ETV Bharat / state

ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଗୋ-ଚାଲାଣକାରୀ ଫେରାର

Illegal cow smuggling: ପୁରୀ ଜିଲ୍ଲା ତୁଳସୀପୁରଠାରେ ଏକ ଗୋରୁଗାଇ ବୋଝେଇ ଗାଡିକୁ ଜବତ କଲା ଚାରିଛକ ପୋଲିସ । 75 ଗାଈ ଉଦ୍ଧାର । ଗୋ-ଚାଲାଣକାରୀ ଫେରାର । ଅଧିକ ପଢନ୍ତୁ

Illegal cow smuggling
Illegal cow smuggling
author img

By ETV Bharat Odisha Team

Published : Mar 20, 2024, 1:51 PM IST

Illegal cow smuggling

ନିମାପଡା: ପୁରୀ ଜିଲ୍ଲାରେ ବେଆଇନ ଗୋରୁଗାଈ ଚାଲାଣ ବୃଦ୍ଧି ପାଉଥିବା ବେଳେ ଚାରିଛକ ପୋଲିସକୁ ଏକ ବଡ ସଫଳତା ମିଳିଛି । ବେଆଇନ ଗୋରୁ ଚାଲାଣ ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ପୋଲିସର ଚଢାଉ । ପୁରୀ ଜିଲ୍ଲା ତୁଳସୀପୁର ପଞ୍ଚାୟତ ସ୍ଥିତ କୁସୁମା ଠେଙ୍ଗ ବସ୍ତି ଅଞ୍ଚଳରେ ଏକ ଗାଡିରେ ବେଆଇନ ଭାବେ ଗୋରୁଗାଈ ଚାଲାଣ କରାଯାଉଯିବା ନେଇ ଖବର ପାଇଁ ପୋଲିସ ଚଢାଉ କରିଥିଲା । ପାଖାପାଖି 75ଟି ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋ-ଚାଲଣକାରୀ ଗାଡି ଛାଡି ଫେରାର ହୋଇଯାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ତୁଳସୀପୁର ପଞ୍ଚାୟତସ୍ଥିତ କୁସୁମା ଠେଙ୍ଗ ବସ୍ତି ଅଞ୍ଚଳରେ ଏକ ଗାଈଗୋରୁ ବୋଝେଇ ଗାଡି ଯାଉଥିବା ନେଇ ସ୍ଥାନୀୟ ଲୋକମାନେ ଚାରିଛକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ସେହି ଅଞ୍ଚଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଗାଈମାନଙ୍କୁ ଉଦ୍ଧାର କରିଥିଲା । ତେବେ ଗାଡିରେ ପାଖାପାଖି 75ଟି ଗାଈଗୋରୁ ଥିବା ବେଳେ ଗୋ- ଚାଲାଣକାରୀ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଧରାପଡ଼ିଲେ ଗୋରୁ ଚାଲାଣକାରୀ, ୨୦ରୁ ଅଧିକ ଗୋରୁ ଉଦ୍ଧାର

ପୁରୀ ଜିଲ୍ଲାରେ ଦିନକୁ ଦିନ ଗୋ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚାରିଛକ ଥାନା ଅଞ୍ଚଳରେ ଗୋରୁ ମାଫିଆଙ୍କ ରାଜୁତି ଚାଲୁଥିବା ବେଳେ ପୋଲିସ ମାସିକିଆ ନେଇ ଚୁପ୍ ରହୁଥିବାରୁ ଶହ ଶହ ସଂଖ୍ୟାରେ ବେଆଇନ ଭାବରେ ଗୋରୁଗାଈ ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି ।‌ ବର୍ଷ ତମାମ ଚାରିଛକ ଅଞ୍ଚଳରେ ଗୋରୁଗାଈମାନଙ୍କୁ ଚାଲାଣ କରାଯାଉଛି ।

ଗତ କିଛି ମାସ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକ ଗୋରୁଗାଈ ଚାଲାଣ ସମ୍ପର୍କିତ ଖବର ପ୍ରସାରଣ କରିବା ପରେ ଚାରିଛକ ଥାନା ତତତ୍କାଳୀନ ଅଧିକାରୀ ଗୋରୁ ମାଫିଆଙ୍କୁ ହାତବାରିସି କରି ମିଛ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏନେଇ ସାମ୍ବାଦିକଙ୍କ ପକ୍ଷରୁ ହାଇକୋର୍ଟ, ପୁରୀ ଏସପି, ନିମାପଡ଼ା ଏସଡିପିଓଙ୍କ ଦୃଷ୍ଟି ଆକର୍ଷଣ ପରେ ଥାନାଧିକାରୀଙ୍କୁ ପିପିଲି ବଦଳି କରାଯାଇଥିଲା । ବେଆଇନ ଗୋ- ମାଂସ ଚାଲାଣ ହେଉଥିବା ନେଇ ବଜରଙ୍ଗ ଦଳ କର୍ମୀମାନେ ଥାନାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପୋଲିସ କର୍ମଚାରୀମାନେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚାରିଛକ ପୋଲିସର ପଦକ୍ଷେପକୁ ନେଇ ବଜରଙ୍ଗୀ ଦଳ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.