ETV Bharat / state

500 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Jan 22, 2024, 12:36 PM IST

Dharmendra Pradhan on Ram Mandir: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । 'ଦୀର୍ଘ 500 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି'। ଆଗକୁ ପଢନ୍ତୁ

ସାରା ବିଶ୍ୱର 500 ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟିଛି

କଟକ: ଦିନିକିଆ କଟକ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ କାଳିଆବୋଦାଠାରେ ଥିବା କାଳୀ ମନ୍ଦିରକୁ ଆସି ମାଆଙ୍କ ଆଶୀର୍ବାଦ ନେବା ସହ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । 500 ବର୍ଷର ଅପେକ୍ଷାର ଅନ୍ତ ଘଟିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଘରେ ଘରେ ଦୀପ ଜାଳି ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଦିନିକିଆ କଟକ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ନେଇ ସାରା ବିଶ୍ୱରେ 500 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଏହାକୁ ନେଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ସାରା ଦେଶରେ ଆଜି ରାମମୟ ପରିବେଶ ସୃଷ୍ଟି ହୋଇଛି ।' ଏଥିସହ ଘରେ ଘରେ ଦୀପ ଜଳାଇ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାମଧ୍ୟ ପଢନ୍ତୁ.. ରାମଲାଲାଙ୍କ ଆଗମନକୁ ନେଇ ନିଆରା କଳାକୃତି, ସୁକ୍ଷ୍ମ କାରୁକାର୍ଯ୍ୟରେ ଫୁଟି ଉଠୁଛି ଉତ୍କଳୀୟ କଳାଭାସ୍କର୍ଯ୍ୟ

ଦୀର୍ଘ 500 ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଆଜି ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ବେଦପୁରାଣରେ କମ୍ପିଲାଣି ଅଯୋଧ୍ୟା । ରଙ୍ଗବେରଙ୍ଗର ଫୁଲ ଓ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାମ ଜନ୍ମଭୂମୀ । ଏହି ଭବ୍ୟ ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ରାମ ଭକ୍ତ । ଦେଶ ବିଦେଶରେ ଶ୍ରୀରାମଙ୍କ ସ୍ୱାଗତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦେଶର କୋଣ ଅନୁକୋଣ ରାମମୟ ହୋଇ ଉଠିଛି । ଦେଶ ବିଦେଶରୁ ବହୁ ବ୍ୟକ୍ତି ଆସି ଅଯୋଧ୍ୟାରେ ଯୋଗ ଦେଇଛନ୍ତି। ଶ୍ରୀରାମଙ୍କ ଆଗମନରେ ପୁରଠୁ ପଲ୍ଲୀ ଉତ୍ସବ ମୁଖରିତ ହୋଇଉଠିଛି । ଝୋଟି ଚିତା ପକାଇ, ଦୀପ ଜଳାଇ ଶ୍ରୀରାମଙ୍କୁ ଘରେ ଘରେ ସ୍ୱାଗତ କରାଯାଉଛି ।

ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କଟକ ମଧ୍ୟ ଉତ୍ସବ ମୁଖର ରହିଛି । ଘରେ ଘରେ ଲୋକେ ଦୀପ ଲଗାଇବା ସହ ଜୟ ଶ୍ରୀରାମଙ୍କୁ ସ୍ମରଣ କରୁଛନ୍ତି କଟକବାସିନ୍ଦା । କଟକ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ସହରର ଅନେକ ମନ୍ଦିରରେ ମଧ୍ଯ ଦୀପ ଜଳାଇବା ସହ ହନୁମାନ ଚାଲିଶା ପାଠ କରୁଛନ୍ତି ସହରବାସୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.