ETV Bharat / state

ଚିକିଟି ମଦ ମୃତ୍ୟୁ ମାମଲା, ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ ତଦନ୍ତ ନିର୍ଦ୍ଦେଶ - Member Board of Revenue Probe

author img

By ETV Bharat Odisha Team

Published : 3 hours ago

Member Board of Revenue Probe: ଚିକିଟି ମଦ ମୃତ୍ୟୁ ମାମଲାର ହେବ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ ତଦନ୍ତ । ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

CHIKITI LIQUOR TRAGEDY
CHIKITI LIQUOR TRAGEDY (ETV Bharat Odisha)

ଭୁବନେଶ୍ବର: ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ । ପୂର୍ବରୁ ଘଟଣାର ଯାଞ୍ଚ ପାଇଁ ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ଘଟଣାର ଗୁରୁତ୍ବତାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ କରିବେ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଚିକିଟିରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ 5 ଜଣ ।

କଣ କହିଲେ ଅବକାରୀ ମନ୍ତ୍ରୀ ?

ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଚିକିଟି ମଦ ମୃତ୍ୟୁ ମାମଲାର ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ କାହାର ରହିଛି ସମ୍ପୃକ୍ତି, ସରକାରୀ ସ୍ତରରେ ହୋଇଛି କି କିଛି ଅବହେଳା ଓ ଆଗାମୀ ଦିନରେ ଯେପରି ଏଭଳି ଘଟଣା ନହେବ ସେନେଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ । ଯଥା ଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।’’

ତଦନ୍ତକୁ ଶକ୍ତ କରିବାକୁ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁଙ୍କ ତଦନ୍ତ:

ଅବକାରୀ ମନ୍ତ୍ରୀ ଆହୁରି କହିଛନ୍ତି, ‘ଘଟଣା ଆରମ୍ଭରୁ ସରକାର ଯାହା ପଦକ୍ଷେପ ନେବା କଥା ନେଇଛନ୍ତି । ଆଗକୁ ମଧ୍ୟ ନେବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦର ପ୍ରସାରଣ ରାକେଟ ସମ୍ପୂର୍ଣ୍ଣ ଧ୍ବଂସ କରିବା ଲାଗି ବିଭାଗ କାର୍ଯ୍ୟ କରିବ । ଆରଡିସି ସ୍ତରର ତଦନ୍ତ ହେବାର ଥିଲା । ତଦନ୍ତକୁ ଆଉ ଟିକେ ସଶକ୍ତ କରିବା ଲାଗି ମେମ୍ଵର ବୋର୍ଡ ଅଫ ରେଭିନ୍ୟୁଙ୍କ ତଦନ୍ତ ଚାଲିବ । ଖୁବଶୀଘ୍ର ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ ତଦନ୍ତ ଦାୟିତ୍ବ ଗ୍ରହଣ କରିବେ ।’

Member Board of Revenue Probe
Member Board of Revenue Probe (ETV Bharat Odisha)

ଚିକିଟି ମଦ ମୃତ୍ୟୁ:

ଗତ ଅଗଷ୍ଟ 19ରେ ଗଞ୍ଜାମ ଜିଲ୍ଲାର ଚିକିଟିରେ ବିଷାକ୍ତ ମଦ ପିଇ 16 ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟମାନେ ବ୍ରହ୍ମପୁର MKCGରେ ଚିକିତ୍ସିତ ହେଉଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳିଥିଲା । ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧି । ବିଧାନସଭାରେ ଉଠିଥିଲା ମଦ ମୃତ୍ୟୁ ପ୍ରସଙ୍ଗ । ଅବକାରୀମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ ବିରୋଧୀ । ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଘଟଣାର RDC ସ୍ତରୀୟ ତଦନ୍ତ ହେବ ବୋଲି ସେହି ସମୟରେ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ମାମଲାରୁ ଗୁରୁତ୍ବରକୁ ଦେଖି ବର୍ତ୍ତମାନ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁଙ୍କ ତଦନ୍ତ ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:

Chikiti Tragedy: ଚିକିଟି ମଦ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଗଞ୍ଜାମ ମଦମୃତ୍ୟୁର ଚାଲିଛି କାରଣ ଖୋଜା: ଶାସକ-ବିରୋଧୀ ମୁହାଁମୁହିଁ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଚଳ ଗୃହ

Chikiti Tragedy: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡରେ ପ୍ରଶାସନ, ବିଭିନ୍ନ ସ୍ଥାନରେ ରେଡ୍, ମିଶୁଥିଲା କି ବିଷାକ୍ତ ଚେର ?

ବିଧାନସଭାରେ ଚିକିଟି ମଦ ତାତି: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ, ପ୍ରଶଂସାଭାଜନ ପାଇଁ ଏଭଳି କରୁଛନ୍ତି କହିଲା ବିଜେପି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.