ETV Bharat / state

ଓଡ଼ିଶା ପୋଲିସ ନିକଟରେ ଛତିଶଗଡ ମାଓବାଦୀ ଆତ୍ମସମର୍ପଣ - MAOISTS SURRENDERED

author img

By ETV Bharat Odisha Team

Published : Aug 22, 2024, 10:56 PM IST

MAOISTS SURRENDERED: ମାଲକାନଗିରି ପୋଲିସ ନିକଟରେ ଜଣେ ଛତିଶଗଡି ମାଓବାଦୀ ଆତ୍ମସମର୍ପଣ କରିଛି । ଖୁବ କମ୍ ବୟସରେ ମାଓ ସଂଗଠନରେ ଯୋଗଦେଇ ହୋଇ ବହୁ ହିଂସାକାଣ୍ଡରେ ସାମିଲ ହୋଇଥିବା ପୋଲସ ସୂଚନା ଦେଇଛି । ଅଧିକ ପଢନ୍ତୁ

ଓଡ଼ିଶା ପୋଲିସ ନିକଟରେ ଛତିଶଗଡ ମାଓବାଦୀଙ୍କ ଆତ୍ମସମର୍ପଣ
ଓଡ଼ିଶା ପୋଲିସ ନିକଟରେ ଛତିଶଗଡ ମାଓବାଦୀଙ୍କ ଆତ୍ମସମର୍ପଣ (ETV Bharat Odisha)

ମାଲକାନଗିରି: ଆତ୍ମସମର୍ପଣ କଲା ଛତିଶଗଡି ଦୁର୍ଦ୍ଦାନ୍ତ ମାଓବାଦୀ । ମାଲକାନଗିରି ଏସପି ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ନିକଟରେ ଆତ୍ମସାମର୍ପଣ କରିଛନ୍ତି ଜଣେ ମାଓବାଦୀ । କମ୍ ବୟସରେ ମାଓ ସଂଗଠନରେ ସାମିଲ ହୋଇ ବହୁ ହିଂସାକାଣ୍ଡରେ ସାମିଲ ଥିବା ପୋଲସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆତ୍ମସାମର୍ପଣ କରିଥିବା ମାଓବାଦୀଙ୍କ ଜଣକ ହେଲେ ମୁକେଶ କୋରଷା । ସେ ଛତିଶଗଡ଼ ସୁକମା ଜାଗରକୋଣ୍ଡା ଥାନା ଅଞ୍ଚଳର ସିଲଗେର ।

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ:

ମୁକେଶ ୨୦୨୩ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ । ଦୀର୍ଘ ୮ ମାସ ହେବ ମାଓ ସଂଗଠନରେ କାର୍ଯ୍ୟ କରି ଆସୁଥିଲା । ଏଥିସହିତ ବହୁ ମାଓ ହିଂସାକାଣ୍ଡରେ ସାମିଲ ଥିଲା । ମାଓ ସଂଗଠନ ପକ୍ଷରୁ ଏଭଳି ନାବାଳକ ତଥା ଯୁବକ ଯୁବତୀଙ୍କୁ ସଂଗଠନରେ ସାମିଲ କରି ହିଂସାର ମାର୍ଗ ଆପଣେଥିବା ଦେଖିବାକୁ ମିଳିଛି କହିଛନ୍ତି DIG । ମୁକେଶଙ୍କ ଉପରେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ସରକାରଙ୍କ ଥଇଥାନ ନୀତି ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଡିଆଇଜି ଚରଣ ସିଂ ମିନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

'ବହୁ ହିଂସାକାଣ୍ତରେ ସାମିଲ ଥିଲା ମୁକେଶ':

ଏନେଇ DIG ଚରଣ ସିଂ ମିନା କହିଛନ୍ତି,"ଓଡିଶାରେ ମାଓବାଦୀ ମାନଙ୍କର ଗତିବିଧି ବହୁ ପରିମାଣରେ କମିଛି । ତାସହ ବିଗତ କିଛିବର୍ଷରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ମାଓବାଦୀମାନଙ୍କ ଗତିବିଧି ବହୁ ପରିମାଣର କମିବା ସହ କିଛି ଅଞ୍ଚଳ ମଧ୍ୟରେ ସିମିତ ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିକାଶ ହବାସହ ପୋଲିସର ଲୋକମାନଙ୍କ ସହ ସୁସମ୍ପର୍କ ହବା ଦ୍ବାରା କିଛିବର୍ଷ ମଧ୍ୟରେ ବହୁ ପରିମାଣର ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏହି ପ୍ରକ୍ରିୟାରେ ଛତିଗଡ ସୁକୁମା ଜିଲ୍ଲା ଜାଗରକୋଣ୍ଡା ଥାନା ଅଧିନସ୍ଥ ସିଲଗେର ଗ୍ରାମର ମୁକେଶ କୋରଷା ମାଲକାନଗିରି ପୋଲିସ ନିକଟରେ ଆତ୍ମସାମର୍ପଣ କରିଛି । ସେ ୨୦୨୩ ମସିହାରେ ମାଓ ସଂଗଠନରେ ସମିଲ ହୋଇଥିଲା । କମ୍ ସମୟ ମଧ୍ୟରେ ବି ସେ ବହୁ ମାଓ ଘଟଣାରେ ଜଡିତ ଥିଲେ । ସେଗୁଡିକ ମଧ୍ୟରୁ ଜିରମ୍ ଜଙ୍ଗଲେ ମାଓବାଦୀ ଓ ପୋଲିସ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ଛତିଶଗଡର ୪ଜଣ ଯବାନ ସହିଦ୍ ହୋଇଥିଲେ । ଟିପୁରାମ୍ ଠାରେ ମଧ୍ୟ ଯବାନ ମାନଙ୍କ ସହ ଗୁଳି ବିନିମୟରେ ମାଓବାଦୀଙ୍କ ସହ ସେ ଉପସ୍ଥିତ ଥିଲା ।"

ଏହା ମଧ୍ୟ ପଢନ୍ତୁ .....ଦୁର୍ବଳ ହେଉଛି ମାଓ ସଙ୍ଗଠନ ! ମାଲକାନଗିରିରେ 3 ମାଓବାଦୀ କଲେ ଆତ୍ମସମର୍ପଣ - Maoists Surrendered

'ସରକାରଙ୍କ ଥଇଥାନ ନୀତି ଅନୁଯାଇ ପଦକ୍ଷେପ ନିଆଯିବ':

ସେ ଆହୁରି ମଧ୍ୟ କହିଛନ୍ତି," ଯେତେବେଳେ ସେ ଦେଖିଲା ମାଓବାଦୀ ମାନେ ସବୁବେଳେ ଉନ୍ନୟନ ମୂଳକ କାମରେ ବାଧକ ସାଜି ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ବିଭିନ୍ନ ପୋଲିସମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯେଉଁଥି ପାଇଁ ସେ ମାଲକାନଗିରି ପୋଲିସ ନିକଟରେ ଆତ୍ମସାମର୍ପଣ କରିଛନ୍ତି । ଏହାସହ ସେ ଜଣେ ୧୮ବର୍ଷରୁ କମ୍ ବୟସର ନାବାଳକ ପିଲା । ଏଣୁ ମାଓବାଦୀମାନେ ଶିଶୁ ସୁରକ୍ଷା ଅଧିକାର ନିୟମକୁ ଉଲ୍ଲଙ୍ଘନ କରି ଛୋଟଛୋଟ ପିଲାମାନଙ୍କୁ ମାଓ ସଙ୍ଗଠନରେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ମୁକେଶ କହିଛନ୍ତି । ମୁକେଶଙ୍କ ଉପରେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ସରକାରଙ୍କ ଥଇଥାନ ନୀତି ଅନୁଯାଇ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.