ETV Bharat / state

Chikiti Tragedy: ଚିକିଟି ମଦ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି - Chikiti Liquor Tragedy

author img

By ETV Bharat Odisha Team

Published : Sep 1, 2024, 5:42 PM IST

Updated : Sep 2, 2024, 9:05 PM IST

Chikiti Liquor Tragedy: ଗଞ୍ଜାମ ଚିକିଟି ମଦମୃତ୍ୟୁ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ଆଉ ଜଣେ ଆଖି ବୁଜିଛନ୍ତି । ମୃତ୍ୟୁ ସଂଖ୍ୟା 5କୁ ପହଞ୍ଚିଛି ।

Chikiti Tragedy
Chikiti Tragedy (ETV Bharat Odisha)

ବ୍ରହ୍ମପୁର/ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ମାମଲାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ଜୀବନ ଯାଇଛି । ଗତକାଲି (ରବିବାର) ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ପୁଣି ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲରେ ପ୍ରାଣ ହରାଇଛନ୍ତି । ଏହି ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଗରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିନାହାନ୍ତି ସରକାର । ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ । ଘଟଣାରେ ରାଜ୍ୟ ସରକାର ଗମ୍ଭୀର ବୋଲି ଜଣା ପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର ।

Chikiti Tragedy
Chikiti Tragedy (ETV Bharat Odisha)

ପୁଣି ଗଲା ଆଉ ଏକ ଜୀବନ:

ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜି MKCGରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ଜେନାପୁର ଗାଁ ପ୍ରଦୀପ ବେହେରା । ଗତକାଲି (ରବିବାର) କରବାଲୁଆ ଗାଁର ବାୟା ସେଠୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଶନିବାର ଲକ୍ଷ୍ମଣ ବେହେରା (୫୧)ଙ୍କ ମୃତ୍ୟୁ ଘଟିଥିଲା । ଏବେ ମଧ୍ୟ ୨ ଜଣ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି ।

Chikiti Liquor Tragedy (ETV Bharat Odisha)

ଜଣାପଡିନି ମଦମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ, ଭିସରା ରିପୋର୍ଟକୁ ଅପେକ୍ଷା :

MKCG ମେଡିକାଲର ଅଧିକ୍ଷକ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି, "ଚିକିଟି ଅଞ୍ଚଳରେ ବିଷାକ୍ତ ଦେଶୀ ଅପମିଶ୍ରିତ ମଦ ପିଇ ଇତି ୩ ଜଣଙ୍କ ଜୀବନ ଯାଇଥିବା ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ୪ ଜଣ ଚିକିତ୍ସିତ ହେଉଛନ୍ତି । ହେଲେ ମଦରେ କ'ଣ ମିଶାଯାଇଥିଲା ତାହା ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଜାଣିପାରିନାହାନ୍ତି । ମୃତକଙ୍କ ଠାରୁ ସଂଗ୍ରହ ହୋଇଥିବା ଭିଶରାକୁ ପରୀକ୍ଷା ପାଇଁ ପଠା ଯାଇଥଛି । ସେହି ରିପୋର୍ଟ ମିଳିବା ପରେ ହିଁ ତାହାର କାରଣ ସ୍ପଷ୍ଟ ହେବ । ବର୍ତ୍ତମାନ ୨ ଜଣ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇ ଜଣ ୱାର୍ଡରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥବସ୍ଥାରେ ଧିରେ ଧିରେ ଉନ୍ନତି ହେଉଛି । ବିଷାକ୍ତ ମଦ୍ୟପାନରେ ଅସୁସ୍ଥ ବ୍ୟକ୍ତିବିଶେଷଙ୍କୁ କେବଳ ଲକ୍ଷଣ ଦେଖି ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି ।"

ସରକାରୀ ସହାୟତା ଅପେକ୍ଷାରେ ମୃତକଙ୍କ ପରିବାର :

ସେପଟେ ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ମାମଲାରେ ତୃତୀୟ ମୃତକ ଜଣଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ରହିଥିବା କହିଛନ୍ତି ମୃତକଙ୍କ ପରିବାର ବର୍ଗ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ମୃତକଙ୍କ ପୁତୁରା ଶଙ୍କର ବେହେରାଙ୍କ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, "ମୃତ ଲକ୍ଷ୍ମଣ ବେହେରାଙ୍କ ପୁଅ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ସେ ହିଁ ତାଙ୍କ ପରିବାରର ରୋଜଗାର କରି ଆଣି ପରିବାର ପ୍ରତିପୋଷଣ କରି ଆସୁଥିଲେ । ମୃତ ଲକ୍ଷ୍ମଣଙ୍କ ଧର୍ମପତ୍ନୀ ମଧ୍ୟ ରୋଗରେ ପୀଡିତ ରହିଛନ୍ତି ।" ତେବେ ଗତ ରାକ୍ଷୀପୂର୍ଣ୍ଣମା ଦିନ ବିଷାକ୍ତ ମଦ ପିଇ ଗ୍ରାମରେ ଯେପରି ଘଟଣା ଘଟିଲା ତାହାକୁ ନେଇ ଗ୍ରାମବାସୀ ଦୁଃଖରେ ରହିଛନ୍ତି ।

ବାହାରୁ ନାହିଁ ହେଲ୍ଥ ବୁଲେଟିନ:

ମଦମୃତ୍ୟୁ ଘଟଣାକୁ ନେଇ ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, "ଅଗଷ୍ଟ ୧୯ ତାରିଖରେ ଗଞ୍ଜାମ ଜିଲ୍ଲାର ଚିକିଟିରେ ବଡ଼ ଧରଣର ଏକ ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୪ ଜଣ ବ୍ରହ୍ମପୁର ମେଡ଼ିକାଲର ଆଇସିୟୁରେ ଅଛନ୍ତି । ଯେଉଁମାନେ ହସ୍ପିଟାଲରେ ଅଛନ୍ତି, ସେମାନଙ୍କର ଏପର୍ଯ୍ୟନ୍ତ ହେଲ୍ଥ ବୁଲେଟିନ ବାହାରୁନାହିଁ । ବାରମ୍ବାର କହିବା ସ୍ୱତ୍ତ୍ବେ ସେମାନଙ୍କର ସ୍ୱାସ୍ଥ୍ୟ ସ୍ଥିତି ବାବଦରେ ବାହାରକୁ ପ୍ରକାଶ ପାଉନାହିଁ । ଦୁର୍ବୁତ୍ତମାନେ ଦେଇଥିବା ମଦରେ କେଉଁ ପ୍ରକାଶ ବିଷ ରହିଛି ତାହା ଜଣାପଡୁନଥିବା ଡାକ୍ତର କହୁଛନ୍ତି । ଏ ବାବଦରେ ସୂଚନା ମିଳିପାରିଲେ ଆମେ ଚିକିତ୍ସା କରିପାରିବୁ । ଏନେଇ ଏପର୍ଯ୍ୟନ୍ତ କୌଣସି ତଦନ୍ତ ହେଲାନାହିଁ ।"

ମୃତକଙ୍କ ପରିବାରକୁ ମିଳିନି ଅନୁକମ୍ପାମୂଳକ ସହାୟତା ରାଶି:

ଭୃଗୁ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭାରେ ରାଜ୍ୟ ସରକାର କହିଥିଲେ ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ କରିବୁ । ତଦନ୍ତ ଆରମ୍ଭ ହେଲା ନାହିଁ କି ତଦନ୍ତ ହେବା ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଯେତେ ପର୍ଯ୍ୟନ୍ତ ତଦନ୍ତ ହେଉନାହିଁ, ଘଟଣା ବାବଦରେ ସତ୍ୟତା ପର୍ଦ୍ଦାଫାଶ ହେଉନାହିଁ । ଘଟଣାରେ ପୋଲିସ ଓ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରାରୁ ଉଭୟ ତଦନ୍ତକାରୀ ସଂସ୍ଥାକୁ କଣ ତଥ୍ୟ ମିଳିଲା ଜଣାପଡୁନାହିଁ । ପଚରାଉଚରାରୁ ମଦରେ ଅପମିଶ୍ରଣ ବା ବିଷକ୍ରିୟା ବାବଦରେ ତଥ୍ୟ ମିଳିଥାନ୍ତା । ଏହି ତଥ୍ୟ ମିଳିଥିଲେ, ଯେଉଁମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ତାଙ୍କର ଚିକିତ୍ସା ହୁଅନ୍ତା । ମୃତ୍ୟୁବରଣ କରିଥିବା ପ୍ରଥମ ଦୁଇ ଜଣଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୩୦ ହଜାର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Chikiti Tragedy: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡରେ ପ୍ରଶାସନ, ବିଭିନ୍ନ ସ୍ଥାନରେ ରେଡ୍, ମିଶୁଥିଲା କି ବିଷାକ୍ତ ଚେର ? - GANJAM HOOCH TRAGEDY RAID
ମୃତ୍ୟୁର କାରଣ ଜଣାପଡିଲା ନାହିଁ:

ଭୃଗୁ ଏହା ମଧ୍ୟ କହିଛନ୍ତି, "ବିଧାନସଭାରେ ସ୍ଥାନୀୟ ଲୋକ ପ୍ରତିନିଧି ବିଭିନ୍ନ ଲୋକଙ୍କ ନାଁ ପର୍ଦ୍ଦାଫାସ କରୁଛନ୍ତି । ଘଟଣାରେ ଅମୁକ ଓ ସମୁକ ଲୋକ ସାମିଲ ବୋଲି କହୁଛନ୍ତି । ଏ କାମ ଆରଡିସି ତଦନ୍ତରେ ବାହାରିବା କଥା । ଏହା ଲୋକ ପ୍ରତିନିଧିଙ୍କ କାମ ନୁହେଁ । ଅନୁକମ୍ପାମୂଳକ ରାଶି ଅଧିକ ମିଳିବା ପାଇଁ ଚେଷ୍ଟା କରିବା ଲୋକ ପ୍ରତିନିଧିଙ୍କ କାମ । ବିଧାନସଭା ଭିତରେ ଓ ବାହାରେ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ଚୁପ ରହିଛନ୍ତି । ମୃତ୍ୟୁର ସଂଖା ବଢିଚାଲିଥିବାବେଳେ ତଦନ୍ତ ହେଲାନାହିଁ । ମୃତ୍ୟୁର କାରଣ ଜଣାପଡିଲା ନାହିଁ । କିମ୍ୱା ଗୁରୁତରଙ୍କର ହେଲ୍ଥ ବୁଲେଟିନ ଆସୁନାହିଁ ।"

ସ୍ପଷ୍ଟୀକରଣ ଦେଇନାହାନ୍ତି ସରକାର :

ଭୃଗୁ ଆହୁରି ମଧ୍ୟ କହିଛନ୍ତି, "ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟ ନାହିଁ । ଏକ ବଡ଼ ଘଟଣାରେ ରାଜ୍ୟ ସରକାରଙ୍କର ଗମ୍ଭୀରତା ଜଣାପଡୁନାହିଁ । ବିରୋଧୀ ଦଳ ଆଜି ବିଧାନସଭାରେ ଉଠାଇଛନ୍ତି । ସରକାର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ସରକାରଙ୍କର ଏ ନେଇ କାର୍ଯ୍ୟାନୁଷ୍ଠାନ ନାହିଁ । ଏହା ଅତ୍ୟନ୍ତ ଭାବେ ଦୁର୍ଭାଗ୍ୟଜନକ । ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବାକୁ ଆମେ ସ୍ଥାନୀୟ ନେତା ପୁନର୍ବାର ସରକାରଙ୍କୁ ଦାବି କରୁଛୁ । ଆହତଙ୍କ ଉଚିତ ଚିକିତ୍ସା ସହ ହେଲ୍ଥ ବୁଲେଟିନ ବାହାରୁ ଓ ଘୋଷଣା ହୋଇଥିବା ଆରଡିସି ତଦନ୍ତ କରାନ୍ତୁ ।"

ଇଟିଭି ଭାରତ, ବ୍ରହ୍ମପୁର/ଭୁବନେଶ୍ବର

Last Updated : Sep 2, 2024, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.