ETV Bharat / state

ମହାନଦୀ ଜଳବିବାଦର ହେବ କି ସମାଧାନ ? ରାଜ୍ୟ ସ୍ୱାର୍ଥ ବିରୋଧୀ ପ୍ରକଳ୍ପକୁ ବିରୋଧ କରାଯିବ କହିଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan On River Projects

author img

By ETV Bharat Odisha Team

Published : Jul 16, 2024, 7:21 AM IST

Updated : Jul 16, 2024, 1:39 PM IST

CM Mohan On River Projects: ଓଡିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଓ ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡିକୁ ଜୋରଦାର ବିରୋଧ କରାଯିବ । ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ଏମିତି ରୋକଠୋକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

ଓଡ଼ିଶା ସ୍ବାର୍ଥ ବିରୋଧୀ ପ୍ରକଳ୍ପର ହେବ ଜୋରଦାର ବିରୋଧ: ମୁଖ୍ୟମନ୍ତ୍ରୀ
ଓଡ଼ିଶା ସ୍ବାର୍ଥ ବିରୋଧୀ ପ୍ରକଳ୍ପର ହେବ ଜୋରଦାର ବିରୋଧ: ମୁଖ୍ୟମନ୍ତ୍ରୀ (ETV Bharat Odisha)

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଛତିଶଗଡ଼ ସରକାର ମନମାନୀ କରି ମହାନଦୀରେ ବିଭିନ୍ନ ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଓଡ଼ିଶା ଟ୍ରିବ୍ୟୁନାଲକୁ ଯାଇ ନ୍ୟାୟିକ ଲଢେଇ କରିଛି । ସେହିପରି ପୋଲାଭରମ ପ୍ରକଳ୍ପକୁ ନେଇ ବି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ରହିଛି । ଏବେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହୋଇଥିବାବେଳେ ଏହିସବୁ ବିବାଦୀୟ ପ୍ରକଳ୍ପର ସମାଧାନ ହୋଇପାରିବ କି, ସେନେଇ ଚର୍ଚ୍ଚା ହୋଇଥିଲା । ଏହି ପ୍ରସଙ୍ଗରେ ଏବେ ମୋହନ ସରକାରଙ୍କ ଆଭିମୁଖ୍ୟ ସାମ୍ନାକୁ ଆସିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ସୋମବାର) ଓଡ଼ିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି କହିଛନ୍ତି ଯେ, ଆମ ପାଇଁ ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ସ୍ବାର୍ଥ ବିରୋଧୀ ପ୍ରକଳ୍ପଗୁଡିକୁ ଜୋରଦାର ବିରୋଧ କରାଯିବ । ଓଡିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଓ ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ ବିରୋଧ କରାଯିବ ।

ଏହା ମଧ୍ୟ ପଢନ୍ତୁ: ସାର ମତେ ଚଲେଇ ଦିଅନ୍ତୁ, ମୁଁ ବି ସ୍କୁଲ ଯିବି ପାଠ ପଢିବି... - Two Handicapped at CM Grievance

ଲୋକସେବା ଭବନରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସହିତ ସଂପୃକ୍ତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ପ୍ରକଳ୍ପଗୁଡିକ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ମହାନଦୀ, ବଂଶଧାରା, ପୋଲାଭରମ ଆଦି ଆନ୍ତଃରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

ଏଠାରେ ପ୍ରକାଶଥାଉ କି, ମହାନଦୀ ଓଡ଼ିଶାର ଜୀବନରେଖା । ହେଲେ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଛୋଟ ବଡ ପ୍ରକଳ୍ପ ନିର୍ମାଣ କରୁଥିବାରୁ ହୀରାକୁଦର ଜଳସ୍ତର ହ୍ରାସ ପାଉଛି । ଏବେ ଓଡ଼ିଶା ସହିତ ଛତିଶଗଡ଼ରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ମେଣ୍ଟ ସରକାର ଥିବାବେଳେ ଦୀର୍ଷ ବର୍ଷ ହେଲା ଲାଗି ରହିଥିବା ଏହି ଜଳବିବାଦର ସମାଧାନ ହୋଇପାରିବ କି ନାହିଁ ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 16, 2024, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.