ETV Bharat / state

ରଥଯାତ୍ରା 2024: କାଳିଆ ସାଅନ୍ତଙ୍କ ରଥ ନିର୍ମାଣରେ କୁନି କୁନି ସେବକ - chariot work by Child Servitors - CHARIOT WORK BY CHILD SERVITORS

Ratha Yatra 2024: ରଥଯାତ୍ରା ପାଖେଇ ଆସୁଥିବା ବେଳେ ଚଳଚଞ୍ଚଳ ରଥଖଳା । ରଥକାମ ଜୋରସୋରରେ ଚାଲିଥିବା ବେଳେ କାଳିଆର ରଥ ଖୋଦେଇ କାମରେ ବ୍ୟସ୍ତ କୁନି କାରିଗର । ଅଧିକ ପଢ଼ନ୍ତୁ

ରଥଯାତ୍ରା 2024
ରଥଯାତ୍ରା 2024 (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:15 PM IST

ପୁରୀ: ପାଖେଇ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା । ଆଷାଢ଼ ଶୁକ୍ଲ ପକ୍ଷ ଦ୍ବୀତିୟା ତିଥିରେ ରଥରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘର ଯିବେ କାଳିଆ ଠାକୁର । ଏନେଇ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଚଳଚଞ୍ଜଳ ହୋଇ ଉଠିଛି ରଥଖଳା । ରଥ କାମରେ ଲାଗିଛନ୍ତି ରୂପକାର ସେବକ । ରୂପକାର ସେବାକୁ ପିଢ଼ିପରେ ପିଢ଼ି ଧରି କରିଆସୁଛନ୍ତି ରୂପରାକ ସେବକ । ଏବେ ସେବକମାନେ ସେମାନଙ୍କତ ଛୋଟ ଚୋଟ ପିଲାଙ୍କୁ ଆଣି ରଥ କାମ ଶିଖାଉଥିବା ବେଳେ ରଥଖଳାରେ କୁନି ସେବକମାନେ ରଥ ଖୋଦେଇ କରିବାରେ ବ୍ୟସ୍ତ ।

ରଥଯାତ୍ରା 2024 (ETV Bharat Odisha)

ରଥଯାତ୍ରାକୁ ନେଇ ରଥ ନିର୍ମାଣ କାମରେ ବ୍ୟସ୍ତ ଅଛନ୍ତି ସେବକ । ଏହାରି ଭିତରେ ରଥଖଳାରେ କୁନି କୁନି ରଥ ସେବକଙ୍କୁ ଦେଖିବାକୁ ମିଳିଛି । ଖେଳକୁଦ ବୟସରେ ହାତରେ ମୁଗୁର, ବଟାଳି, ଲିହଣ ଧରି ରଥ ଖୋଦେଇ କାମରେ ଲାଗିଛନ୍ତି କୁନି କୁନି ରୂପକାର ସେବକ । ୫ ବର୍ଷ ବୟସରୁ କୁନି ରୂପକାର ସେବକମାନେ ରଥଖଳାକୁ ଆସି ରଥ ଖୋଦେଇ କାର୍ଯ୍ୟର ପ୍ରଶିକ୍ଷଣ ନେଉଛନ୍ତି । କୁନି ରୂପକାର ସେବକଙ୍କ ଜେଜେବାପା, ବାପା ଦାଦା ଓ ବଡବାପାମାନେ ତାଙ୍କୁ ଏହି କାର୍ଯ୍ୟ ସିଖାଉଛନ୍ତି । ରୂପକାର ସେବକମାନେ ପିଲାଦିନୁ ଏହି ଶିକ୍ଷା ନେଇଥିବା ବେଳେ ବର୍ତଚ୍ତମାନ ସେମାନଙ୍କୁ ପିଲାଙ୍କୁ ଏହି ଶିକ୍ଷା ଦେଉଛନ୍ତି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ଏହାକୁ ଦୃଷ୍ଟିରେ‌ ରଖି କୁନି ରୂପକାର ସେବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ବର୍ଷ ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ; ରଥ ଟଣା ହେବ ବିଳମ୍ବ - Ratha Yatra 2024

କୁନି ରୂପକାର ସେବକମାନେ ୫ବର୍ଷ ବୟସରେ ରଥଖଳାଳାକୁ ଆସି ରଥରେ ହେଉଥିବା ବିଭିନ୍ନ ଖୋଦେଇ କାର୍ଯ୍ୟର କଳାକୌଶଳ ଶିକ୍ଷା ଗ୍ରହଣ କରିଛନ୍ତି । ଏହାରି ଭିତରେ ସେମାନେ ଅନେକ କିଛି ନିର୍ମାଣ କାର୍ଯ୍ୟ ଶିଖି ଗଲେଣି । କଅଁଳ ବୟସରେ ରଥ ଖୋଦେଇ କାମ କଷ୍ଟ ହେଲେ ମଧ୍ୟ କାଳିଆ ସେବା ଆଗରେ ସବୁ କଷ୍ଟ ତୁଚ୍ଛ ବୋଲି କହିଛନ୍ତି କୁନି ସେବକ । ଏହା ତାଙ୍କ କୂଳର ପରମ୍ପରା । ଏହି ପରମ୍ପାରକୁ ବଜାୟ ରଖିବା ପାଇଁ କୁନି ସେବକମାନେ ରଥ କାମ ଶିଖିବା ଆରମ୍ବ କରିଛନ୍ତି । ତେବେ ମହାପ୍ରଭୁଙ୍କ ଲୀଳା ବଡ଼ ବିଚିତ୍ର । ବିଶ୍ବାସ ରହିଛି ଯେ, ମହାପ୍ରଭୁ ନିଜେ ରଥ ନିର୍ମାଣକାରୀ ସେବକଙ୍କ ମାଧ୍ୟମରେ ନିଜର ରଥ ନିର୍ମାଣ କରିଥାନ୍ତି । ରଥ ନିର୍ମାଣ କାର୍ଯ୍ୟର କଳାକୌଶଳ ବିଷୟରେ ଶିଖିବା ଅତ୍ୟନ୍ତ କଠିନ କାର୍ଯ୍ୟ । ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଏହି କଠିନ କାର୍ଯ୍ୟ ଅତି ସହଯରେ ମଧ୍ୟ ହୋଇପାରେ ବୋଲି କୁନି ସେବକମାନେ ପ୍ରମାଣିତ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.