ETV Bharat / state

ନୂତନ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ଲୋକାର୍ପିତ - CEO New Website

author img

By ETV Bharat Odisha Team

Published : Apr 15, 2024, 10:41 PM IST

CEO New Website: ନୂତନ ରୂପରେ ଲୋକାର୍ପିତ ହୋଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ୱେବ୍‌ସାଇଟ୍‌ । ନୂତନ ରୂପରେ ଏହି ୱେବସାଇଟ୍‌ 'ମୁକ୍ତ, ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ' ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢ଼ନ୍ତୁ

CEO New Website
CEO New Website

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍‌ସାଇଟ୍‌ ନୂତନ ରୂପରେ ଲୋକାର୍ପିତ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ନୂତନ ରୂପ ପାଇଥିବା ଏହି ୱେବସାଇଟ୍‌ । ୱେବ୍‌ସାଇଟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମାଉସ ସ୍ବିଚ୍‌ ଟିପି କମ୍ପ୍ୟୁଟରରେ ଲୋକାର୍ପଣ କରିଛନ୍ତି । 'ceoodisha.nic.in' ଓଡ଼ିଶା ଲିଙ୍କରେ ଏହି ୱେବସାଇଟ୍‌ଟି ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବସାଇଟ୍‌ 'ମୁକ୍ତ, ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ' ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ ବୋଲି ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

CEO New Website
CEO New Website

ନୂତନ ରୂପାୟନ ପରେ ସିଇଓ ଓଡ଼ିଶା ୱେବସାଇଟ୍‌ ଏକ ଜନାଭିମୁଖୀ ରୂପରେ ଉପଲବ୍ଧ ହୋଇଛି । ଏହାର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା, ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ସମ୍ପର୍କିତ ତଥ୍ୟ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ସୋସିଆଲ ସାଇଟ ଫେସବୁକ, ଏକ୍ସ, ୟୁଟ୍ୟୁବ, ଇନଷ୍ଟାଗ୍ରାମ୍ ଆଦି ଭଳି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍‌ ମଧ୍ୟ ଏଠାରେ ଉପଲବ୍ଧ ରହିଛି । ଏହି ମୁଖ୍ୟ ପୃଷ୍ଠାରେ ନିର୍ବାଚନ ସମ୍ପର୍କିତ ହେଲ୍ପଲାଇନ- ୧୯୫୦ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମୋବାଇଲ ଆପ୍‌ ଓ ପୋର୍ଟାଲର ମଧ୍ୟ ଲିଙ୍କ୍‌ ରହିଛି । ମୁଖ୍ୟ ପୃଷ୍ଠାରେ ଥିବା ଇଲେକ୍ସନ ମାଇକ୍ରୋସାଇଟରେ କ୍ଲିକ୍‌ କରି ଭାରତ ନିର୍ବାଚନ କମିଶନଙ୍କ ୱେବସାଇଟକୁ ବ୍ୟବହାରକାରୀ ଯାଇପାରିବେ ।

CEO New Website
CEO New Website

ୱେବସାଇଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏହାସହ ଭୋଟରମାନଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ମଧ୍ୟ ରହିଛି । ଯେପରି ଭୋଟର ତାଲିକା, ଅନଲାଇନ୍‌ ଆବେଦନ, ଭୋଟର ତାଲିକାରେ ନାମ ଖୋଜିବା, ବୁଥ୍‌ ତାଲିକା, ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍‌ ଆଦି ଦିଆଯାଇଛି । ଅନ୍ୟ ବଟନଗୁଡ଼ିକରେ ଆଦର୍ଶ ଆଚରଣ ବିଧି, ଇଭିଏମ୍‌-ଭିଭିପାଟ୍‌, ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ, ମତଦାନ ହାର, ରାଜନୈତିକ ଦଳ, ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ, ଗାଇଡ୍‌ଲାଇନ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ସିଇଓ କହିଛନ୍ତି ।

CEO New Website
CEO New Website

ଏହା ମଧ୍ୟ ପଢ଼ନ୍ତୁ...ଏଥର ବୟସ୍କଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର - LOK SABHA ELECTION 2024

ସେହି କ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟର ଏହି ନୂତନ ରୂପାୟନ ଏକ ମାଇଲଖୁଣ୍ଟ । ଏଠାରେ ସମସ୍ତ ତଥ୍ୟ ଉଚିତ ସମୟରେ ଉପଲବ୍ଧ ରହିବ । ଏହା ରାଜ୍ୟରେ ମତଦାନ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିପାରିବ । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ୍‌ ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.