ETV Bharat / state

ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପ୍ରସ୍ତୁତି, ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା - Chandan Yatra Preparation

author img

By ETV Bharat Odisha Team

Published : Apr 23, 2024, 2:23 PM IST

Chandan Yatra Preparation: ଆରମ୍ଭ ହେଲା ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପ୍ରସ୍ତୁତି । ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ବାହାର କଲେ ଭୋଇ ସେବାୟତ । ଅଧିକ ପଢନ୍ତୁ

Chandan Yatra Preparation
Chandan Yatra Preparation
Chandan Yatra Preparation

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିଛନ୍ତି । ଅନ୍ୟପଟେ ଆସନ୍ତା ମେ ମାସ 10 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ହେବାକୁ ଯାଉଛି । ଏହି ଦିନ ରଥ ନିର୍ମାଣ ଶୁଭାରମ୍ଭ ସହ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ ।

ଆଜି(ମଙ୍ଗଳବାର) ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥି । ଏହି ତିଥିରେ ଚଳଚଞ୍ଚଳ ହୋଇଉଠିଛି ନରେନ୍ଦ୍ର ପୁଷ୍କରିଣୀ । କାରଣ ଆଜିର ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିିଥାନ୍ତି । ମହାରଣା ସେବକମାନେ ଏହାକୁ ମରାମତି କରିବା ପରେ ଚାପ ଡଙ୍ଗା ଗୁଡ଼ିକ ପ୍ରସ୍ତୁତ ହେବ । ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ ଆସନ୍ତା ମେ ମାସ 10 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ । ଏଥିସହ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତ ବର୍ଷ ଚନ୍ଦନ ଯାତ୍ରା ସମାପନ ପରେ ରଖା ଯାଇଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ପାଣି ଭିତରୁ ବାହାର କରାଯାଇଛି ।

ପରମ୍ପରା ଅନୁଯାୟୀ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଏହି ଡଙ୍ଗା ପାଣିରୁ ବାହାର କରାଯାଇଥାଏ । ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ସମୁଦାୟ ୫ଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି । ଏହି ଡଙ୍ଗା ଗୁଡିକୁ ଖରାରେ ସୁଖାଯିବା ପରେ ପିଚୁ ରାଳ ଦିଆଯାଇ ମରାମତି କରାଯିବ । ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା ଭଦ୍ରା ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ । ଏଥିପାଇଁ ନରେନ୍ଦ୍ର ସେବାୟତମାନେ ବେଶ ଉତ୍ସାହିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ..ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି - Ratha Yatra

ସେପଟେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ନରେନ୍ଦ୍ର ପୁଷ୍କରିଣୀର ଚାରିପାଖ ପାଚେରୀ ଗୁଡ଼ିକର ମରାମତି କାର୍ଯ୍ୟ କରାଯାଉଛି । ପାଚେରୀରେ ମହାପ୍ରଭୁଙ୍କ ବିଭିନ୍ନ ଲୀଳା ପଥରରେ ଖୋଦେଇ କରାଯାଉଛି । ଏହାଦ୍ବାରା ପୁଷ୍କରିଣୀର ସୌନ୍ଦର୍ଯ୍ୟ ଶୋଭା ବୃଦ୍ଧି ଘଟିବ । ସେହିପରି ଉଜ୍ଜଳ ଆଲୋକ ବ୍ୟବସ୍ଥା ସହ ଭକ୍ତଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ଦୀର୍ଘ ଦିନ ପରେ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ । ସେପଟେ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ଦେଖିବା ପାଇଁ ଭକ୍ତ ମାନେ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.