ETV Bharat / state

ଶ୍ରୀଦେବୀ ମୃତ୍ୟୁ ମାମଲାରେ ଓଡିଶା ଲିଙ୍କ୍‌: ୟୁଟ୍ୟୁବର ଦୀପ୍ତି ଆରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ - ଦୀପ୍ତି ଆରଙ୍କ ବିରୋଧରେ ଚାର୍ଜସିଟ

CBI Chargesheet Against Deepti R Pinniti: ଜାଲ ଦସ୍ତାବିଜ ପ୍ରସ୍ତୁତ କରି ଫସିଲେ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର । ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ । ଅଧିକ ପଢନ୍ତୁ

CBI Chargesheet Against Deepti R Pinniti

author img

By PTI

Published : Feb 5, 2024, 11:42 AM IST

Updated : Feb 5, 2024, 9:01 PM IST

ଶ୍ରୀଦେବୀ ମୃତ୍ୟୁ ମାମଲାରେ ଓଡିଶା ଲିଙ୍କ୍‌: ୟୁଟ୍ୟୁବର ଦୀପ୍ତି ଆରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ବର: ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କରେ ଜାଲ ପ୍ରମାଣ ଦେଖାଇଥିଲେ ୟୁଟ୍ୟୁବର । ଚାର୍ଜସିଟ ଦାଖଲ କରିଲା ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) । ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ସସପେନ୍ସକୁ ନେଇ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଲା ସିବିଆଇ ।

କଣ ରହିଥିଲା ମାମଲା: ଶ୍ରୀଦେବୀଙ୍କର ମୃତ୍ୟୁକୁ ନେଇ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନକଲି ଦସ୍ତାବିଜ ପ୍ରସ୍ତୁତ କରି ପ୍ରମାଣ ଭାବେ ଉପସ୍ଥାପନା କରିଥିଲେ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର । ଗତବର୍ଷ ମୁମ୍ବାଇର ଜଣେ ଓକିଲ ଚାନ୍ଦିନୀ ଶାହଙ୍କ ଅଭିଯୋଗ ପରେ ଭୁବନେଶ୍ବର ନିବାସୀ ଦୀପ୍ତି ଆର ପିନିତି ଏବଂ ତାଙ୍କ ଓକିଲ ଭରତ ସୁରେଶ କାମାଖାଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଥିଲା ସିବିଆଇ( RC2212022E0046) । ସାଇବର କ୍ରାଇମ 467, 471, ଆଇଟି ଆକ୍ଟ 66 ଅନୁସାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସିବିଆଇକୁ ପଠାଯାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରୟୋଜିତ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ଜାଲ ଦସ୍ତାବିଜ ପ୍ରସ୍ତୁତ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣକୁ ଚପାଇ ଦିଆଯାଉଥିବା ନେଇ ୟୁଟ୍ୟୁବର ଜଣକ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Rajinikanth B'Day: ସୁପରଷ୍ଟାର ରଜନୀକାନ୍ତଙ୍କ ପାଇଁ 7 ଦିନ ଉପବାସ କରିଥିଲେ ଶ୍ରୀଦେବୀ

ସିବିଆଇର ବୟାନ: ସିବିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ବିରୋଧରେ ଦୀପ୍ତି ଆର ପ୍ରସ୍ତୁତ କରିଥିବା ଦଲିଲ ଜାଲ୍ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଏନେଇ ସିବିଆଇ ଆଇପିସି ଧାରା 120ବି, 465, 469 ଏବଂ 471ରେ ଦୀପ୍ତି ଏବଂ କାମଥଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।

ଅଧିକାରୀମାନଙ୍କ କହିବା ଅନୁସାରେ,"ଗତବର୍ଷ ମୁମ୍ବାଇର ଓକିଲ ଚାନ୍ଦିନୀ ଶାହଙ୍କ ଅଭିଯୋଗ ପରେ ସିବିଆଇ ଭୁବନେଶ୍ବରର ୟୁଟ୍ୟୁବର ଦୀପ୍ତି ଆର୍ ଏବଂ ତାଙ୍କ ଓକିଲ ଭରତ ସୁରେଶ କାମଥଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଚାନ୍ଦିନୀ ଅଭିଯୋଗ କରି କହିଥିଲେ, "ଦୀପ୍ତି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, ସୁପ୍ରିମକୋର୍ଟ, ୟୁଏଇ ସରକାରଙ୍କ ସହିତ ଜଡିତ ଦଲିଲ ପ୍ରସ୍ତୁତ କରିଥିଲେ । ଯାହାକି ନକଲି ଅଟେ । ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୁଚାଇବା ପାଇଁ ଦୁଇ ଦେଶର ସରକାର ହାତ ମିଳାଇଛନ୍ତି ।"

ଦୀପ୍ତିଙ୍କ ବୟାନ: ଚାର୍ଜସିଟ ଦାଖଲ ହେବା ପରେ ମୁହଁ ଖୋଲିଛନ୍ତି ମହିଳା ୟୁଟ୍ୟୁବର । ତେବେ ଏନେଇ ଦୀପ୍ତି ଅଭିଯୋଗ କରି କହିଛନ୍ତି, ମୋର ବୟାନ ନଦେଇ ସିବିଆଇ ମୋ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହା ମୋ ପାଇ ବିଶ୍ବାସ କରିବା ମଧ୍ୟ କଷ୍ଟସାଧ୍ୟ । ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ପାଖରେ ଅନେକ ରୋଚକ ତଥ୍ୟ ରହିଛି । ଯେଉଁ ଡକ୍ୟୁମେଣ୍ଟ ଦର୍ଶାଇଥିଲେ ସେ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି ମୋ ପାଖରେ ଉପଯୁକ୍ତ ପ୍ରମାଣ ଅଛି ଯାହାକୁ କୋର୍ଟରେ ଉପସ୍ଥାପନା କରିବି ।

2018ରେ ହୋଇଥିଲା ଶ୍ରୀଦେବୀଙ୍କ ମୃତ୍ୟୁ: ୨୪ ଫେବୃଆରୀ ୨୦୧୮ମସିହାରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ଦୁବାଇକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିବା ବେଳେ ବାଥରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁକୁ ନେଇ ଦୀପ୍ତି ଏକ ସାକ୍ଷାତକାରରେ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ । ଗତବର୍ଷ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଡିସେମ୍ବର 2 ତାରିଖରେ ଭୁବନେଶ୍ବର ସ୍ଥିତ ବାସଭବନରେ ଚଢାଉ କରିଥିଲା ସିବିଆଇ । ଫୋନ, ଲାପଟପ ସମେତ ଅନେକ ଡିଜିଟାଲ ଗ୍ୟାଜେଟ ଜବତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 5, 2024, 9:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.