ETV Bharat / state

ରାଜଧାନୀରେ ମନ ଜିଣୁଛି ଆମ୍ବ ମହୋତ୍ସବ, ପଡିଛି ଭଳିକି ଭଳି ଆମ୍ବ ପସରା - Mango Fest In Bhubaneswar

author img

By ETV Bharat Odisha Team

Published : Jun 10, 2024, 9:35 PM IST

Mango Fest In Bhubaneswar: ନାବାର୍ଡ ତରଫରୁ ରାଜଧାନୀରେ ଆରମ୍ଭ ହୋଇଛି ୩ ଦିନିଆ ଆମ୍ବ ମହୋତ୍ସବ । ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା ଭଳି ୨୦ ପ୍ରକାର ଆମ୍ବ ପ୍ରଦର୍ଶିତ ହେଉଛି । ଅଧିକ ପଢନ୍ତୁ

Mango Fest In Bhubaneswar
Mango Fest In Bhubaneswar (ETV Bharat Odisha)

ଭୁବନେଶ୍ବର: ଆମ୍ବ, ନାଁଟି ଶୁଣିବା ମାତ୍ରେ ଆଖି ଆଗରେ ନାଚିଯାଏ ହଳଦିଆ ରଙ୍ଗର ସୁସ୍ବାଦୁ ଫଳ । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରୁ ଲାଳ ଗଡାଇଥାଏ ରସାଳ ଆମ୍ବ । ଏହି କ୍ରମରେ ଲୋକଙ୍କ ମଧ୍ୟରେ ଆମ୍ବର ଚାହିଦା ଦେଖି ରାଜଧାନୀରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ନାବାର୍ଡ ତରଫରୁ ରାଜଧାନୀରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ଏହି ମହୋତ୍ସବ ୩ ଦିନ ଧରି ଚାଲିବାକୁ ଥିବା ବେଳେ ଯୋଗ ଦେଇଛନ୍ତି ୩୦ ଟି ଜିଲ୍ଲାର ଆମ୍ବଚାଷୀ । ଆଜିଠାରୁ ଏହି ଆମ୍ବ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନୟାପଲ୍ଲୀ ସ୍ଥିତ ନାବାର୍ଡ କାର୍ଯ୍ୟାଳୟ ପରିସରରେ ମହୋତ୍ସବ ଚାଲିବ ।

ଏହି ଆମ୍ବ ମହୋତ୍ସବରେ ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା, ହିମ୍ ସାଗର, ମଲ୍ଲିକା, ନିଲମ ଭଳି ୨୦ ଟି କିସମର ଆମ୍ବର ପସରା ମେଲିଛି । ଏହି ଆମ୍ବ ଗୁଡିକ ରାସାୟନିକ ମୁକ୍ତ ହୋଇଥିବା ବେଳେ ଭୁବନେଶ୍ବର ସମେତ ଓଡ଼ିଶାରେ ଏହାର ଚାହିଦା ରହିଥାଏ । ତେଣୁ ସହରବାସୀ ଏହି ଗାଁ ଆମକୁ କିଣି ନେଉଥିବା ଦେଖିବାକୁ ମିଳିଛି । ବିଶେଷକରି ସୁନ୍ଦରଭାବେ ଆମ୍ବର ପସରା ଏହି ଷ୍ଟଲ ଗୁଡିକୁ ସଜାଯାଇଥିବା ବେଳେ ଲୋକଙ୍କୁ ତାହା ଆକର୍ଷିତ କରୁଛି । ପ୍ରାକୃତିକ ଉପାୟରେ ପାଚିଥିବା ଏହି ଆମ୍ବ ଲୋକମାନଙ୍କର ବେଶ ପସନ୍ଦ ହୋଇଥିବା ବେଳେ ନିଜ ମନ ପସନ୍ଦର ଆମ୍ବ କିଣିନେଉଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ସତ୍ତ୍ବେ ବି ସୁସ୍ବାଦୁ ଆମ୍ବ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝରରେ ବଢୁଛି ଆମ୍ବର ଚାହିଦା, ରୋଜଗାରର ପାଲଟିଛି ମାଧ୍ୟମ - Demand for local mango varieties

ଆମ୍ବ ଗୁଡିକର ମୂଲ୍ୟ ୫୦ରୁ ଆରମ୍ଭ ହୋଇ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଖାଲି ଆମ୍ବ ନୁହେ ଆମ୍ବରୁ ପ୍ରସ୍ତୁତ ଆମ୍ବ ସୋଢା, ବିଭିନ୍ନ ସ୍ବାଦର ସ୍କ୍ବାସ, ଜୁସ, ଚକୋଲେଟ ମଧ୍ୟ ବିକ୍ରି ହୋଇଛି । ଅନ୍ୟପଟେ ଲୋକେ କିପରି କମ ଦାମରେ ଆମ୍ବ କିଣି ପାରିବେ, ଚାଷୀ ଯେପରି ଲାଭବାନ ହୋଇପାରିବ ଓ ତାଙ୍କର ଉତ୍ପାଦିତ ଆମ୍ବକୁ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇପାରିବେ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ଏହି ଆମ୍ବ ଷ୍ଟଲ ଖୋଲାଯାଇଛି ।

ସ୍ବାସ୍ଥ୍ୟକର ଓ ଜିରୋ କାର୍ବାଇଡର ଦେଶୀ ଆମ୍ବ ଯୋଗାଇଦେବା ଲକ୍ଷ୍ୟ ନେଇ ଗତ ୨ ବର୍ଷ ହେଲା ନାର୍ବାଡ ପକ୍ଷରୁ ରାଜଧାନୀରେ ଦେଶୀ ଆମ୍ବ ବିକ୍ରି ସହ ପ୍ରଦର୍ଶନୀ କରାଯାଉଛି । ଏଠାରେ ଆସୁଥିବା ଚାଷୀଙ୍କୁ ବିଭିନ୍ନ ବ୍ୟାଙ୍କରୁ ଅମଳ ପାଇଁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ କୃଷକର ବିକାଶ ଦିଗରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ନାବାର୍ଡ ପକ୍ଷରୁ କୁହାଯାଇଛି । ତେଣୁ ଓୟୁଏଟି ଓ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ନାବାର୍ଡ ଆମ୍ବ ମହୋତ୍ସବ କରୁଥିବା କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.