ETV Bharat / state

ଓଡ଼ିଶାରେ CDS ଅନୀଲ ଚୌହାନ, INS ଚିଲିକା କଲେ ପରିଦର୍ଶନ - CDS Visits INS Chilika

CDS Visit INS Chilika: ସିଡିଏସ ଅନୀଲ ଚୌହାନ ଆଇ.ଏନ.ଏସ. ଚିଲିକା ପରିଦର୍ଶନରେ ଆସିଛନ୍ତି । ଆଇ.ଏନ.ଏସ ଚିଲିକାରେ ଅଗ୍ନିବୀର ମାନଙ୍କୁ ଦିଆଯାଉଥିବା ତାଲିମ ସମ୍ପର୍କରେ ସମୀକ୍ଷା କରିଛନ୍ତି ସିଡିଏସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 2, 2024, 9:07 PM IST

CDS Visit INS Chilika
CDS Visit INS Chilika (ETV Bharat Odisha)

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ । ସେ ଆଇ.ଏନ.ଏସ. ଚିଲିକା ପରିଦର୍ଶନରେ ଆସିଛନ୍ତି । ସେ ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ ଗଠନ କରିବାରେ ଆଇଏନଏସ ଚିଲିକା ନିର୍ବାହ କରିଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସିଡିଏସଙ୍କୁ ଅବଗତ କରାଯାଇଛି । ଚିଲିକାରେ ଅଗ୍ନିବୀରମାନଙ୍କୁ ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଚରେ ଦିଆଯାଇଥିବା ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ସାମଗ୍ରିକ ବିଶ୍ଳେଷଣାତ୍ମକ ସୂଚନା ପ୍ରଦାନ କରାଯାଇଛି ।

ଅନୀଲ ଚୌହାନ
ଅନୀଲ ଚୌହାନ (ETV Bharat Odisha)

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ ଅଗ୍ନିବୀରମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ସିଡିଏସ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ, ‘ଅଗ୍ନିବୀର ଯୋଜନା’ ପ୍ରବର୍ତ୍ତନ କରିବା ପଛରେ ସେନାର ଯୁବ ମାନସିକତାକୁ ବଜାୟ ରଖିବା କାରଣ ରହିଛି । ରାଷ୍ଟ୍ର ନିର୍ମାଣ ନିମନ୍ତେ କୁଶଳୀ, ଶୃଙ୍ଖଳିତ ଏବଂ ଉତ୍ସର୍ଗୀକୃତ ଯୁବଶକ୍ତିଙ୍କର ଆବଶ୍ୟକତା ରହିଛି । ଅଗ୍ନିବୀରମାନେ ତାଲିମ ଉପରେ ଅଧିକ ମନୋନିବେଶ କରିବା ଉଚିତ, ଯାହାଦ୍ବାରା ସେମାନେ ପ୍ରଯୁକ୍ତି ଦୃଷ୍ଟିରୁ କୁଶଳୀ ନୌଯୋଦ୍ଧାରେ ପରିଣତ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ ...INS ଚିଲିକାରେ ପାସିଂ ଆଉଟ ପରେଡ; ନୌସେନାରେ ଯୋଗଦେଲେ ୨୬୩୦ ଅଗ୍ନିବୀର

ଏହି ଭାବ ବିନିମୟ କାର୍ଯ୍ୟକ୍ରମ ଅବସରରେ ସେ ଅଗ୍ନିବୀରମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ନୌସେନାର ଅଗ୍ନିବୀର ତାଲିମ ଭିତ୍ତିଭୂମି ସମ୍ପର୍କରେ ଅବଗତ ହେବା ନିମନ୍ତେ ସିଡିଏସ ତାଲିମ ସଂସାଧନ ସ୍ଥଳୀ ପରିଦର୍ଶନ କରିଛନ୍ତି । ପରବର୍ତ୍ତୀ ପିଢ଼ିର ନୌଯୋଦ୍ଧା ଗଠନ ନିମନ୍ତେ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ତାଲିମ ପ୍ରଦାନ କରାଯାଉଛି । ସିଡିଏସ ପ୍ରଶିକ୍ଷଣ ଅନୁଷ୍ଠାନର ତାଲିମଦାତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଏବଂ ପରବର୍ତ୍ତୀ ପିଢ଼ିର ନୌସୈନିକଙ୍କ ଉଚ୍ଚ ମାନର ତାଲିମ ପ୍ରଦାନ ପାଇଁ ସେ ପ୍ରଶିକ୍ଷଣ ଅଧ୍ୟାପକଙ୍କୁ ପ୍ରଶଂସା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ବ୍ୟାଚରେ ୨୫୮୫ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ଥିଲେ । ଦ୍ବିତୀୟ ବ୍ୟାଚରେ ୨୮୯୫ ଅଗ୍ନିବୀରଙ୍କ ମଧ୍ୟରେ ୪୪୮ ଜଣ ମହିଳା ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ନିୟୋଜିତ ଅଛନ୍ତି । ଗତ ମାର୍ଚ୍ଚ ମାସ ୧୫ ତାରିଖରେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ପାସିଙ୍ଗ୍ ଆଉଟ୍ ପରେଡ ଅନୁଷ୍ଠିତ ହୋଇଥିଲା । ଏହି ବ୍ୟାଚରେ ସମୁଦାୟ ୨୬୩୦ ଅଗ୍ନିବୀରଙ୍କ ମଧ୍ୟରେ ୩୯୬ ଜଣ ମହିଳା ଅଗ୍ନିବୀର ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.