ETV Bharat / state

'ମିଶନ ଫର ନେସନ'ରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ, ସମ୍ବଲପୁରୀ ଜ୍ୟାକେଟର କଲେ ପ୍ରଶଂସା - S Jaishankar at Sambalpur

author img

By ETV Bharat Odisha Team

Published : May 6, 2024, 6:38 AM IST

S Jaishankar at Sambalpur: ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ ଜୟଶଙ୍କର ସମ୍ବଲପୁରରେ ନିଜ ଅଭିଭାଷଣ ରଖିଛନ୍ତି । 'ମିଶନ ଫର ନେସନ' କାର୍ଯ୍ୟକ୍ରମରେ ଯୋଗଦେଇ ସେ ଉଦବୋଧନ ଦେଇଛନ୍ତି । ଅଧିକ ପଢନ୍ତୁ

S Jaishankar On Sambalpur Visit
S Jaishankar On Sambalpur Visit (Etv Bharat Odisha)

ସମ୍ବଲପୁର: ଭାରତର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ଗତକାଲି (ରବିବାର) ସନ୍ଧ୍ୟାରେ ସେ ସମ୍ବଲପୁର ଗସ୍ତରେ ଆସିଥିଲେ । ସମ୍ବଲପୁର ନାଗରିକ ପରିଷଦ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ 'ମିଶନ ଫର ନେସନ'ରେ ଯୋଗ ଦେଇ ସମ୍ବଲପୁର ବୁଦ୍ଧିଜୀବୀଙ୍କ ସମ୍ମୁଖରେ ସେ ନିଜ ଅଭିଭାଷଣ ରଖିଥିଲେ । ଏହି ଅବସରରେ ସେ ବିଗତ 10 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଥିବା ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି, ସଫଳ ବିଦେଶ ନୀତି, ଡିଜିଟାଲ ଇଣ୍ଡିଆର ସଫଳତା, ରେଳବାଇ କ୍ଷେତ୍ରରେ କରାଯାଉଥିବା ଦ୍ରୁତ ଗତିରେ ଉନ୍ନତି କରଣ, ନୂଆ ଶିକ୍ଷାନୀତି, ଦ୍ରୁତ ଗତିରେ ଜାତୀୟ ରାଜପଥ ନିର୍ମାଣ ଉପରେ ଆଲୋକପାତ କରିଥିଲେ ଜୟଶଙ୍କର ।

ସେହିପରି ନୂତନ ବିମାନବନ୍ଦର ନିର୍ମାଣରେ ସଫଳତା, ଭୋକାଲ ଫର ଲୋକାଲ, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା, ପର୍ଯ୍ୟଟନର ବିକାଶ ଆଦି ପ୍ରସଙ୍ଗ ଉପରେ ମଧ୍ୟ ସେ ବଖାଣିଛନ୍ତି । ଏହି ଅବସରରେ ସେ ଭାରତର ବିଦେଶ ନୀତିରେ 'ଭାରତ ଫାଷ୍ଟ' ନୀତିକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଥିଲେ । ଏହାସହ ସେ ଆହୁରି କହିଥିଲେ, "ମୋର ବିଶ୍ୱାସ ରହିଛି ଯେ ଓଡିଶାବାସୀ ମୋଦି ସରକାରଙ୍କୁ ବହୁମତ ଦେବେ । ଓଡି଼ଶାରେ ମଧ୍ୟ ବିଜେପି ସରକାର ଗଠନ ହେବ l ଓଡି଼ଶାର ଜନସାଧାରଣଙ୍କ ମଧ୍ୟରେ ବିଜେପିକୁ ନେଇ ବହୁତ ଉତ୍ସାହ ପରିଲକ୍ଷିତ ହେଉଛି ଓ ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ଓଡିଶା ଲୋକ ଚାହୁଁଛନ୍ତି ଯେ ଓଡି଼ଶାରେ ଏମିତି ସରକାର ହେଉ ଯେଉଁଥିରେ ଓଡ଼ିଶାର ଅସ୍ମିତା ଓ ପରିଚୟକୁ ଗୁରୁତ୍ୱ ଦିଆଯାଉଥିବ ।" ଏହାସହ ସେ ସମ୍ବଲପୁରର ହସ୍ତତନ୍ତକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - PM Modi In Odisha

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କାରେ ଚାଷୀଙ୍କ ଠାରୁ କିଣାଯିବ । 'ସୁଭଦ୍ରା' ଯୋଜନାରେ ମହିଳାମାନଙ୍କୁ ମାସିକ 1 ହଜାର ଟଙ୍କା ବ୍ୟାଙ୍କ ଖାତାରେ ଭତ୍ତା ଦିଆଯିବ ।" ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ ରାଜ୍ୟକୁ ବିଜେପି ନେତାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.