ଭୁବନେଶ୍ବର: ଆଜି(ସୋମବାର) ଦିନ ରାଜଧାନୀ ଉପକଣ୍ଠ ଭରତପୁରର ମଡେଲ ଥାନାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଠି ଜନସାଧାରଣ ସହ ପୋଲିସ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ୪କୋଟି ୫୦ ଲକ୍ଷ ବ୍ୟୟରେ ୧୧୪୦୦ ସ୍କୋୟାର ଫିଟରେ ନିର୍ମିତ ହୋଇଛି । ଥାନାକୁ ଆସୁଥିବା ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି । ଛୋଟ ଛୁଆଙ୍କ ଖେଳିବା ପାଇଁ ଆମୋଦ ପ୍ରମୋଦ ଗୃହ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା କେନ୍ଦ୍ରର ସୁବିଧା ରହିଛି । ଏଥି ସହ ଭିନ୍ନକ୍ଷମ ପାଇଁ ହ୍ୱିଲର ଚେୟାର ସୁବିଧା କରିଯାଇଛି ।
ତେବେ ଥାନାକୁ ଆସୁଥିବା ଲୋକଟି ଯେପରି ବିରକ୍ତ ନ ହୁଏ । ସେଥିପାଇଁ ଏକ ରିଡର୍ ରୁମର ବ୍ୟବସ୍ଥା କରାଯାଇଛି । ଯେଉଁଠି ସମସ୍ତ ପ୍ରକାର ପେପର ବହିର ବ୍ୟବସ୍ଥା ରହିଛି । ଏହା ସହିତ ବିଶେଷ କରି ଥାନାକୁ ଆସୁଥିବା ଅଭିଯୁକ୍ତ ବା ସନ୍ଦେହରେ ରଖି ପଚରାଉଚରା ପାଇଁ ଆଣା ଯାଉଥିବା ଲୋକଙ୍କ ମାନବିକତା ସ୍ଥିର ରଖିବା ପାଇଁ ଦୁଇଟି ପୃଥକ ପୃଥକ ହାଜତ କରାଯାଇଛି । ଯାହାକି ବୃହତ ସହ ସେମାନଙ୍କ ଶୋଇବା ଓ ମଳମୂତ୍ରର ବ୍ୟବସ୍ଥା କରାଯାଇଛି । ବିଶେଷ କରି ପୋଲିସର ନିତିଦିନିଆ ତଦନ୍ତ ପାଇଁ ସ୍ବତନ୍ତ୍ର ଇଣ୍ଟୋରେଗେସନ ରୁମ ରହିଛି । ଯେଉଁଠି ଫିଲ୍ମରେ ଦେଖୁଥିବା ଭଳି ଏକ ସ୍ବତନ୍ତ୍ର ଗୃହ ରହିଛି । ଗୋଟିଏ ପଟେ ଥାଇ ଅନ୍ୟକୁ ଦେଖି ହେବ ।
ସେହିପରି ଗୋଟିଏ ପଟେ ରୁମରେ ଅପରାଧୀକୁ ତଦନ୍ତ ବେଳେ ଅନ୍ୟ ଏକ ରୁମରେ ରହି ଅପରାଧୀର ହାବ ଭାବ ଜାଣିହେବ । ଯାହାକି ଅନେକ ଫିଲ୍ମରେ ଦେଖିବାକୁ ମିଳିଥାଏ । ଏହା ସହ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ଗୃହ ସହ ଡିସିଓ ରୁମ ମଧ୍ୟ ବ୍ୟବସ୍ଥା ରହିଛି । ସେହିପରି ପୋଲିସ VHF ବା ଯେଉଁଠି କଣ୍ଟ୍ରୋଲ ରୁମ୍ ଭାବେ ବ୍ୟବହାର କରାଯାଏ ଓ୍ବାକି ଟକି ରୁମ ସହ ପୋଲିସର ସିସିଟିଭି ଚେକ୍ ପାଇଁ ବା କମ୍ପୁଟର କାମ ପାଇଁ ସ୍ବତନ୍ତ୍ର କଣ୍ଟରୋଲ ରୁମର ବ୍ୟବସ୍ଥା ରହିଛି ।
ସେହିଭଳି ଥାନାର କର୍ମଚାରୀ କାର୍ଯ୍ୟରେ ବ୍ୟସ୍ତତା ସମୟରେ ବିଶ୍ରାମ ନେବା ପାଇଁ ମହିଳା ଓ ପୁରୁଷ ସ୍ବତନ୍ତ୍ର ବିଶ୍ରାମ ଗୃହ ରହିଛି । ୪୦ରୁ ଜଣରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ବୈଠକ ପାଇଁ ସ୍ବତନ୍ତ୍ର କନଫରେନ୍ସ ହଲ ନିର୍ମାଣ କରାଯାଇଛି । ପୋଲିସର ଫୋର୍ସ ଏକ ସଙ୍ଗେ ରହିବା ପାଇଁ ଡର୍ମିଟାରି ରୁମ ସହ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ପାଇଁ ଗୃହ ଏବଂ ଅସ୍ତ୍ରଶସ୍ତ୍ର ଆଦି ରଖିବା ପାଇଁଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏନେଇ ପୋଲିସ କମିସନର କହିଛନ୍ତି ଯେ, ଏହା ଓଡିଶାର ପ୍ରଥମ ଥାନା ଯାହାକି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହୋଇଛି । ଆଗାମୀ ଦିନରେ ଏଭଳି ଥାନା ଆଗକୁ କରିବା ପାଇଁ ବ୍ୟବସ୍ଥା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର