ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, କଟକ ହେବ ସ୍ମାର୍ଟ ସିଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । କଟକ ହେବ ସ୍ମାର୍ଟ ସିଟି । ନୂଆ ରୂପ ପାଇବ ହଜାର ବର୍ଷର ସହର ।

author img

By ETV Bharat Odisha Team

Published : 2 hours ago

40ଟି ମଣ୍ଡପ ବୁଲିଲେ ମୋହନ
40ଟି ମଣ୍ଡପ ବୁଲିଲେ ମୋହନ (ETV Bharat Odisha)

କଟକ: ରାଜଧାନୀ ଭୁବନେଶ୍ବର ଭଳି ସ୍ମାର୍ଟ ସିଟି ହେବ ହଜାରେ ବର୍ଷର ସହର କଟକ । କଟକ ଗସ୍ତ ବେଳେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟ୍ବିନ ସିଟି କହିଲେ କଟକ ଓ ଭୁବନେଶ୍ବରକୁ ବୁଝାଯାଏ, ସେହି ଅନୁସାରେ ବିଜେପି ସରକାର ଟ୍ବିନସିଟିକୁ ସ୍ମାର୍ଟ ସିଟି ଭାବରେ ଗଢିତୋଳିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ ହେବ ସ୍ମାର୍ଟସିଟି:

ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

କଟକ ସିଟିକୁ ସ୍ମାର୍ଟ ସିଟି କରାଯିବ ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ସ୍ମାର୍ଟ ସିଟି ହୋଇଥିବା ବେଳେ କଟକକୁ ସ୍ମାର୍ଟ ସିଟି କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଆଗକୁ କଟକକୁ ସ୍ମାର୍ଟ ସିଟି ଗଢି ତୋଳାଯିବ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କଟକ ବୁଲା:

ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ
ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ (ANI)

ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଏହି ଅବସରରେ କଟକ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନବମୀ ତିଥିରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଥିଲେ ମୋହନ। ଏଥି ସହିତ ମୁଖ୍ୟ ମନ୍ତ୍ରୀ ମା’ଙ୍କର ଆଶୀର୍ବାଦ କାମନା କରି ରାଜ୍ୟବାସୀଙ୍କର ସୁଖ ଦୁଃଖ ଏବଂ ରାଜ୍ୟର ସମୃଦ୍ଧି କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରାଯାଇଥିଲା । ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ମଣ୍ଡପକୁ ପାଛୋଟି ନେଇଥିଲେ ।

ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ
ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ (ANI)

40ଟି ମଣ୍ଡପ ବୁଲିଲେ ମୋହନ:

ଆଜି 40ଟି ପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କ ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୁଖ୍ୟମନ୍ତ୍ରୀ ଗୋପାଳପୁର, ଚାଉଳିଆଗଞ୍ଜ,ନୂଆବଜାର, ପୋତାପୋଖରୀ,ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ମଙ୍ଗଳାବାଗ, ଖାନନଗର, ମଧୁପାଟଣା, ଛତ୍ରବଜାର, ଚୌଧୁରୀ ବଜାର, ଚାନ୍ଦିନୀ ଚୌକ ଆଦି ୪୦ଟି ପୂଜାମଣ୍ଡପ ବୁଲିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ 35 ପ୍ରକାର ବ୍ୟଞ୍ଜନ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ପାଇଁ 35 ପ୍ରକାର ବ୍ୟଞ୍ଜନ:

ମୁଖ୍ୟମନ୍ତ୍ରୀଙ୍କ ପାଇଁ 35 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଦହିବରାକୁ ମିଶାଇ 34 ପ୍ରକାର ଆଇଟମ ପରସା ଯାଇଥିଲା । ଏହାକୁ ଖାଇ ବେଶ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:

ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

ଲଣ୍ଡନରେ ଆୟୋଜନ ହେବ ବାଲିଯାତ୍ରା, ସହଯୋଗ ପାଇଁ ମୋହନ ସରକାରଙ୍କ ପ୍ରତିଶ୍ରୁତି

ବିଡାନାସୀ ପୂଜା ମଣ୍ଡପରେ ସୁନା ଅନୁକୂଳ, ମନ ମୋହୁଛି ଲାଇଟ୍ ଟନେଲ

40ଟି ମଣ୍ଡପ ବୁଲିଲେ ମୋହନ
ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ (ANI)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଭାରଚାରା ସହର କଟକର ଐତିହାସିକ ଦୁର୍ଗାପୂଜା ହେଉଛି ସ୍ଵତନ୍ତ୍ର। ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଦର୍ଶନ ମୋ ପାଇଁ ପରମ ସୌଭାଗ୍ୟର ବିଷୟ । ଆଗାମୀ ଦିନରେ ଭୁବନେଶ୍ବର ଭଳି କଟକ ମଧ୍ୟ ସ୍ମାର୍ଟ ସିଟି ହେବ। ଯେହେତୁ ଟ୍ବିନସିଟିରେ କଟକ ଓ ଭୁବନେଶ୍ବରକୁ ବୁଝାଯାଏ । ସେହି ଅନୁସାରେ ବିଜେପି ସରକାର ଟ୍ବିନସିଟିକୁ ସ୍ମାର୍ଟ ସିଟି ଭାବରେ ଗଢିତୋଳିବେ’ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.