ETV Bharat / state

ଓଡ଼ିଶାରେ NH ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ 21ହଜାର କୋଟିର ପ୍ୟାକେଜ; ୮ ଲେନ୍ ହେବ ବଡବିଲ-ଚଣ୍ଡିଖୋଲ ରୋଡ, ଭୁବନେଶ୍ବର-ପୁରୀ ୬ ଲେନ୍ - CM MOHAN ANNOUNCES NH PROJECTS

author img

By ETV Bharat Odisha Team

Published : Aug 13, 2024, 7:55 PM IST

CM Mohan Majhi announce several NH projects: ଓଡ଼ିଶାରେ ବିଭିନ୍ନ ସଡ଼କ ପ୍ରକଳ୍ପ ନେଇ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା । ୬ ଲେନ୍ ହେବ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ । ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍ । ଅଧିକ ପଢନ୍ତୁ

ଦିଲ୍ଲୀରୁ ମୋହନଙ୍କ ବଡ଼ ଘୋଷଣା; ୮ ଲେନ୍ ହେବ ବଡବିଲ-ଚଣ୍ଡିଖୋଲ ରୋଡ, ଭୁବନେଶ୍ବର-ପୁରୀ ୬ ଲେନ୍
ଦିଲ୍ଲୀରୁ ମୋହନଙ୍କ ବଡ଼ ଘୋଷଣା; ୮ ଲେନ୍ ହେବ ବଡବିଲ-ଚଣ୍ଡିଖୋଲ ରୋଡ, ଭୁବନେଶ୍ବର-ପୁରୀ ୬ ଲେନ୍ (ETV Bharat Odisha)

ଭୁବନେଶ୍ବର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ । ଏହାସହିତ ବଡବିଲ-ଚଣ୍ଡିଖୋଲ ହେବ ୮ ଲେନ୍ । ଆଜି (ମଙ୍ଗଳବାର) ଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ଓଡ଼ିଶାରେ ବହୁ ମେଗା ସଡ଼କ ପ୍ରକଳ୍ପ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ରାଜ୍ୟରେ ଗମନାଗମନ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ସେ କହିଛନ୍ତି ।

ପୁରୀ-ଭୁବେନଶ୍ବର ୬ ଲେନ ପାଇଁ ୧୮୦୦ କୋଟି:

ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ଶ୍ରୀକ୍ଷେତ୍ର ଧାମ ପୁରୀକୁ ଗମନାଗମନ ଆହୁରି ଅଧିକ ସୁଗମ କରିବା ପାଇଁ ୪ ଲେନ୍ ବିଶିଷ୍ଟ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍ ବିଶିଷ୍ଟ କରାଯିବ । ରାସ୍ତାର ଦୁଇ ପାର୍ଶ୍ବରେ ସର୍ଭିସ ରୋଡ ତିଆରି ହେବ । ଏଥିପାଇଁ ପ୍ରାୟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବଡ଼ବିଲ-ଚଣ୍ଡିଘୋଲ ରାସ୍ତାର ୮ ଲେନ୍ ହେବ । ଖୋର୍ଦ୍ଧା-ନୟାଗଡ଼ ୫୭ ନଂ ଜାତୀୟ ରାଜପଥ ୪ ଲେନ୍ କରାଯିବ । ଏଥିସହ ସର୍ଭିସ ରୋଡ୍ ମଧ୍ୟ ରହିବ । ଏଥିପାଇଁ ୧୧୦୦ କୋଟି ଖର୍ଚ୍ଚ କରାଯିବ ।

ଜାତୀୟ ରାଜପଥ ନଂ ୨୬ କେସିଙ୍ଗା-ଜୁନାଗଡ଼ ମଧ୍ୟ ୪ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ୧ ହଜାର କୋଟି ବ୍ୟୟ ହେବ । ଜୟପୁରରୁ ନୂଆପଡ଼ା-ଝାରସୁଗୁଡା-ସମ୍ବଲପୁର-କେନ୍ଦୁଝର ଲମ୍ବିବ ରାସ୍ତା । କେନ୍ଦୁଝରରୁ ଜଳେଶ୍ବର-ବାଲେଶ୍ବର-ପୁରୀ ହୋଇ ରାମେଶ୍ବରମ ଯିବ । ନୂଆପଡ଼ା-ଅସ୍ତରଙ୍ଗ, ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାରା ଓଡ଼ିଶାକୁ ଅଣ୍ଡାକାର ଆକୃତିର ରିଂ-ରୋଡ୍ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୋଟ ୨୧,୬୫୦ କୋଟିର ପ୍ରକଳ୍ପ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆଜି ସେ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଗଡକରୀଙ୍କୁ ଭେଟି ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ । ଓଡ଼ିଶାର ଗମନାଗମନ କ୍ଷେତ୍ରର ଉନ୍ନତି ପାଇଁ ପ୍ରକଳ୍ପଗୁଡିକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ଗଡ଼କରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରେ ବିଜେଡିର ପ୍ରତିକ୍ରିୟା:-

ଦିଲ୍ଲୀରେ ଏହି ଜାତୀୟ ରାଜପଥ ନିର୍ମାଣ ସମୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "କୋଷ୍ଟଲ ହାଇୱେକୁ ନେଇ ବଡ଼ ବିଚିତ୍ର ସମସ୍ୟା ସୃଷ୍ଟି ହୋଇଛି । Alignment ନାଁ'ରେ ପ୍ରକଳ୍ପ ଘୋଷଣାକୁ ପ୍ରାୟ ୫ ବର୍ଷ ଗଡିଗଲାଣି । ପରିବେଶ ମଞ୍ଜୁରୀ ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ପରିବେଶ ମଞ୍ଜୁରୀ ନେଇ କେଉଁ ସ୍ଥାନରୁ କେଉଁଠାକୁ ସଂଯୋଗ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଯଦି ଏହି ନିଷ୍ପତ୍ତି ହୋଇଥାନ୍ତା ଏତେବେଳକୁ କାର୍ଯ୍ୟ ବହୁତ ଆଗକୁ ଆଗେଇ ସାରନ୍ତାଣି । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଗତ ସରକାର ଅନେକ ଥର ଏହା ଉପରେ ଚିଠି ଲେଖିଛନ୍ତି । କୋଷ୍ଟଲ ହାଇୱେ ହେଇଯାଉ ବୋଲି ଦିଲ୍ଲୀରେ ଯାଇ କଥାବାର୍ତ୍ତା ହୋଇଛନ୍ତି । କୋଷ୍ଟଲ ହାଇୱେ ପରିକଳ୍ପନା ସମୟ 2018ରେ ବିଜୁ ଏକ୍ସପ୍ରେସୱେ ଆରମ୍ଭ ହୋଇଥିଲା ଏବଂ ତତ୍କଳୀନ ବିଜେଡି ସରକାର ଏହି ଏକ୍ସପ୍ରେସୱେକୁ ଅଢେଇ ବର୍ଷ ମଧ୍ୟରେ ଶେଷ କଲେ । କୋଷ୍ଟଲ ହାଇୱେ କେଉଁଠି Alignment, ସ୍ଥାନ ନିରୂପଣକୁ ନେଇ ସମସ୍ୟା କଲେ ।"

ଏହା ବି ପଢନ୍ତୁ- ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ଭାରତ ମଣ୍ଡପମରେ ବିଶେଷ କାର୍ଯ୍ୟକ୍ରମ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.