ETV Bharat / state

ଶ୍ରୀମନ୍ଦିରରେ ନିଆରା ପରମ୍ପରା, ମାତ୍ର 21 ଦିନ ପରେ ଦଇତାପତି କୁଳର ଶିଶୁ ପରିଗଣିତ ହୁଅନ୍ତି ମହାପ୍ରଭୁଙ୍କ ସେବକ - Child Daitapati Servitor

author img

By ETV Bharat Odisha Team

Published : Jun 29, 2024, 5:39 PM IST

Child Daitapati Servitor: ମହାବାହୁଙ୍କ ଶିଶୁ ସେବକ । କେମିତି ଦଇତାପତି ସେବକ ଭାବେ ପରିଗଣିତ ହୋଇଥାନ୍ତି ଦଇତାପତି ସେବକଙ୍କ ଶିଶୁ ପୁତ୍ର । ପଢ଼ନ୍ତୁ

CHILD DAITAPATI SERVITOR
CHILD DAITAPATI SERVITOR (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳାଖେଳା କରୁଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ସ୍ୱତନ୍ତ୍ର ମହାପ୍ରଭୁଙ୍କ ସେବକମାନେ ମଧ୍ୟ ସେମିତି ସ୍ୱତନ୍ତ୍ର । ମହାପ୍ରଭୁଙ୍କ ବିଭିନ୍ନ ସେବା ପାଇଁ ଅନେକ ସେବାୟତ ଅଛନ୍ତି । ସେଥିମଧ୍ୟରୁ ଦଇତାପତି ସେବକ ଅନ୍ୟତମ ସେବକ । ମହାପ୍ରଭୁଙ୍କ ଅଣସର ସମୟରେ କେବଳ ଦଇତାପତି ସେବକମାନେ ହିଁ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପାଦନ କରିଥାନ୍ତି । ତେବେ ଦଇତାପତି ସେବକମାନଙ୍କ ମଧ୍ୟରେ ଏକ ନିଆରା ପରମ୍ପରା ରହିଛି । ଦଇତାପତି ସେବକଙ୍କ ଘରେ ଛୋଟ ଶିଶୁଟିଏ ଜନ୍ମ ହେଇଥିଲେ ଅଣସର ସମୟରେ ଛୋଟ ଶିଶୁଟିକୁ ଅଣସର ଘରକୁ ନିଆଯାଇ ମହାପ୍ରଭୁଙ୍କୁ ଦର୍ଶନ କରାଯାଏ । ସେହିଠାରୁ ଛୋଟ ଶିଶୁଟି ଦଇତାପତି ସେବକ ଭାବେ ପରିଗଣିତ ହୋଇଥାଏ ।

ଛୋଟ ବେଳରୁ ପିଲାଙ୍କୁ ନିଆଯାଇ ମହାପ୍ରଭୁଙ୍କ ଗୁପ୍ତନୀତିକୁ ପ୍ରଶିକ୍ଷଣ ଦିଆଯାଇଥାଏ । 10 ବର୍ଷ ବେଳକୁ ଛୋଟ ପିଲାଟି ମହାପ୍ରଭୁଙ୍କ ସବୁ ଗୁପ୍ତନୀତି ସେବା ଶିକ୍ଷା ଲାଭ କରିସାରିଥାଏ । ଫଳରେ ଯୁବକ ସମୟରେ ସେ ଦଇତାପତି ସେବକ ଭାବେ ନିଜର ଦାୟିତ୍ଵ ସମ୍ପାଦନ କରିବା ସହ ଦଇତାପତି ସେବା, ପରମ୍ପରାକୁ ଆଗକୁ ନେଇଥାଏ । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଶ୍ରୀମନ୍ଦିରରେ ପାଳନ ହୋଇଆସୁଛି । ଏହି ପରମ୍ପରା କ୍ରମରେ ଚଳିତ ଅଣସରରୁ କୁନି ଦଇତାପତି ସେବାୟତ ପରିଗଣିତ ହୋଇଛନ୍ତି ଶ୍ରୀୟାନ ।

ଏହା ମଧ୍ୟ ପଢ଼ନ୍ତୁ...ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଲାଗି ହୁଏ ସ୍ଵତନ୍ତ୍ର ପଣା ଭୋଗ - Pana Bhoga of Lord Jagannat

ଦଇତାକୂଳର ପରମ୍ପରା ଅନୁଯାୟୀ, ଜନ୍ମ ହେବାର ୨୧ ଦିନ ପରେ ସେମାନେ ଦଇତାପତି ଭାବେ ଗଣତି ହୁଅନ୍ତି । ଆଉ ଅଣସର ଘରେ ମହାପ୍ରଭୁଙ୍କ ଚିକିତ୍ସା ଚାଲୁଥିବା ସମୟରେ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତିମାନେ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି । ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତି ବିଷୟରେ କୁନି ଦଇତାପତି ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବାପାମାନେ କହିଛନ୍ତି । ପ୍ରଥମ ଥର ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କୁ ଭେଟି ଆକାରରେ ରୂପା କଏନ୍ ଦାନ କରିବା ସହ ଶ୍ରୀଜିଉଙ୍କ ସୁସ୍ଥତା ଲାଗି ଓଷ ଲାଗି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.