ETV Bharat / state

ଜେଲରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା, କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev hospitalized

author img

By ETV Bharat Odisha Team

Published : May 29, 2024, 8:56 AM IST

Updated : May 29, 2024, 2:28 PM IST

Prasanta Jagadev hospitalized: ଜେଲରେ ବିଗିଡିଲା ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟବସ୍ଥା । କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ଜଗଦ୍ଦେବ । ଅଧିକ ପଢନ୍ତୁ

ଜେଲରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା, କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ
ଜେଲରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା, କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ (ETV Bharat Odisha)

ଖୋର୍ଦ୍ଧା: ଇଭିଏମ ଭଙ୍ଗାରୁଜା ଘଟଣାରେ ଜେଲରେ ଥିବା ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଆଜି (ବୁଧବାର) ଭୋର୍ ୪ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ଅଣାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ସୁଗାର, ହାଇ ବିପି, ସ୍ପାଇନାଲକର୍ଡ ଭଳି ଅନେକ ରୋଗରେ ପୀଡିତ ଅଛନ୍ତି ।

କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

ସୂଚନା ମୁତାବକ, ଗତ ୨୫ ତାରିଖ ଦିନ ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ ଜେଲକୁ ପଠାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇଭିଏମ ଭାଙ୍ଗିନାହାନ୍ତି ପ୍ରଶାନ୍ତ ! ଭାଇରାଲ ହେଲା ବୁଥ ଭିତର ସିସିଟିଭି ଫୁଟେଜ - Twist In Prashant Jagdev Case

ପ୍ରଶାନ୍ତ ସୁଗାର, ହାଇ ବିପି, ସ୍ପାଇନାଲକର୍ଡ ଭଳି ଅନେକ ରୋଗରେ ପୀଡିତ ଥିଲେ । ସେହିଭଳି ନିର୍ବାଚନ ସମୟରେ ଠିକରେ ବିଶ୍ରାମ ନପାଇବା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥିଲା । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ପାଇଁ ପ୍ରଶାନ୍ତଙ୍କ ଓକିଲ ନିବେଦନ କରିଥିଲେ । ଆଜି ଭୋର ସମୟରେ ତାଙ୍କୁ କଟକ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।

ଏନେଇ ଏସସିବି ଅଧିକ୍ଷକ ସୂଚନା ଦେଇଛନ୍ତି ଯେ, ମେଡ଼ିସିନ, ହୃଦ ବିଭାଗ ଓ ଏଣ୍ଡୋ କ୍ରାଇନ ବିଭାଗର ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏହାସହ ତାଙ୍କର ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା କରାଯାଇଛି ଏବଂ ଆଜି ତାଙ୍କର ଇକୋ କରାଯିବ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆଉ କିଛି ପରୀକ୍ଷା ନିରୀକ୍ଷା ବାକି ରହିଛି । ଆଶା କରାଯାଉଛି ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ ଶୀଘ୍ର ସୁଧାର ଆସିବ।

ବେଗୁନିଆ ନିର୍ବାଚନ ମଣ୍ଡଳୀର 114ନଂ ବୁଥରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଇଥିବା ବେଳେ ଇଭିଏମ ଭାଙ୍ଗିଥିବା ଅଭିଯୋଗରେ ଗିରଫ ହୋଇ ଖୋର୍ଦ୍ଧା ଜେଲରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ । ସେପଟେ ଏହି ଇଭିଏମ ଭଙ୍ଗା ଘଟଣାର ଭିଡିଓ ଗତକାଲିଠୁ ଭାଇରାଲ ହେଉଛି । ଯେଉଁଥିରେ ଜଗଦ୍ଦେବ ଇଭିଏମ ଭାଙ୍ଗି ନଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 29, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.