ଏହା ପରେ ଆରମ୍ଭ ହୋଇଥିଲା ‘ଏକତା ଦୌଡ଼’ । ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟମନ୍ତ୍ରୀମାନେ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିବା ସହ ନିଜେ ମଧ୍ୟ ଦୌଡରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବେଶ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ।

ଏକତା ଦୌଡରେ ଏକତାର ବାର୍ତ୍ତା ଦେଲେ, ଛାତ୍ରଛାତ୍ରୀଙ୍କ ସହ ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏକତା ଦୌଡରେ ଏକତାର ବାର୍ତ୍ତା ଦେଲେ, ଛାତ୍ରଛାତ୍ରୀଙ୍କ ସହ ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ:- 'କେନ୍ଦ୍ରକୁ ପଠାଯିବ 'ଦାନା' କ୍ଷୟକ୍ଷତି ରିପୋର୍ଟ', ବାତ୍ୟାଞ୍ଚଳ ବୁଲିବା ପରେ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ଏହା ମଧ୍ୟ ପଢନ୍ତୁ:- କେରଳ ମନ୍ଦିରରେ ଚାଲିଥିଲା ଉତ୍ସବ, ବାଣ ଦେକାନରେ ନିଆଁ ଲାଗି ବଡ଼ ବିସ୍ଫୋରଣ, ୧୫୦ ଗୁରୁତର
ଏହା ମଧ୍ୟ ପଢନ୍ତୁ :- ମହାବାତ୍ୟାକୁ ୨୫ ବର୍ଷ: ଆଜି ବି ଭରିନି ପ୍ରଳୟର କ୍ଷତ, ପ୍ରାଣ ହରାଇଥିଲେ ୧୦ ହଜାର, ଉଜୁଡି ଯାଇଥିଲା ଅଧା ଓଡିଶା

  • ଅଖଣ୍ଡତା ଓ ଏକତା ପାଇଁ ସର୍ବଦା ଉତ୍ସର୍ଗୀକୃତ ଥିଲେ ପଟେଲ:-

ଏହି ‘ଏକତା ଦୌଡ’ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି,''ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହେଉଛନ୍ତି ଭାରତର ବରପୁତ୍ର । ତାଙ୍କୁ ଆମେ ସମସ୍ତେ ଲୌହମାନବ ଭାବେ ଜାଣିଛନ୍ତି । ଯିଏ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିଛନ୍ତି । ଭାରତର ଅଖଣ୍ଡତା ଓ ଏକତା ପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ଥିଲେ । ସେ ଏକତାର ବାର୍ତ୍ତାକୁ ସାରା ବିଶ୍ଵରେ ପହଞ୍ଚିଥିଲେ । ସେହି ଭାରତର ଅଖଣ୍ଡତା ଓ ଏକତାକୁ ବଞ୍ଚାଇ ରଖିବାକୁ ଯାଇ ଆମେ ସମସ୍ତେ ତାଙ୍କ ସ୍ମୃତିରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ପାଳୁଛନ୍ତି । ଆଜିର ଦିନରେ ଆମେ ସମସ୍ତେ ଏକାଠି ହୋଇ ଭାରତର ଅଖଣ୍ଡତାକୁ ଏକତାକୁ ବଜାଇ ରଖିବା ସହ ‘ବିକଶିତ ଭାରତ’ ଗଠନରେ ସହାୟକ ହେବ ପାଇଁ ସଂକଳ୍ପ ନେବା ।’’

  • ଏହି ଦୌଡ ଏକତାକୁ ପ୍ରତିପାଦିତ କରିଛି: ମନ୍ତ୍ରୀ ସୂର୍ଯ୍ୟବଂଶୀ

ସେହିପରି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି,'' ସବୁ ବର୍ଗର ଲୋକମାନେ ସାମିଲ ହୋଇ ଏହି ଏକତା ଦୌଡରେ ଦୌଡିଛନ୍ତି । ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଦୌଡରେ ଅଂଶଗ୍ରହଣ କରିଛନ୍ତି । ଯାହା ଆମ ଭିତରେ ଥିବା ଏକତାକୁ ପ୍ରତିପାଦିତ କରିଛି । ତେଣୁ ମୁ ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଉଛି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.