ETV Bharat / state

ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି; 6 ନୂଆ ରେଳ ପ୍ରକଳ୍ପକୁ ମିଳିଲା 15000 କୋଟି, ଜାଣନ୍ତୁ କେଉଁ ରେଳ ଲାଇନ ପାଇଁ କେତେ ? - Odisha New Rail Projects

author img

By ETV Bharat Odisha Team

Published : Aug 10, 2024, 12:10 PM IST

Updated : Aug 10, 2024, 4:30 PM IST

Odisha New Rail Projects: 6 New Railway Projects Worth Rs 15000 Cr Sanctioned For Odisha By Union Cabinet: ରାଜ୍ୟରେ ସମ୍ପ୍ରସାରଣ ହେବ ରେଳ ଲାଇନ । କେନ୍ଦ୍ର କ୍ୟାବିନେଟରେ ଓଡି଼ିଶାର 6 ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରି । ଏହି ପ୍ରକଳ୍ପ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Odisha New Rail Projects
Odisha New Rail Projects (ETV BHARAT ODISHA)

ଭୁବନେଶ୍ବର: ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ ଭେଟି । ରାଜ୍ୟରେ ସମ୍ପ୍ରସାରଣ ହେବ ରେଳ ଲାଇନ । ଓଡି଼ଶାର 6 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି। ଏଥି ପାଇଁ 15ହଜାର 4 କୋଟି ଟଙ୍କା ଖର୍ଚ୍ଚ ହେବ । ପିଏମ ଗତିଶକ୍ତିରେ ଏହି ନୂଆ ପ୍ରକଳ୍ପ ଆରମ୍ଭ ହେବ । ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଏହି ପ୍ରକଳ୍ପର ଅଧିକ ଲାଭ ପାଇବେ । ଏହି ପ୍ରକଳ୍ପ ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଯାତ୍ରୀ ପରିବହନ ଓ ମାଲ ପରିବହନକୁ ଅଧିକ ସୁଗମ କରିବ । ଗତକାଲି ମୋଟ 8ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଥିଲା । 8ଶହ କିମି ନୂଆ ରେଳ ପାଇଁ 24ହଜାର 657 କୋଟି ଟଙ୍କା ଖର୍ଚ୍ଚ ହେବ । 6ଟି ରେଳ ଲାଇନ ମଧ୍ୟରୁ ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ (ଭାୟା ଭଦ୍ରାଚଳମ୍) ରେଳ ଲାଇନ ଓଡ଼ିଶା, ଆନ୍ଧ୍ରପ୍ରଦେଶ ସେମତ ତେଲେଙ୍ଗାନାକୁ ସଂଯୋଗ କରିବ । ସେହିପରି ବୁଝାମରାରୁ-ଚକୁଳିଆ ଓଡ଼ିଶା ସହ ଝାଡକଣ୍ଡ ଓ ପଶ୍ଚିମବଙ୍ଗକୁ ଯୋଡିବ ।

ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ (ETV BHARAT ODISHA)

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡିଶାର 6 ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଏହି ପ୍ରକଳ୍ପ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ମାଧ୍ୟମ ପାଲଟିବ। ଡବଲ ଇଞ୍ଜିନ ସରକାରରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ଵାର୍ଥ ପୂରଣ ସହ ଓଡ଼ିଶାକୁ ପୂର୍ବୋଦୋୟ ବିକାଶର କେନ୍ଦ୍ର ଭାବେ ଗଢିତୋଳିବାର ସ୍ଵପ୍ନ ସାକାର ହେବ। ''

ଏହା ମଧ୍ୟ ପଢନ୍ତୁ-୮ ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ; ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ - New Railway Projects Of Odisha

ରେଳ ପ୍ରକଳ୍ପର ମୂଳ ଲକ୍ଷ୍ୟ: ଓଡ଼ିଶାର ୬ ଟି ପ୍ରକଳ୍ପ ସମେତ ଦେଶରେ ୮ଟି ନୂଆ ରେଳମାର୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି କରିଛି। ବିଶେଷ ଭାବରେ ଯୋଗାଯୋଗ ବୃଦ୍ଧି, ସହଜ ଯାତ୍ରା ସୁବିଧା, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ, ତୈଳ ଆମଦାନୀ କମାଇବା ସହ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ ଏସବୁ ରେଳ ପ୍ରକଳ୍ପ। ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଅପହଞ୍ଚ ଇଲାକାକୁ ସଂଯୋଗ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ ଏବଂ ପରିବହନ କ୍ଷେତ୍ରକୁ ସୁଗମ କରାଇବ। ଯାହା ଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ। ଏହା ସହ ଆର୍ଥିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ। ଏହି ପ୍ରକଳ୍ପ ଗୁଡ଼ିକର ମୋଟ ବ୍ୟୟ ଅଟକ ୨୪ ହଜାର ୬୫୭ କୋଟି ଟଙ୍କା ରଖାଯାଇଥିବା ବେଳେ ଏସବୁ ୨୦୩୦ କିମ୍ବା ୩୧ ମସିହା ସୁଦ୍ଧା ଶେଷ ହେବ। ଏସବୁ ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୩ କୋଟି ମାନବ ଦିବସର ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ।

ଓଡ଼ିଶାର ୬ ନୂଆ ରେଳ ପ୍ରକଳ୍ପ:

ଗୁଣପୁର-ଥେରୁବାଲି (73.62 ନୂଆ ରେଳ ଲାଇନ)

ଜୁନାଗଡ଼- ନବରଙ୍ଗପୁର (116.21 କିମି ନୂଆ ରେଳ ଲାଇନ)

ବାଦାମପାହାଡ଼-କେନ୍ଦୁଝରଗଡ଼ (82.6 କିମି ନୂଆ ରେଳ ଲାଇନ)

ବାଙ୍ଗିରିପୋଷୀ-ଗୋରୁମହିଷାଣୀ (85.50 କିମି ନୂଆ ରେଳ ଲାଇନ)

ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ (ଭାୟା ଭଦ୍ରାଚଳମ୍) (173.81 କିମି ନୂଆ ରେଳ ଲାଇନ)
ବୁଢ଼ାମରା-ଚକୁଳିଆ ରେଳ ପ୍ରକଳ୍ପ (69.96 କିମି ନୂଆ ରେଳ ଲାଇନ)

କେଉଁ ରେଳ ଲାଇନ ପାଇଁ କେତେ ଖର୍ଚ୍ଚ:

ଓଡିଶାରେ 6 ଟି ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
୧. ଗୁଣପୁର-ଥେରୁବାଲି ନୂଆ ଲାଇନ ପାଇଁ ୧ ହଜାର ୩୨୬ କୋଟି
୨. ଜୁନାଗଡ଼- ନବରଙ୍ଗପୁର ପାଇଁ ୩ ହଜାର ୨୭୪ କୋଟି
୩. ମାଲକାନଗିରି- ପାଣ୍ଡୁରଙ୍ଗପୁରମ (ଭାୟା ଭଦ୍ରାଚଳମ୍) ପାଇଁ ୪ ହଜାର ୧୦୯ କୋଟି ଟଙ୍କା।
୪. ବାଦାମପାହାଡ଼-କେନ୍ଦୁଝରଗଡ଼ ପାଇଁ ୨ ହଜାର ୧୦୭ କୋଟି ଟଙ୍କା।
୫. ବାଙ୍ଗିରିପୋଷୀ-ଗୋରୁମହିଷାଣୀ ପାଇଁ ୨ ହଜାର ୫୪୯ କୋଟି ଟଙ୍କା।
୬. ବୁଢ଼ାମରା-ଚକୁଳିଆ ରେଳ ପ୍ରକଳ୍ପ ପାଇଁ ୧ ହଜାର ୬୩୯ କୋଟି ଟଙ୍କା ବେୟବରାଦ ହୋଇଛି।

ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ସଂଯୋଗ କରିବ ନୂଆ ରେଳ ଲାଇନ:

ନୂଆ ରେଳ ପ୍ରକଳ୍ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାକୁ ସ୍ଂଯୋଗ କରିବାକୁ ନୂଆ ରେଳ ଲାଇନ ହେବ । ବାଦାମପାହାଡରୁ କେନ୍ଦୁଝରଗଡକୁ ସଂଯୋଗ କରିବାରୁ 82.06 କିଲୋମିଟର ନୂତନ ରେଳ ଲାଇନ ହେବ । ଯାହା ରେଳ ଯାତ୍ରୀଙ୍କ ଯୋଗଯୋଗକୁ ବୃଦ୍ଧି କରିବ।

ନିଯୁକ୍ତି ରୋଜଗାର ବୃଦ୍ଧି:

ପ୍ରସ୍ତାବିତ ନୂତନ ରେଳମାର୍ଗ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବା ସହ ଗମନାଗମନରେ ସୁଧାର ଆଣିବ । ଭାରତୀୟ ରେଳବାଇ ପାଇଁ ଦକ୍ଷତା ଓ ସେବା ବିଶ୍ବସନୀୟତା ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ଭାରତର ପରିକଳ୍ପନା ଅନୁରୂପ ହୋଇଥ‌ିବାରୁ ଏହି ଅଞ୍ଚଳର ଲୋକଙ୍କୁ ବ୍ୟାପକ କ୍ଷେତ୍ରୀୟ ବିକାଶ ମାଧ୍ଯମରେ ‘'ଆତ୍ମନିର୍ଭରଶୀଳ’' କରିବ। ଯାହା ସେମାନଙ୍କ ନିଯୁକ୍ତି / ସ୍ବରୋଜଗାର ସୁଯୋଗ ବୃଦ୍ଧି କରିବ। ପ୍ରକଳ୍ପଗୁଡ଼ିକ ବହୁମୁଖୀ ଯୋଗାଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଅଟେ । ଯାହା ସମନ୍ବିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି। ଏସବୁ ପ୍ରକଳ୍ପ ସାଧାରଣ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରି।

ନିର୍ମାଣ ହେବ ୬୪ଟି ନୂଆ ଷ୍ଟେସନ:

ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା ଓ ପଶ୍ଚିମବଙ୍ଗର ୧୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୮ଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୯୦୦ କିଲୋମିଟର ବୃଦ୍ଧି କରିବ। ଏହି ପ୍ରକଳ୍ପ ଗୁଡ଼ିକ ଦ୍ବାରା ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ। ଯାହା ୬ ଆକାଂକ୍ଷୀ ଜିଲ୍ଲା (ପୂର୍ବ ସିଂହବୁମ, ଭଦାଦ୍ରି କୋଠଗୁଡେମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା)ର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ପାଇଁ ଗମନାଗମନରେ ସୁଧାର ଆଣିବ। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ଅଜନ୍ତା ଗୁମ୍ଫାକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ
କରାଯିବ।

ଅଙ୍ଗରାକମ୍ଳ କମେଇବା ପାଇଁ ବୃକ୍ଷରୋପଣ:

କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍‌, ଚୂନପଥର, ଆଲୁମିନିୟମ ପାଉଡର, ଗ୍ରାନାଇଟ୍, ବାଲି, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୧୪୩ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ ହୋଇପାରିବ । ଏହା ତୈଳ ଆମଦାନୀ (୩୨.୨୦ କୋଟି ଲିଟର) ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୦.୮୭ ନିୟୁତ ଟନ୍) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା କି ୩.୫ କୋଟି ବୃକ୍ଷରୋପଣ କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2024, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.